Advertisment

ଗିରଫ ମନ୍ତ୍ରୀଙ୍କୁ କ୍ୟାବିନେଟରୁ ବହିଷ୍କାର କଲେ ରାଜ୍ୟପାଳ

ବର୍ତ୍ତମାନ ବାଲାଜୀଙ୍କ ନାଁରେ ଅପରାଧିକ ମାମଲା ଚାଲିଛି। ଏହା ତଦନ୍ତ ଇଡି କରୁଛି। ଦୁର୍ନୀତି ନିରୋଧ ଆଇନ ଓ ଆଇପିସିର ବିଭିନ୍ନ ଦଫାରେ ମଧ୍ୟ ତାଙ୍କ ନାଁରେ ଗୋଟିଏ ମାମଲା ରହିଛି। ଏହାର ତଦନ୍ତ ରାଜ୍ୟ ପୁଲିସ୍‌ କରୁଛି।

author-image
Hemant Lenka
TamilNadu

TamilNadu

ଇଡି ଦ୍ୱାରା ଗିରଫ ହୋଇଥିବା ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଭି ସେନ୍ଥାଲି ବାଲାଜୀଙ୍କୁ ରାଜ୍ୟପାଳ ଆରଏନ ରବି ରାଜ୍ୟ କ୍ୟାବିନେଟରୁ ବହିଷ୍କାର କରିଛନ୍ତି। ରାଜ୍ୟପାଳ ଗୋଟିଏ ବିବୃତିରେ କହିଛନ୍ତି, ମନ୍ତ୍ରୀ ବାଲାଜୀଙ୍କ ବିରୋଧରେ ଅନେକ ଦୁର୍ନୀତି ମାମଲା ଚାଲିଛି।

Advertisment

ଚାକିରି ପାଇଁ ଟଙ୍କା ଓ ମନି ଲଣ୍ଡରିଂ ଭଳି ମାମଲା ତାଙ୍କ ନାଁରେ ରୁଜୁ କରାଯାଇଛି। ମନ୍ତ୍ରୀ ଭାବେ ସେ ପଦର ଅପବ୍ୟବହାର କରି ତଦନ୍ତକୁ ପ୍ରଭାବିତ କରିଛନ୍ତି। ଆଇନ ଓ ନ୍ୟାୟ ପ୍ରକ୍ରିୟାରେ ସେ ବାଧା ସୃଷ୍ଟି କରିଛନ୍ତି ବୋଲି ବିବୃତିରେ କୁହାଯାଇଛି।

ବର୍ତ୍ତମାନ ବାଲାଜୀଙ୍କ ନାଁରେ ଅପରାଧିକ ମାମଲା ଚାଲିଛି। ଏହା ତଦନ୍ତ ଇଡି କରୁଛି। ଦୁର୍ନୀତି ନିରୋଧ ଆଇନ ଓ ଆଇପିସିର ବିଭିନ୍ନ ଦଫାରେ ମଧ୍ୟ ତାଙ୍କ ନାଁରେ ଗୋଟିଏ ମାମଲା ରହିଛି। ଏହାର ତଦନ୍ତ ରାଜ୍ୟ ପୁଲିସ୍‌ କରୁଛି।

Advertisment

ଏପରି ସ୍ଥିତିରେ ଯଦି ସେନ୍ଥାଲି ବାଲାଜୀ ରାଜ୍ୟ ମନ୍ତ୍ରିମଣ୍ଡଳରେ ରହିବେ, ତା’ହେଲେ ଆଇନ ପ୍ରକ୍ରିୟା ଉପରେ ଏହାର ନକାରାମତ୍କ ପ୍ରଭାବ ପଡ଼ିବ। ନିରପେକ୍ଷ ତଦନ୍ତ ମଧ୍ୟ ହୋଇପାରିବ ନାହିଁ। ଫଳରେ ରାଜ୍ୟର ସାମ୍ବିଧାନିକ ବିଧିବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ରାଜ୍ୟପାଳ ରବି ବିବୃତିରେ କହିଛନ୍ତି।

ରାଜ୍ୟପାଳଙ୍କ ଏପରି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସେ କହିଛନ୍ତି, “ରାଜ୍ୟପାଳଙ୍କ ପାଖରେ କୌଣସି କ୍ଷମତା ନାହିଁ। ଆମେ ଏହାକୁ ଆଇନଗତ ଉପାୟରେ ଚ୍ୟାଲେଞ୍ଜ କରିବୁ।”

ଇଡି ଦ୍ୱାରା ଗିରଫ ହୋଇଥିଲେ ହେଁ ତାମିଲନାଡୁ ସରକାର ବାଲାଜୀ ରାଜ୍ୟମନ୍ତ୍ରୀ ଭାବେ ରହିବେ। କିନ୍ତୁ ତାଙ୍କର କୌଣସି ବିଭାଗ ରହିବ ନାହିଁ ବୋଲି କହିଥିଲେ। ସରକାରଙ୍କ ଏପରି ନିଷ୍ପତ୍ତିକୁ ରାଜ୍ୟପାଳ ବିରୋଧ କରିଥିଲେ। ଏବେ ରାଜ୍ୟପାଳ ତାଙ୍କୁ କ୍ୟାବିନେଟରୁ ବହିଷ୍କୃତ କରିଛନ୍ତି। 

ଜୁନ ୧୪ରେ ମନ୍ତ୍ରୀ ବାଲାଜୀଙ୍କୁ ଇଡି ପିଏମଏଲଏ ବଳରେ ଗିରଫ କରିଥିଲା। ତେବେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ବାଇପାସ ସର୍ଜରୀ ହୋଇଛି।

Tamilnadu DMK