Advertisment

କଂଗ୍ରେସ-ଏନସିପି ପାଖରେ ବନ୍ଧକ ଥିବା ଦଳୀୟ ଚିହ୍ନ ମୁକୁଳିଛି: ଏକନାଥ ସିନ୍ଦେ

ଏକନାଥ ସିନ୍ଦେ ଏହି ପ୍ରସଙ୍ଗରେ ମୁହଁ ଖୋଲିବା ସହ କଂଗ୍ରେସ ଓ ଏନସିପିକୁ ଟାର୍ଗେଟ କରିଛନ୍ତି। ସେହିପରି ଉଦ୍ଧବ ଠାକରେଙ୍କୁ ତାଚ୍ଛଲ୍ୟ କରିବାକୁ ମଧ୍ୟ ସିନ୍ଦେ ପଛାଇ ନାହିଁ।

Maharashtra CM

Maharashtra CM

Advertisment

ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ନିର୍ବାଚନ କମିଶନ ପ୍ରକୃତ ଶିବସେନାର ମାନ୍ୟତା ଦେବା ସହ ଦଳୀୟ ଚିହ୍ନ ଧନୁ-ତୀର ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ପରେ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ସିନ୍ଦେ ଓ ତାଙ୍କ ସମର୍ଥକମାନେ ବେଶ ଉତ୍ସାହିତ ହୋଇ ଉଠିଛନ୍ତି। ସେହିପରି ଉଦ୍ଧବ ଠାକରେଙ୍କୁ ତାଚ୍ଛଲ୍ୟ କରିବାକୁ ମଧ୍ୟ ସିନ୍ଦେ ଗୋଷ୍ଠୀ ପଛାଇ ନାହିଁ।

Advertisment

ଆଜି ନିଜେ ଏକନାଥ ସିନ୍ଦେ ଏହି ପ୍ରସଙ୍ଗରେ ମୁହଁ ଖୋଲିବା ସହ କଂଗ୍ରେସ ଓ ଏନସିପିକୁ ଟାର୍ଗେଟ କରିଛନ୍ତି। ଉଦ୍ଧବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିଲା। ଏହି କାରଣରୁ ଉଦ୍ଧବ ଠାକରେଙ୍କୁ ଛାଡ଼ି ସିନ୍ଦେ ୩୦ରୁ ଅଧିକ ବିଧାୟକଙ୍କୁ ଧରି ବିଜେପି ସହ ହାତ ମିଳାଇଥିଲେ। ଏହି ବିଭାଜନ ପରେ ହିଁ ପ୍ରକୃତ ଶିବସେନା କିଏ ଓ ଦଳର ଚିହ୍ନ ଧନୁ-ତୀର କାହାକୁ ମିଳିବ, ତା’କୁ ନେଇ ଛକାପଞ୍ଝା ଆରମ୍ଭ ହୋଇଥିଲା। ଶେଷରେ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନା ମାନ୍ୟତା ଦେଇଛନ୍ତି।

ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଏକନାଥ ସିନ୍ଦେ କହିଛନ୍ତି ଯେ “ସତ୍ୟର ବିଜୟ ହୋଇଛି ଓ ଏହା ଗଣତନ୍ତ୍ର ପାଇଁ ଭଲ ଖବର।” ଇସିଙ୍କ ନିଷ୍ପତ୍ତି ପରେ ଉଦ୍ଧବ ଠାକରେ ଦେଇଥିବା ପ୍ରତିକ୍ରିୟାର ଜବାବରେ ସିନ୍ଦେ କହିଛନ୍ତି, “ଗଣତନ୍ତ୍ରର ହତ୍ୟା କଥା କହି ବିରୋଧୀ କାନ୍ଦିବା ଗୋଟିଏ ପରମ୍ପରାରେ ପରିଣତ ହେଲାଣି।

Advertisment

ଯେତେବେଳେ ବି କୌଣସି ନିଷ୍ପତ୍ତି ସେମାନଙ୍କ ବିରୋଧରେ ଯାଉଛି, ସେମାନେ ଗଣତନ୍ତ୍ର ବିପଦରେ ବୋଲି କହୁଛନ୍ତି। ଏବେ ସେମାନେ ଧନୁ-ତୀର ହରାଇବାରୁ ସମାନ କଥା କହୁଛନ୍ତି। ଏହା ଦୋମୁହାଁ ନୀତିର ପରିଚୟ। ଇସିଙ୍କ ନିଷ୍ପତ୍ତି ସେମାନଙ୍କୁ ଉପଯୁକ୍ତ ସ୍ଥାନ ଦେଖା ଦେଇଛି। ୨୦୧୯ରେ ସେମାନେ କଂଗ୍ରେସ-ଏନସିପି ନିକଟରେ ଧନୁ-ତୀରକୁ ବନ୍ଧକ ରଖିଥିଲେ।

ଏବେ ମୁଁ ଏହି ବନ୍ଧନରୁ ଧନୁ ଓ ତୀରକୁ ମୁକୁଳାଇଛି। ଇସି ଓ ସୁପ୍ରିମକୋର୍ଟ ନିରପେକ୍ଷ ସଂସ୍ଥା। ଆପଣ ସେମାନଙ୍କ ବିରୋଧରେ କେବେ ହେଲେ ଏପରି ନିମ୍ନ ମାନସିକତା ଦେଖାଇ ପାରିବେ ନାହିଁ। ଯଦି ନିଷ୍ପତ୍ତି ସେମାନଙ୍କ ସପକ୍ଷରେ ଆସିଥାଆନ୍ତା, ତା’ହେଲେ ସେମାନେ ଗଣତନ୍ତ୍ର ବଞ୍ଚିଛି ବୋଲି କହିଥାଆନ୍ତେ। କିନ୍ତୁ ସେମିତି କିଛି ନ ହେବାରୁ ସେମାନେ ଏବେ ଅଭିଯୋଗ ଆରମ୍ଭ କରିଛନ୍ତି।”

କର୍ମୀମାନଙ୍କୁ ନିଜ ପାଖରେ ରଖିବା ପାଇଁ ଉଦ୍ଧବ ଗୋଷ୍ଠୀ ଭାବପ୍ରବଣତାର କାର୍ଡ ଖେଳୁଛନ୍ତି। ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେ ଓ ଦଳର ହେଭିୱେଟ ନେତା ଆନନ୍ଦ ଦିଘେଙ୍କ ବିଚାରଧାରା ଜିତିଛି ବୋଲି ମଧ୍ୟ ସିନ୍ଦେ କହିଛନ୍ତି। ସେ ଆହୁରି କହିଛନ୍ତି, “ସେମାନେ କହୁଛନ୍ତି ଯେ ଆମେ ଚୋର। ଏହାର ଅର୍ଥ ୫୦ ବିଧାୟକ, ୧୩ ସାଂସଦ ଓ ଲକ୍ଷାଧିକ କର୍ମୀ ଚୋର? ଯେଉଁମାନେ ଛାଡ଼ି ଚାଲି ଯାଇଛନ୍ତି, ସେମାନେ ସମସ୍ତେ ଚୋର ଓ କେବଳ ଆପଣ ଠିକ? ଆପଣ ସବୁବେଳେ କେମିତି ଠିକ? ଏକଥା ଥରେ ଚିନ୍ତା କରନ୍ତୁ।”

Uddhav Thackeray Shiv Sena Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe