Advertisment

ଧୋଇଗଲା ରେଲଓ୍ୱେ ଟ୍ରାକ୍, ଫସିଲେ ୫୦୦ ଯାତ୍ରୀ

ଅଧାରାସ୍ତାରେ ଅଟକି ରହିଛି ଯାତ୍ରୀବାହୀ ଟ୍ରେନ୍‌। ୫୦୦ରୁ ଅଧିକ ଯାତ୍ରୀ ରେଲଓ୍ୱେ ଷ୍ଟେସନରେ ଫସି ରହିଛନ୍ତି। ଟ୍ରେନ୍‌ଟି ତିରୁଚେନ୍ଦୁରରୁ ଚେନ୍ନାଇ ଯାଉଥିଲା।

ଅଦ୍ୟତନ ହୋଇଛି
passengers-stuck-at-station

passengers-stuck-at-station

Advertisment

ପ୍ରବଳ ବର୍ଷା। ଜୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି। ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟ ଚାରିଆଡେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଏକ ପ୍ରକାରର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛ। ତାମିଲନାଡୁର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ଯୋଗୁ ରେଲଓ୍ୱେ ଟ୍ରାକ୍‌ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଅଧାରାସ୍ତାରେ ଅଟକି ରହିଛି ଯାତ୍ରୀବାହୀ ଟ୍ରେନ୍‌। ୫୦୦ରୁ ଅଧିକ ଯାତ୍ରୀ ରେଲଓ୍ୱେ ଷ୍ଟେସନରେ ଫସି ରହିଛନ୍ତି। ଏହି ଟ୍ରେନ୍‌ଟି ତିରୁଚେନ୍ଦୁରରୁ ଚେନ୍ନାଇ ଯାଉଥିଲା।

Advertisment

ତାମିଲନାଡୁର ତୁତିକୋରିନ ଜିଲ୍ଲାର ଶ୍ରୀବୈକୁଣ୍ଠମରେ ଯାତ୍ରୀମାନେ ଫସି ରହିଛନ୍ତି। ଷ୍ଟେସନର ଚାରିଆଡେ ପାଣି ଜମି ରହିଛି। ଏପରି ରେଳ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି। ଟ୍ରାକ୍‌ ଉପରେ କେବଳ ଲୁହା ରଡ ଓ ସିମେଣ୍ଟ ସ୍ଲାବ ଦେଖାଯାଉଛି। ଏଥିଯୋଗୁ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଛି।

ଷ୍ଟେସନ ଆଡକୁ ଯାଉଥିବା ସମସ୍ତ ରାସ୍ତା ମଧ୍ୟ ବର୍ଷାରେ ଧୋଇ ହୋଇଯାଇଛି। ଫଳରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟକୁ ବାଧ୍ୟ ହୋଇ ବନ୍ଦ କରିବାକୁ ପଡିଛି। ଦକ୍ଷିଣ ରେଲଓ୍ୱେ ପକ୍ଷରୁ ଜାରି ହୋଇଥିବା ବୟାନ ମୁତାବକ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏନ୍‌ଡିଆର୍‌ଏଫ୍ ଟିମ୍‌ ଷ୍ଟେସନରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଛନ୍ତି। ସମସ୍ତ ଯାତ୍ରୀଙ୍କୁ ହେଲିକପ୍ଟର ଯୋଗେ ଖାଦ୍ୟ ପହଞ୍ଚାଇବା ବ୍ୟବସ୍ଥା କରାଯାଉଛି।

Advertisment

ଚାରୋଟି ଜିଲ୍ଲା କନ୍ୟାକୁମାରୀ, ଥୁଥୁକୁଡି, ତେନକାସି ଓ ତିରୁନେଲବେଲି ବର୍ଷା ଯୋଗୁ ଅଧିକ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ଏହାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ଦକ୍ଷିଣ ଭାଗରେ ହୋଇଥିବା ବର୍ଷା ଓ ବନ୍ୟାସ୍ଥିତି ଉପରେ ଚର୍ଚ୍ଚା କରିବା ପାଇଁ ଆସନ୍ତାକାଲିକୁ ସମୟ ମାଗିଛନ୍ତି।

Heavy Rain Heavy Rain In Tamil Nadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe