Advertisment

Jhansi Murder: ପ୍ରଥମ ମହିଳା ଅଟୋ ଚାଳକଙ୍କ ହତ୍ୟା ପଛରେ ପ୍ରେମ, ପ୍ରତାରଣା ଓ ପ୍ରତିଶୋଧ

ଗିରଫ ଅଭିଯୁକ୍ତ ପୁଲିସ୍‌କୁ କହିଛି ଯେ ସେ ଓ ପୀଡ଼ିତା ଏକଦା ପରସ୍ପରକୁ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ମହିଳା ଜଣଙ୍କ ତାଙ୍କୁ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ। ଖାସ ଏହି ଧୋକାର ବଦଲା ନେବାକୁ ସେ ନିଜର ବିବାହ ବାର୍ଷିକୀ ରାତିରେ ହିଁ ମହିଳାଙ୍କୁ ହତ୍ୟା କରିଥିଲେ।

anita

ଅନୀତା ଚୌଧୁରୀ (ଫାଇଲ ଫଟୋ)

Advertisment

ପ୍ରେମ ବ୍ୟାପାରା। ଧୋକା ଓ ଏହାର ପ୍ରତିଶୋଧ। ଉତ୍ତର ପ୍ରଦେଶର ଝାନସୀର ପ୍ରଥମ ମହିଳା ଅଟୋ ଚାଳକଙ୍କୁ ହତ୍ୟା ପଛରେ ଏପରି କିଛି କାରଣ ରହିଥିବା ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି। ମହିଳାଙ୍କ ହତ୍ୟା(Murder) ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍‌ ମଧ୍ୟରାତ୍ରରେ ଏନକାଉଣ୍ଟର କରି ଗିରଫ କରିବା ପରେ ପୂରା ମାମଲା ସାମ୍ନାକୁ ଆସିଛି। 

Advertisment

ଗିରଫ ଅଭିଯୁକ୍ତ ପୁଲିସ୍‌କୁ କହିଛି ଯେ ସେ ଓ ପୀଡ଼ିତା ଏକଦା ପରସ୍ପରକୁ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ମହିଳା ଜଣଙ୍କ ତାଙ୍କୁ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ। ଖାସ ଏହି ଧୋକାର ବଦଲା ନେବାକୁ ସେ ନିଜର ବିବାହ ବାର୍ଷିକୀ ରାତିରେ ହିଁ ମହିଳାଙ୍କୁ ହତ୍ୟା କରିଥିଲେ।

ଜାନୁଆରୀ ୪ ଓ ହତ୍ୟାକାଣ୍ଡ 

ଜାନୁଆରୀ ୪ ତାରିଖରେ ଝାନସୀର ପ୍ରଥମ ମହିଳା ଅଟୋ ଚାଳକ ଅନୀତା ଚୌଧୁରୀଙ୍କୁ ସକୁନୱା ଧୁକୱାନ କଲୋନୀ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ବିଚ ରାସ୍ତାରୁ ତାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ବେଳେ ଏହା ନିକଟରେ ଅଟୋଟି ଓଲଟି ରହିଥିଲା। ଅନୀତାଙ୍କ ସମ୍ପର୍କୀୟ କରିଥିବା ଅଭିଯୋଗ ଆଧାରରେ ପୁଲିସ ମୁକେଶ ଝା, ଶିବମ ଓ ମନୋଜ ନାମକ ୩ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା କରିଥିଲା। ଅଭିଯୋଗ ପରେ ଶିବମ ଓ ମନୋଜଙ୍କୁ ପୁଲିସ୍‌ ତୁରନ୍ତ ନିଜ ହେପାଜତକୁ ନେଇ ଯାଇଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ମୁକେଶ ଫେରାର ରହିଥିଲା। 

Advertisment

ଜାନୁଆରୀ ୧୦ ଏନକାଉଣ୍ଟର୍‌ 

ଘଟଣାର ଦିନକ ପରେ ମୁକେଶର ଇଗନିସ କାରକୁ ପୁଲିସ ବେଟୱା ନଦୀ ଉପରେ ଥିବା ନୋଟଘାଟ ବ୍ରିଜ ଉପରେ ପାର୍କ ହୋଇଥିବା ଦେଖିବାକୁ ପାଇଥିଲା। କିନ୍ତୁ କାରରେ ମୁକେଶ ନଥିଲା। ସେବେଠାରୁ ପୁଲିସ୍‌ ତା’କୁ ଖୋଜିବାରେ ଲାଗିଥିବା ବେଳେ ବେଶ କିଛି ଦିନ ବ୍ୟବଧାନ ପରେ ତା’ର ସୂଚନା ପାଇଥିଲା।

ଗତ ରାତିରେ ପୁଲିସ୍‌ ଭଗବନ୍ତପୁରା ଓ କାରଗାଁ ରାସ୍ତାର ମାଟି ରାସ୍ତାରେ ଝା ରହିଥିବା ଜାଣିବାକୁ ପାଇଥିଲା। ପୁଲିସ୍‌ ଘେରାବନ୍ଦୀ କରି ତା’କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ପୁଲିସ୍‌କୁ ଗୁଳି ମାଡ଼ କରି ଖସି ଯିବାକୁ ଚାହିଁଥିଲେ।

କିନ୍ତୁ ପୁଲିସ୍‌ର ପାଲଟା ଗୁଳି ମାଡ଼ରେ ମୁକେଶ ଜଖମ ହୋଇ ଖସିବାକୁ ସକ୍ଷମ ହୋଇ ନଥିଲା। ମୁକେଶ ଏବେ ଗୋଟିଏ ମେଡିକାଲ କଲେଜରେ ରହିଛି। ତା’ ନିକଟରୁ ପୁଲିସ୍‌ ଗୋଟିଏ ପିସ୍ତଲ ଓ କାଟ୍ରିଜ ଜବତ କରିଛି। 

ପ୍ରେମ ଓ ପ୍ରତାରଣାର କାହାଣୀ 

ସିଟି ଏସ୍‌ପି ପ୍ରୀତି ସିଂହଙ୍କ କହିବା କଥା ଯେ ମୁକେଶ ଓ ଅନୀତାଙ୍କ ମଧ୍ୟରେ ୬ରୁ ୭ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା। ଦୁଇ ପ୍ରେମପକ୍ଷୀ ଗୋଟିଏ ମନ୍ଦିରରେ ବିବାହ ମଧ୍ୟ କରିଥିଲେ। କିନ୍ତୁ ସେମାନଙ୍କ ବିବାହ ବେଶୀ ଦିନ ତିଷ୍ଟି ପାରି ନଥିଲେ। ବାହାଘରର ବହୁତ କମ ଦିନ ମଧ୍ୟରେ ଅନୀତା ତା’କୁ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ। ଆଉ ଜଣଙ୍କ ପ୍ରେମ ପାଇଁ ସେ ମୁକେଶ ଠାରୁ ଅଲଗା ହୋଇଯାଇଥିଲେ। 

ଏପରି ଧୋକାକୁ ସହଜରେ ଗ୍ରହଣ କରିପାରି ନଥିଲା ମୁକେଶ। ଏଥିପାଇଁ ସେ ଅନୀତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଧୋକାର ବଦଲା ନେବାକୁ ସେ ନିଜ ବିବାହ ବାର୍ଷିକୀର ରାତିକୁ ବାଛିଥିଲା।

ଅନୀତା ଜାନୁଆରୀ ୪ ତାରିଖରେ ଅଟୋ ଧରି ଆସୁଥିବା ବେଳେ ମୁକେଶ ତାଙ୍କୁ ଗୁଳି ମାଡ଼ କରିଥିଲା। ଏଥିରେ ଶିବମ ଓ ମନୋଜ ସହାୟତା କରିଥିଲେ। ଗୁଳି ମାଡ଼ ଯୋଗୁ ଘଟଣାସ୍ଥଳରେ ହିଁ ଅନୀତାଙ୍କ ମୃତ୍ୟୁ ହୋଇଥିଲା। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe