Advertisment

ତିରୁପତି ମନ୍ଦିରକୁ ମିଳିଲା ୫ କୋଟିର ଦାନ

ମନ୍ଦିର ଟ୍ରଷ୍ଟ ଅଧୀନରେ ଥିବା ଭଗବାନ ଭେଙ୍କଟେଶ୍ୱର ମନ୍ଦିରର ସଂପ୍ରସାରଣ ପାଇଁ ସେମାନେ ଟଙ୍କା ଦେଇଛନ୍ତି। ଚେନ୍ନାଇର ଟି ନଗର ଠାରେ ମନ୍ଦିରଟି ରହିଛି।

author-image
Hemant Lenka
Tirupati

Tirupati

ତାମିଲନାଡୁର କିଛି ଶ୍ରଦ୍ଧାଳୁ ପ୍ରସିଦ୍ଧ ତିରୁପତି ମନ୍ଦିରକୁ ହାତ ଖୋଲା ଦାନ କରିଛନ୍ତି। କିଛି ଶ୍ରଦ୍ଧାଳୁ ମିଳିତ ଭାବେ ୫.୧୧ କୋଟି ଟଙ୍କା ତିରୁମାଲା ତିରୁପତି ଦେବସ୍ଥାନାମକୁ ଦେଇଛନ୍ତି। ମନ୍ଦିର ଟ୍ରଷ୍ଟ ଅଧୀନରେ ଥିବା ଭଗବାନ ଭେଙ୍କଟେଶ୍ୱର ମନ୍ଦିରର ସଂପ୍ରସାରଣ ପାଇଁ ସେମାନେ ଟଙ୍କା ଦେଇଛନ୍ତି। ଚେନ୍ନାଇର ଟି ନଗର ଠାରେ ମନ୍ଦିରଟି ରହିଛି।

Advertisment

ତାମିଲନାଡୁ ଓ ପୁଡୁଚେରୀ ପାଇଁ ଥିବା ଟିଟିଡି ସ୍ଥାନୀୟ ପରାମର୍ଶଦାତା କିମିଟିର ସଭାପତି ଏଜେ ଶେଖର ରେଡ୍ଡୀ ଟିଟିଡିର ଟି ନଗର ମନ୍ଦିରର ସଂପ୍ରସାରଣ ପାଇଁ ପ୍ରସ୍ତାବ ଦେଇଥିଲେ। ୧୯୭୫ ମସିହାରେ ତିରୁପତି ଟ୍ରଷ୍ଟ ଭଗବାନ ଭେଙ୍କଟେଶ୍ୱର ମନ୍ଦିରକୁ ଟି ନଗରରେ ପ୍ରତିଷ୍ଠା କରିଥିଲା।

ପ୍ରତିଦିନ ଏଠାକୁ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ଆସନ୍ତି। ଏଥିପାଇଁ ସ୍ଥାନ କମ ପଡ଼ୁଥିବାରୁ ମନ୍ଦିରର ସଂପ୍ରସାରଣ କରିବାକୁ ଯୋଜନା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁର କିଛି ଶ୍ରଦ୍ଧାଳୁ ମିଳିତ ଭାବେ ୫.୧୧ କୋଟି ଟଙ୍କା ମନ୍ଦିର ଟ୍ରଷ୍ଟକୁ ଦାନ କରିଛନ୍ତି।

Advertisment
Tamilnadu