Advertisment

ନବ ବିବାହିତ ଦମ୍ପତିଙ୍କୁ ଷ୍ଟାଲିନଙ୍କ ଟିପ୍ସ, ୧୬ଟା ଛୁଆ ଜନ୍ମ କର

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ ଜନସଂଖ୍ୟା ବୃଦ୍ଧି ଓ ଅଧିକ ଛୁଆ ଜନ୍ମ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି।

M K Stalin

M K Stalin

Advertisment

ନବ ବିବାହିତ ଦମ୍ପତି ଏବେ ଗୋଟିଏ କିମ୍ବା ଦୁଇଟି ଦୁହେଁ ୧୬ଟା ଲେଖାଏଁ ଛୁଆ ଜନ୍ମ କରନ୍ତୁ। ଏଭଳି କିଛି ଟିପ୍ସ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ଷ୍ଟାଲିନ୍‌ ଜନସଂଖ୍ୟା ବୃଦ୍ଧି ଓ ଅଧିକ ଛୁଆ ଜନ୍ମ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି।

Advertisment

ଚେନ୍ନାଇରେ ହିନ୍ଦୁ ଧାର୍ମିକ ବୋର୍ଡ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଷ୍ଟାଲିନ ଜନସଂଖ୍ୟା ବୃଦ୍ଧି ନେଇ ବୟାନ ଦେଇଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଏକ ଗଣବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, ଏଠାରେ ୩୧ ଦମ୍ପତିଙ୍କ ଏକା ସଙ୍ଗେ ବିବାହ ହୋଇଥିଲା। ଏହି ସମୟରେ ଷ୍ଟାଲିନ ଏବେ ସମୟ ଆସି ଯାଇଛି ୧୬ ପ୍ରକାରର ସମ୍ପତ୍ତି ବଦଳରେ ୧୬ଟି ଛୁଆ ଜନ୍ମ କରନ୍ତୁ ବୋଲି ନବଦମ୍ପତିଙ୍କୁ ପରାମର୍ଶ ଦେଇଥିଲେ।

ସେ କହିଥିଲେ ଯେ, ପ୍ରଥମେ ବୟସ୍କ ଲୋକମାନେ ନବ ବିବାହିତ ଦମ୍ପତିଙ୍କୁ ୧୬ ପ୍ରକାରର ସମ୍ପତ୍ତି ପ୍ରାପ୍ତ କରିବାକୁ ଆଶୀର୍ବାଦ ଦେଉଥିଲେ। କିନ୍ତୁ ଏବେ ୧୬ ପ୍ରକାରର ସମ୍ପତ୍ତି ବଦଳରେ ୧୬ଟି ଛୁଆ ଜନ୍ମ କରିବାର ସମୟ ଆସିଯାଇଛି।

Advertisment

ସେ ଆହୁରି କହିଥିଳେ ଯେ, 'ଯେତେବେଳେ ବୟସ୍କ ତଥା ଘରର ବଡ଼ମାନେ କହୁଥିଲେ ଯେ ତୁମେ ୧୬ଟି ସନ୍ତାନ ପ୍ରପ୍ତ କର, ଓ ସମୃଦ୍ଧ ଜୀବନଯାପନ କର,ସେତେବେଳେ ଏହାର ଅର୍ଥ ୧୬ ପିଲା ନୁହେଁ ବରଂ ୧୬ ପ୍ରକାରର ସମ୍ପତ୍ତି। ଯାହା ଲେଖକ ବିଶ୍ୱନାଥନ ତାଙ୍କ ପୁସ୍ତକରେ ବର୍ଣନା କରିଛନ୍ତି। ଗାଈ, ଘର, ପତ୍ନୀ, ସନ୍ତାନ, ଶିକ୍ଷା, ଜଜ୍ଞାସା, ଜ୍ଞାନ, ଅନୁଶାସନ, ଜମି, ଜଳ, ଦୀର୍ଘାୟୁ, ଯାନ, ସୁନାବାହାନ, ସମ୍ପତ୍ତି, ଫସଲ ଏବଂ ପ୍ରଶଂସା। କିନ୍ତୁ ବର୍ତ୍ତମାନ ୧୬ ପ୍ରକାରର ସମ୍ପତ୍ତି ପାଇବାକୁ କେହି ଆପଣଙ୍କୁ ଆଶୀର୍ବାଦ ଦେଉ ନାହାଁନ୍ତି, ବରଂ ପର୍ଯ୍ୟାପ୍ତ ସନ୍ତାନ ଜନ୍ମ କରିବାକୁ ଏବଂ ସମୃଦ୍ଧ ଜୀବନଯାପନ ପାଇଁ ଆଶୀର୍ବାଦ କରୁଛନ୍ତି।'

ତେବେ ଷ୍ଟାଲିନଙ୍କ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଜନସଂଖ୍ୟା ବୃଦ୍ଧି ଉପରେ ଜୋର୍‌ ଦେଇଛନ୍ତି। ସମଗ୍ର ଦେଶରେ ମୁଖ୍ୟତଃ ଦକ୍ଷିଣ ଭାରତରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ। ଏପରି ସମୟରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଛି। ତେଣୁ ବଡ଼ ପରିବାର କରିବା ଆବଶ୍ୟକ ଥିବା ସେ କହିଛନ୍ତି। ଦୁଇରୁ ଅଧିକ ଛୁଆ ଜନ୍ମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସେ ଏକ ଲୋଭନୀୟ ଅଫର ମଧ୍ୟ ଦେଇଛନ୍ତି। ଯାହାର ଅଧିକ ଛୁଆ ଥିବା ସେମାନେ ନିର୍ବାଚନ ଲଢ଼ି ପାରିବେ ବୋଲି ସେ ଲୋକଙ୍କୁ ଅଫର୍‌ ଦେଇଛନ୍ତି।

M K Stalin Tamil Nadu CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe