Advertisment

ପ୍ରବଳ ବର୍ଷାରେ ଉବୁଟୁବୁ ତାମିଲନାଡ଼ୁ; ଚାରି ଜିଲ୍ଲାର ସବୁ ସ୍କୁଲ, କଲେଜ ଛୁଟି

ପ୍ରଭାବିତ ୪ ଜିଲ୍ଲାରେ NDRF ମୁତୟନ କରାଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟ ପାଇଁ ୪ ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

undefined

Heavy Rain

Advertisment

ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ତାମିଲନାଡ଼ୁ । ଦକ୍ଷିଣ ତାମିଲନାଡୁର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ତିରୁନେଲବେଲି, ଥୁଥୁକୁଡ଼ି, କନ୍ୟାକୁମାରୀ ଓ ତେନକାସୀ । ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବହୁ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ।

Advertisment

ସବୁଠୁ ବେଶୀ ପ୍ରଭାବିତ ହୋଇଛି କନ୍ୟାକୁମାରୀ ଜିଲ୍ଲା । ପ୍ରଭାବିତ ୪ ଜିଲ୍ଲାରେ NDRF ମୁତୟନ କରାଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟ ପାଇଁ ୪ ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ପ୍ରବଳ ବର୍ଷା ଯୋଗୁ ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ପ୍ରଭାବିତ ୪ ଜିଲ୍ଲାରେ ସ୍କୁଲ, କଲେଜ ଓ ଅନ୍ୟ ଅନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଛି। ତିରୁନେଲବେଲି ଜିଲ୍ଲାରେ ବହୁ ଲୋକଙ୍କ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖା ଯାଇଛି। ସେଠାରେ ସେମାନଙ୍କୁ ରନ୍ଧ୍ୟା ଖାଦ୍ୟ ସମେତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି।

Advertisment

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସାକ୍ଲୋନିକ ସାର୍କୁଲେସନ ପ୍ରଭାବରେ ଏହି ବର୍ଷା ହେଉଛି । ଆଜି ଓ ଆସନ୍ତାକାଲି ତାମିଲନାଡ଼ୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସାଙ୍ଗରୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

Heavy Rain Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe