Advertisment

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧିଙ୍କ ଘନିଷ୍ଠ

ପ୍ରିୟଙ୍କା ଗାନ୍ଧିଙ୍କ ଘନିଷ୍ଠ କୁହାଯାଉଥିବା ହିମାଚଳ ପ୍ରଦେଶ କଂଗ୍ରେସ ପ୍ରଭାରୀ ତାଜିନ୍ଦର ସିଂହ ବିଟ୍ଟୁ ଇସ୍ତଫା ଦେଇଛନ୍ତି।

author-image
Madhupriya Mistry
tajinder-singh-bittu Join BJP

tajinder-singh-bittu Join BJP

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ଼ ଝଟ୍‌କା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧିଙ୍କ ଘନିଷ୍ଠ କୁହାଯାଉଥିବା ହିମାଚଳ ପ୍ରଦେଶ କଂଗ୍ରେସ ପ୍ରଭାରୀ ତାଜିନ୍ଦର ସିଂହ ବିଟ୍ଟୁ। ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବାର କିଛି ଘଣ୍ଟା ପରେ ହିଁ ସେ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି। ସେ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଜେପି ମହାସଚିବ ବିନୋଦ ତାଓ୍ୱଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

Advertisment

ଏହାପୂର୍ବରୁ ସେ ସୋଶାଲ ମିଡିଆରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଥିଲେ। ସେ ନିଜ ଇସ୍ତଫାପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି। ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବଂ ହିମାଚଳ ପ୍ରଦେଶର ଏଆଇସିସି ସହ ପ୍ରଭାରୀ ପଦରୁ ତତ୍କାଳ ପ୍ରଭାବ ସହ ଇସ୍ତଫା ଦେଉଥିବା ଇସ୍ତଫାପତ୍ରରେ ତାଜିନ୍ଦର ଦର୍ଶାଇଛନ୍ତି।

ପ୍ରିୟଙ୍କା ଗାନ୍ଧିଙ୍କ ପାଖ ଲୋକ ଥିବା ତାଜିନ୍ଦର ସିଂହ ଦୀର୍ଘ ୩୫ ବର୍ଷ ପରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଉଥିବା ନେଇ ସୋଶାଲ ମିଡିଆରେ କହିଥିଲେ। ତେବେ କେଉଁ କାରଣରୁ ସେ କଂଗ୍ରେସ ଛାଡିଛନ୍ତି ସେ ନେଇ କିଛି ଦର୍ଶାଇ ନାହାନ୍ତି। ଗତ କିଛି ଦିନ ଧରି ସେ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କାରଣ ସେ ବିଜେପିର ବଡ଼ ବଡ଼ ନେତାଙ୍କ ସହ ବୈଠକ କରୁଥିଲେ।

Advertisment

କହିରଖୁ ଯେ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ କଂଗ୍ରେସ ଛାଡିବା ପରେ ଜଣକ ପରେ ଜଣେ ବରିଷ୍ଠ ନେତା ଦଳ ଛାଡି ଚାଲିଛନ୍ତି। କଂଗ୍ରେସ ଛାଡି ଅଧିକାଂଶ ନେତା ବିଜେପିରେ ସାମିଲ ହେଉଛନ୍ତି। ଏଥିରେ ଅମରିନ୍ଦର ସିଂହ, ସୁନୀଲ ଜାଖଡ ସମେତ ଅନେକ ନେତା ସାମିଲ ଅଛନ୍ତି।

Congress Loksabha Election 2024 Tajinder Singh Bittu Resign