Advertisment

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ, ହାତରେ ମଣିଷ ଖପୁରୀ

ପ୍ରଚଣ୍ଡ ଖରାରେ ପ୍ରତିବାଦ ଜଣାଇବାକୁ ରାସ୍ତାକୁ ଓହ୍ଲାଇଲେ ଚାଷୀ। ଆନ୍ଦୋଳନରେ ସାମିଲ ହୋଇଥିବା ଚାଷୀମାନେ ହାତରେ ମଣିଷ ଖପୁରୀ ଓ ହାଡ଼ ଧରିଥିଲେ।

Farmers Protest

Farmers Protest

Advertisment

ଦାବି ଶୁଣିଲେନି ସରକାର। ତେଣୁ ପ୍ରଚଣ୍ଡ ଖରାରେ ପ୍ରତିବାଦ ଜଣାଇବାକୁ ରାସ୍ତାକୁ ଓହ୍ଲାଇଲେ ଚାଷୀ। ମାତ୍ର ତାଙ୍କ ହାତରେ ଯାହା ଥିଲା, ତାହା ଦେଖିଲେ ଯେ କି ଭୟଭୀତ ହୋଇଯିବ । କାରଣ ଆନ୍ଦୋଳନରେ ସାମିଲ ହୋଇଥିବା ଚାଷୀମାନେ ହାତରେ ମଣିଷ ଖପୁରୀ ଓ ହାଡ଼ ଧରିଥିଲେ।

Advertisment

ଏପରି କିଛି ଲୋମଟାଙ୍କୁରା ଦୃଶ୍ୟ ନୂଆଦିଲ୍ଲୀର ଯନ୍ତରମନ୍ତରରେ ଦେଖିବାକୁ ମିଳିଛି। ତାମିଲନାଡ଼ୁର କିଛି ଚାଷୀ ଆନ୍ଦୋଳନ ନିମନ୍ତେ ରାଜଧାନୀରେ ପହଞ୍ଚିଥିବା ବେଳେ ସାଙ୍ଗରେ ହାଡ଼ ଓ ଖପୁରୀ ଧରି ଆସିଥିଲେ। ତେବେ ଏହି ଖପୁରୀ, ହାଡ଼ ବି ଚାଷୀଙ୍କର ବୋଲି ସେମାନେ କହିଛନ୍ତି। ଯେଉଁ ଚାଷ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଛନ୍ତି, ଏହି ଖପୁରି, ହାଡ଼ ସେମାନଙ୍କର ବୋଲି କହିଛନ୍ତି ଆନ୍ଦୋଳନ କରୁଥିବା ଚାଷୀ। ଏହି ଆନ୍ଦୋଳନରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଚାଷୀ ସାମିଲ ହୋଇଛନ୍ତି। 

ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧୯ ନିର୍ବାଚନୀ ପ୍ରଚାର ସମୟରେ ଚାଷୀଙ୍କ ରୋଜଗାର ଡବଲ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ। ମାତ୍ର ୨୦୧୯ ନିର୍ବାଚନ ଯାଇ ୨୦୨୪ ନିର୍ବାଚନ ଆରମ୍ଭ ହେଲାଣି ହେଲେ ଏ ଯାଏ ଫସଲ ମୂଲ୍ୟ କିଛି ବି ବଢ଼ିନି। ଏଥିସହ ନଦୀଗୁଡ଼ିକୁ ସଂଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ତାହାକୁ ବି ସେ ଭୁଲି ଯାଇଛନ୍ତି।

Advertisment

ତେଣୁ ସରକାର ଆମ ଦାବି ନ ଶୁଣିଲେ ଆମେ ଦିଲ୍ଲୀରୁ ବାରଣାସୀ ଯିବୁ। ସେଠାରେ ମୋଦିଙ୍କ ବିରୋଧରେ ଲଢ଼ିବୁ । ଆମେ କୌଣସି ରାଜନୈତିକ ଦଳରୁ ଆସିନୁ କି ଆମର କେଉଁ ନେତାଙ୍କ ସହ ସମ୍ପର୍କ ନାହିଁ। କେବଳ ମୋଦି ନିଜ ପ୍ରତିଶ୍ରୁତି ପୂରଣ କରନ୍ତୁ ବୋଲି ଆମେ ଚାହୁଁଛୁ।

ପ୍ରଥମେ ଆନ୍ଦୋଳନ ନିମନ୍ତେ ଅନୁମତି ମିଳୁ ନ ଥିବା ବେଳେ ବହୁ କଷ୍ଟ ପରେ ଜନ୍ତର ମନ୍ତରରେ ଆନ୍ଦୋଳନର ଅନୁମତି ମିଳିଥିବା କହିଛନ୍ତି ଚାଷୀ।

Protest Delhi Tamilnadu Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe