Advertisment

ଜନ୍ମଦିନରେ କେକ୍ ଖାଇ ନାବାଳିକାଙ୍କ ମୃତ୍ୟୁ ଘଟଣା; ଜଣାପଡିଲା କାରଣ

କେକକୁ ମିଠା କରିବା ପାଇଁ ମିଶିଥିବା ଯୌଗିକ ମୃତ୍ୟୁର କାରଣ ହୋଇପାରେ।

author-image
Debibandita Barick
Died Girl's File Photo

Died Girl's File Photo

ନିକଟରେ ପଞ୍ଜାବର ଜଣେ ୧୦ ବର୍ଷୀୟ ଝିଅ ଜନ୍ମଦିନରେ କେକ୍ ଖାଇବା ପରେ ପ୍ରାଣ ହରାଇବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ମୃତ୍ୟୁ ପଛର କାରଣ କଣ ହୋଇପାରେ, ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏ ପ୍ରଶ୍ନ ଉପରୁ ପରଦା ହଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, କେକରେ ସିନ୍ଥେଟିକ ସ୍ୱିଟନର୍ ଥିଲା, ଯାହା ମୃତ୍ୟୁର କାରଣ ହୋଇପାରେ। କେକରେ ସାକାରିନ ନାମକ ଏକ ସିନ୍ଥେଟିକ ଯୌଗିକ ମିଶ୍ରଣ କରାଯାଇଥିଲା। ଖାଦ୍ୟକୁ ମିଠା କରିବା ପାଇଁ ଏହାକୁ ବ୍ୟବହାର କରାଯାଏ। କିନ୍ତୁ ଅଧିକ ବ୍ୟବହାର କରିବା ଫଳରେ ରକ୍ତର ଗ୍ଲୁକଜ ସ୍ତର ବୃଦ୍ଧି ହୋଇପାରେ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ।  

ମୃତ ନାବାଳିକାଙ୍କ ପରିବାର ଲୋକେ ମାର୍ଚ୍ଚ ୨୪ରେ, ପଟିଆଲାର ଏକ ବେକେରୀରୁ ଅନଲାଇନ ଜରିଆରେ କେକ୍ ଅର୍ଡର କରିଥିଲେ। କେକ୍ ଖାଇ ସାରିବା ପରେ ନାବାଳିକାଙ୍କ ସମେତ ପରିବାରର ଅନ୍ୟମାନେ ଅସୁସ୍ଥ ହୋଇ ପଡିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। 

Advertisment

ଏହାପରେ ମୃତ୍ୟୁର କାରଣ ଜାଣିବା ପାଇଁ କେକ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। କେକ୍ ପ୍ରସ୍ତୁତିରେ ସାକାରିନ ଯୋଗ କରାଯାଇଥିବା ଜଣାପଡିଛି ବୋଲି ପୁଲିସ କହିଛି।

ପୁଲିସ ଏହି ମାମଲାରେ ବେକେରୀ ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଖୁବ୍ ଶୀଘ୍ର ଉକ୍ତ ବେକେରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଜରିମାନା ମଧ୍ୟ ଲାଗୁ କରାଯାଇପାରେ ବୋଲି ପୁଲିସ ଅଧିକାରୀ କହିଛନ୍ତି। 

Synthetic Sweetener Cake Punjab Girl Death Girl Dies Eating Cake