Advertisment

ପତଞ୍ଜଳି ପରେ IMA ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ପତଞ୍ଜଳିକୁ ବିରୋଧ କରୁଥିବା ଆଇଏମ୍‌ଏ ଏବେ ନିଜେ କ'ଣ କରିଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

SC On IMA

SC On IMA

Advertisment

ବାବା ରାମଦେବଙ୍କ ପତଞ୍ଜଳିଙ୍କୁ ଆଙ୍ଗୁଠି ଦେଖାଉଥିବା ଆଇଏମ୍‌ଏ(ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍) ଏବେ ନିଜେ ସେହି ଭୁଲ୍‌ କରିଛି। କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ଆଇଏମ୍‌ଏ ଏକ ସାକ୍ଷାତ୍‌କାର୍‌ରେ ଉକ୍ତ ମାମଲାକୁ ନେଇ ତଥ୍ୟ ରଖିଛି। ଏହାକୁ ନେଇ କୋର୍ଟ ଆଇଏମ୍‌ଏ ଉପରେ ବର୍ଷିଛନ୍ତି। ପତଞ୍ଜଳିକୁ ବିରୋଧ କରୁଥିବା ଆଇଏମ୍‌ଏ ଏବେ ନିଜେ କ'ଣ କରିଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

Advertisment

ପତଞ୍ଜଳି ଆର୍ୟୁବେଦର ବିଭ୍ରାନ୍ତିକର ବିଜ୍ଞାପନକୁ ବିରୋଧ କରି ଆଇଏମ୍‌ଏ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏହା ପରେ କୋର୍ଟ ପତଞ୍ଜଳି ଉପରେ ବର୍ଷିଥିଲେ। ଉଭୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଏନେଇ କୋର୍ଟରେ ବ୍ୟକ୍ତିଗତ ଭାବେ କ୍ଷମା ମାଗିଥିଲେ। ଏଥିସହ ଖବର କାଗଜରେ ଏକ କ୍ଷମା ପ୍ରାର୍ଥନା ମଧ୍ୟ ଦେଇଥିଲେ। ତେବେ ଏହି ମାମଲା ବିଷୟରେ ଆଇଏମ୍‌ଏ ଅଧ୍ୟକ୍ଷ ଡଃ. ଆର୍‌ବି ଅଶୋକନ୍‌ ଏକ ସାକ୍ଷାତକାର୍‌ରେ ବୟାନ ଦେଇଥିଲେ। ଏହାକୁ ନେଇ ଏବେ ସେ ଟାର୍ଗେଟ୍‌କୁ ଆସିଛନ୍ତି। ତାଙ୍କର ଏହି ବୟାନକୁ ବିରୋଧ କରି ପତଞ୍ଜଳି ଏମ୍‌ଡି ଆଚାର୍ଯ୍ୟ ବାଳକୃଷ୍ଣ କୋର୍ଟରେ ଆବେଦନ କରିଥିଲେ।

ଏହି ଆବେଦନର ଆଜି ଶୁଣାଣି ହୋଇଛି। ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅମନୁଲ୍ଲାଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ଆଇଏମ୍‌ଏ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପତଞ୍ଜଳି ଉପରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଆପଣ ପ୍ରଶ୍ନ ଉଠାଉଥିଲେ। ସେମାନଙ୍କର ଔଷଧକୁ ହଟାଇବା ପାଇଁ ଦାବି କରୁଥିଲେ। କିନ୍ତୁ ଆପଣ ଏବେ ନିଜେ କ'ଣ କରୁଛନ୍ତି? ଏହା କୌଣସି ସାଧାରଣ କଥା ନୁହେଁ। କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ଆଇଏମ୍‌ଏ ଅଧ୍ୟକ୍ଷ ଏ ବିଷୟରେ ମିଡିଆରେ ଆଲୋଚନା କରିଛନ୍ତି।

Advertisment

ଆଇଏମ୍‌ଏ ଅଧ୍ୟକ୍ଷଙ୍କ ଏଭଳି କୌଣସି ଉଦ୍ଧେଶ୍ୟ ନଥିଲା। ସେ ଏଥିପାଇଁ କ୍ଷମା ମାଗୁଛନ୍ତି। ଆଗକୁ ସେ ନିଜ ମୁହଁ ବନ୍ଦ ରଖିବେ। ଆମେ ଅଦାଲତଙ୍କ ସମ୍ମାନ କରିବା ସହ ପ୍ରଶଂସା କରୁ ବୋଲି ଏହାର ଉତ୍ତରରେ ଆଇଏମ୍‌ର ଓକିଲ କହିଛନ୍ତି। ତେବେ ଆଇଏମ୍‌ଏର ଏହି ଉତ୍ତର ଆମକୁ ସନ୍ତୁଷ୍ଟ କରିପାରିବ ନାହିଁ। ଅଦାଲତଙ୍କୁ ମଧ୍ୟ ଆଲୋଚନାର ସାମ୍ନା କରିବାକୁ ପଡିଛି ବୋଲି କହିଛନ୍ତି ଖଣ୍ଡପୀଠ।

Patanjali Ads Case Supreme Court IMA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe