Advertisment

ସ୍ୱଜାତି ଭକ୍ଷଣ: ବାଘକୁ ମାରି ଖାଇଲା ବାଘ

ବାଘ ପାଲଟିଲା ବାଘର ଶତ୍ରୁ। ନିଜ ପରାକ୍ରମ ଦେଖାଇବାକୁ ଯାଇ କମ୍‌ ବୟସ୍କ ୨ଟି ବାଘଙ୍କ ଉପରେ ଏକ ଶକ୍ତିଶାଳୀ ବାଘ ମରଣାନ୍ତକ ଆକ୍ରମଣ କରିବା ସହ ସେମାନଙ୍କୁ ଝୁଣି ଖାଇଲା।

ଅଦ୍ୟତନ ହୋଇଛି
Tiger

Tiger

Advertisment

ବାଘ ପାଲଟିଲା ବାଘର ଶତ୍ରୁ। ନିଜ ପରାକ୍ରମ ଦେଖାଇବାକୁ ଯାଇ କମ୍‌ ବୟସ୍କ ୨ଟି ବାଘଙ୍କ ଉପରେ ଏକ ଶକ୍ତିଶାଳୀ ବାଘ ମରଣାନ୍ତକ ଆକ୍ରମଣ କରିବା ସହ ସେମାନଙ୍କୁ ଝୁଣି ଖାଇଲା। ଆଖି ଖୋସିଦେବା ପରି ଏପରି ଏକ ଘଟଣା ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ଟାଇଗର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଗତ ସୋମବାର ଘଟିଛି। ଏହି ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ୨ଟି ବାଘଙ୍କ ରକ୍ତାକ୍ତ ମୃତଦେହକୁ ଉଦ୍ଧାର କରାଯାଇଛି।

Advertisment

ସେମାନଙ୍କ ମଧ୍ୟରୁ ଗୋଟିଏ ଏକ ୨ ବର୍ଷୀୟ ବାଘ ଶାବକ T-92 ଓ ୬ ବର୍ଷୀୟ ବାଘ T-142ର ମୃତଦେହ ବୋଲି ଚିହ୍ନଟ କରାଯାଇଛି। ଏହି ବାଘଦ୍ୱୟଙ୍କୁ - T-192 ନାମକ ଶକ୍ତିଶାଳୀ ବାଘ ମାରି ଖାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି।

ଏନେଇ ରିଜର୍ଭର ଡେପୁଟି ଡାଇରେକ୍ଟର କହିଛନ୍ତି, T-192 ବାଘ ହିଁ ଏହି ବାଘଦ୍ୱୟ ସହ ରକ୍ତାକ୍ତ ସଂଘର୍ଷ କରି ସେମାନଙ୍କୁ ମୃତ୍ୟୁମୁଖକୁ ଠେଲିଥିବା ଅନୁମାନ କରାଯାଉଛି। କାରଣ T-192 ଉକ୍ତ ଦୁଇ ବାଘ ରହୁଥିବା ଅଞ୍ଚଳ ପାଖାପାଖି ବୁଲୁଥିବା କ୍ୟାମେରାରେ ଦେଖା ଯାଇଛି। ମାତ୍ର ସେ ହିଁ ପ୍ରକୃତରେ ସେମାନଙ୍କୁ ହତ୍ୟା କରିଛି ନା ଆଉ କିଏ ତାହା ସ୍ପଷ୍ଟ ହୋଇ ପାରିନି।

Advertisment

ଏହି ବାଘମାନେ ରହୁଥିବା ଅଞ୍ଚଳକୁ ପର୍ଯ୍ୟଟକଙ୍କ ଯିବାକୁ ବାରଣ କରାଯାଇଛି। ଫଳରେ ସେଠାରେ ଅଧିକ ଚଳପ୍ରଚଳ ନ ଥିବାରୁ ଏପରି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। T-192 ବାଘଟି ପ୍ରାୟ ୨ ଦିନ କାଳ ଏହି ୨ ବାଘଙ୍କୁ ଆକ୍ରମଣ କରି ସେମାନଙ୍କ ଜୀବନ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି।

ବାଘ ହିଁ ବାଘକୁ ଖାଇବା ଏକ ବିରଳ ଘଟଣା ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଏପରି ଘଟିଲା ତାହାର ତଦନ୍ତ ଚାଲିଥିବା ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି।

ସ୍ୱଜାତି ଭକ୍ଷଣ ଏକ ପ୍ରାକୃତିକ ସ୍ୱଭାବ। ବାଘମାନେ ନିଜ ଛୁଆଙ୍କୁ ଛାଡ଼ି ଅନ୍ୟ ବାଘ ଶାବକଙ୍କୁ ଖାଇ ଦେଇଥାନ୍ତି। ମୁଖ୍ୟତଃ ଯେଉଁଠି ବାଘଙ୍କ ସଂଖ୍ୟା ଅଧିକ ସେଠାରେ ଏପରି ଘଟଣା ଦେଖିବାକୁ ମିଳିଥାଏ।

ମାତ୍ର ଜଣେ ପ୍ରାଣୀ ବିଶେଷଜ୍ଞଙ୍କ କହିବାନୁଯାୟୀ, ବାଘମାନେ ଅଭ୍ୟାସଗତ ସ୍ୱଜାତି ଭକ୍ଷଣ ପ୍ରାଣୀ ନୁହନ୍ତି। କିନ୍ତୁ ପାରିପାର୍ଶ୍ୱିକ ସ୍ଥିତିରେ ପଡ଼ି ଏପରି କାଣ୍ଡ ଘଟାଇ ପାରିଥାନ୍ତି। ୨ଟି ବାଘର ଲଢ଼େଇ ମଧ୍ୟରେ ଜଣେ ପରାଜିତ ହେବା ସହ ମୃତ୍ୟୁମୁଖରେ ପଡ଼ିଥାଏ। ଏପରି ସ୍ଥିତିରେ ବିଜୟର ପ୍ରତୀକ ସ୍ୱରୂପ ବିଜେତା ବାଘଟି ମୃତ ବାଘର ଶରୀରର କିଛି ଅଂଶକୁ ଭକ୍ଷଣ କରିଥାଏ।

Maharashtra Tiger Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe