Advertisment

ତାଜମହଲ ପ୍ରତି ବ‍ଢ଼ୁଛି ବିପଦ! ବେଆଇନ ନିର୍ମାଣକୁ ନେଇ ବଢ଼ିଲା ଚିନ୍ତା

ତାଜମହଲର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ରେଷ୍ଟୁରାଷ୍ଟ, କାଫେ, ଇମ୍ପୋରିୟମ ଠାରୁ ଆରମ୍ଭ କରି ପ୍ରାୟ ୪୭୦ଟି ବେଆଇନ ପ୍ରତିଷ୍ଠାନ ତିଆରି କରାଯାଇଛି।

author-image
Hemant Lenka
Taj Mahal

Taj Mahal

ଆଗ୍ରାରେ ଥିବା ପ୍ରସିଦ୍ଧ ତାଜମହଲ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଏହାର ୫୦୦ ମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳକୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ସତ। ହେଲେ ଏହାକୁ କେହି ବି ମାନୁ ନାହାନ୍ତି।

Advertisment

ତାଜମହଲର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ରେଷ୍ଟୁରାଷ୍ଟ, କାଫେ, ଇମ୍ପୋରିୟମ ଠାରୁ ଆରମ୍ଭ କରି ପ୍ରାୟ ୪୭୦ଟି ବେଆଇନ ପ୍ରତିଷ୍ଠାନ ତିଆରି କରାଯାଇଛି। ଏହା ମଧ୍ୟରୁ ଅନେକ ଦୋକାନ ଦଶନ୍ଧି ଦଶନ୍ଧି ଧରି ଏଠାରେ ରହିଛି।

ଏଗୁଡ଼ିକ ତାଜମହଲର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏଏସ୍‌ଆଇ ବେଆଇନ ଦଖଲ ବିରୋଧରେ ଏଫଆଇଆର ରୁଜୁ କରିଛି। କିନ୍ତୁ ସ୍ଥାନୀୟ ପ୍ରଶାସନ ବେଆଇନ ଦଖଲକୁ ଉଚ୍ଛେଦ କରିବା ପାଇଁ କୌଣସି ପ୍ରକାରର ପଦକ୍ଷେପ ନେଇ ନାହିଁ।

Advertisment

ତାଜମହଲର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ବେଆଇନ ଭାବେ ପ୍ରତିଷ୍ଠାନ ଖୋଲିଥିବା ଲୋକଙ୍କ ତାଲିକା ଏଏସ୍‌ଆଇର ମହାନିର୍ଦ୍ଦେଶକ ଉତ୍ତର ପ୍ରଦେଶ ସରକାର ଓ ଜିଲ୍ଲା ପ୍ରଶାସନ ପାଖକୁ ପଠାଇଥିଲେ। ବେଆଇନ ଭାବେ ଥିବା ନିର୍ମାଣଗୁଡ଼ିକୁ ହଠାଇବା ପାଇଁ ସେ ଗତବର୍ଷ ତାଲିକା ପଠାଇ ଥିଲେ ମଧ୍ୟ କିଛି ବି ଲାଭ ମିଳି ନାହିଁ।

ଏଏସ୍‌ଆଇ ଅଧିକାରୀ ଦାବି କରିଛନ୍ତି ଯେ ବାରମ୍ବାର ଏହି ସମସ୍ୟାକୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ହେଁ ଜବରଦଖଲକୁ ଉଚ୍ଛେଦ କରାଯାଇ ନାହିଁ। ସଂରକ୍ଷିତ ଐତିହର ଚାରି ପାଖରେ ଜବରଦଖଲ ବିରୋଧରେ ଏଫଆଇଆର କରିବାର ଅଧିକାର ଏଏସ୍‌ଆଇର ରହିଛି।

ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କ ଅଫିସ ପକ୍ଷରୁ ଜବବରଦଖଲ ଉଚ୍ଛେଦ ପାଇଁ ନୋଟିସ ପଠାଯାଇ ପାରିବ। କିନ୍ତୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାୟିତ୍ୱ ଆଗ୍ରା ବିକାଶ ପ୍ରାଧିକରଣ(ଏଡିଏ) ଓ ସ୍ଥାନୀୟ ପ୍ରଶାସନର। ସେମାନେ କିନ୍ତୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନାହାନ୍ତି। 

ଏଏସ୍‌ଆଇର ତଥ୍ୟ ଅନୁସାରେ, ୨୦୧୫ରୁ ୨୦୨୨ ମଧ୍ୟରେ ତାଜମହଲର ୧୦୦ରୁ ୩୦୦ ମିଟର ଅଞ୍ଚଳ ମଧ୍ୟରେ ନୂଆ କରି ୨୪୮ଟି ବେଆଇନ ପ୍ରତିଷ୍ଠାନ ତିଆରି କରାଯାଇଛି। ଏହା ମଧ୍ୟରୁ କିଛି ପ୍ରତିଷ୍ଠାନ ୫୦ ମିଟିର ପରିଧି ଭିତରେ ମଧ୍ୟ ରହିଛି। ଏଥିଯୋଗୁ ତାଜମହଲ ମଧ୍ୟ ଦୂରରୁ ଆଉ ଠିକ ଭାବେ ଦୃଶ୍ୟମାନ ହେଉନାହିଁ। ଦିନକୁ ଦିନ ଏହାକୁ ଘେରାବନ୍ଦୀ କରିବା ଭଳି ସ୍ଥିତି ଦେଖାଯାଉଛି। 

Uttar Pradesh ASI Taj Mahal