Advertisment

୨୦୦୦ କୋଟିର ଡ୍ରଗ୍ସ ରାକେଟ୍‌ ମାମଲାରେ ବନ୍ଧା ହେଲେ ଫିଲ୍ମ ନିର୍ମାତା

ଅଭିଯୁକ୍ତମାନେ କାର୍ଗୋ ବିମାନ ଓ ଜାହାଜ ଜରିଆରେ ଡ୍ରଗ୍ସକୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯେପରିକି ପ୍ରୋଟିନ୍‌ ପାଉଡର୍‌ ଓ ଶୁଖିଲା ନଡୁଆ ଗୁଣ୍ଡରେ ଲୁଚାଇ ଚାଲାଣ କରୁଥିଲେ ବୋଲି ଏନ୍‌ସିବି କହିଛି।

author-image
Madhupriya Mistry
Tamil Film Producer Arrested

Tamil Film Producer Arrested

ଡ୍ରଗ୍ସ ରାକେଟ୍‌ ମାମଲାରେ ଧରା ପଡିଲେ ଫିଲ୍ମ ନିର୍ମାତା । ଦେଶ ବାହାରକୁ ୨୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାମିଲ ଫିଲ୍ମ ନିର୍ମାତା ଜାଫର ସାଦିକଙ୍କୁ ଗିରଫ କରିଛି। ଚାରି ମାସ ଧରି ସାଦିକଙ୍କୁ ଖୋଜିବା ପରେ ଶେଷ ଶନିବାର ତାଙ୍କୁ ଏନ୍‌ସିବି ଗିରଫ କରିବାରେ ସଫଳ ହୋଇଛି।

Advertisment

ଏନ୍‌ସିବି ସାଦିକଙ୍କୁ ଭାରତ-ଅଷ୍ଟ୍ରେଲିଆ-ନ୍ୟୁଜଲାଣ୍ଡ ଡ୍ରଗ୍ସ ଚାଲାଣ ନେଟଓ୍ୱର୍କର 'କିଙ୍ଗପିନ୍‌' ବୋଲି ମଧ୍ୟ କହିଛି। ଫିଲ୍ମ ନିର୍ମାତାଙ୍କ ସମେତ ୩ ଜଣଙ୍କୁ ଏନ୍‌ସିବି ଆଜି ଏହି ଡ୍ରଗ୍ସ ଚାଲାଣ ମାମଲାରେ ଦିଲ୍ଲୀରୁ ଗିରଫ କରିଛି। ସେମମାନଙ୍କ ନିକଟରୁ ୫୦ କେଜିରୁ ଅଧିକ ଡ୍ରଗ୍ସ ଜବତ ହୋଇଛି।

ଏନ୍‌ସିବି ଅନୁସାରେ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରୁ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଚାଲାଣ କରିଥିବା ନେଇ ସାଦିକ ବିରୋଧରେ ଅଭିଯୋଗ ରହିଛି। ଜଣେ ଅଧିକାରୀଙ୍କ କହିବା ମୁତାବକ, ଅଭିଯୁକ୍ତମାନେ ବିଭିନ୍ନ ଦେଶକୁ ୪୫ରୁ ଅଧିକ ଥର ୩,୫୦୦ କିଲୋଗ୍ରାମର (ସିଉଡୋଫେଡ୍ରାଇନ୍) ଏକ ପ୍ରକାର ନିଶା ଦ୍ରବ୍ୟ ଚାଲାଣ କରିଛନ୍ତି।

Advertisment

ଅଭିଯୁକ୍ତମାନେ କାର୍ଗୋ ବିମାନ ଜରିଆରେ ଏହି ଡ୍ରଗ୍ସକୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯେପରିକି ପ୍ରୋଟିନ୍‌ ପାଉଡର୍‌ ଓ ଶୁଖିଲା ନଡୁଆ ଗୁଣ୍ଡରେ ଲୁଚାଇ ଚାଲାଣ କରୁଥିଲେ ବୋଲି ଏନ୍‌ସିବି କହିଛି।  

ଏନ୍‌ସିବି ଓ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ ଫିଲ୍ମ ନିର୍ମାତା ତଥା ପୂର୍ବତନ ଡିଏମ୍‌କେ ନେତା ଜାଫର ସାଦିକଙ୍କୁ ଦୁଇ ସପ୍ତାହ ଧରି ଜେରା କରିବ। ଡ୍ରାଗ୍ସ ଚାଲାଣ କରି ସାଦିକ କୋଟି କୋଟି ଟଙ୍କା ଅର୍ଜନ କରିଛନ୍ତି। ଏହି ଟଙ୍କାକୁ ସେ ନିଜ ଫିଲ୍ମ, କନ୍‌ଷ୍ଟ୍ରକ୍ସନ ଓ ହସ୍ପିଟାଲିଟି କାମରେ ଲଗାଇଛନ୍ତି ବୋଲି ଏନ୍‌ସିବି କହିଛି।

କହିରଖୁ ଯେ, ସାଉଥ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶ ଜାଫର ସାଦିକ ବର୍ତ୍ତମାନ ସୁଦ୍ଧା ୪ଟି ଫିଲ୍‌ମ ତିଆରି କରିଛନ୍ତି। ତାଙ୍କର ଶେଷ ଫିଲ୍ମ ଚଳିତ ମାସରେ ରିଲିଜ ହେବ।

Drugs Smuggling NCB Tamil Film Producer