Advertisment

ରାଗିଗଲେ ରାଜ୍ୟପାଳ, ବିଧାନସଭା ଗୃହ ଛାଡ଼ି ପଳାଇଲେ

ସମ୍ବିଧାନ ଓ ଜାତୀୟ ସଙ୍ଗୀତକୁ ଅପମାନିତ କରାଯାଇଥିବା ଅଭିଯୋଗରେ ରାଜ୍ୟପାଳ ଆର୍‌ଏନ୍‌ ରବି ବିଧାନସଭା ଗୃହ ଛାଡ଼ି ପଳାଇଛନ୍ତି।

RN Ravi

RN Ravi

Advertisment

ରାଗିଗଲେ ରାଜ୍ୟପାଳ। ରାଗରେ ତମତମ ହୋଇ ବିଧାନସଭାକୁ ସମ୍ବୋଧିତ କରିବାକୁ ମନା କଲେ। ଏପରିକି ଗୃହ ଛାଡ଼ି ମଧ୍ୟ ପଳାଇଲେ। ତାମିଲନାଡୁ ବିଧାନସଭାରେ ଦେଖିବାକୁ ମିଳିଛି ଏଭଳି କିଛି ହାଇ ଭୋଲଟେଜ ଡ୍ରାମା।

Advertisment

ବିଧାନସଭା ଅଧିବେଶନରେ ଜାତୀୟ ସଙ୍ଗୀତକୁ ଅପମାନିତ କରାଯାଇଥିବା ଦେଖି ତାମିଲନାଡୁର ରାଜ୍ୟପାଳ ଆର୍‌ଏନ୍‌ ରବି ରାଗି ଯାଇଛନ୍ତି। ସେ ରାଗରେ ବିଧାନସଭା ଅଧିବେଶନକୁ ସମ୍ବୋଧନ ନ କରି ଗୃହ ଛାଡ଼ି ପଳାଇଛନ୍ତି।

ତାମିଲନାଡୁ ବିଧାନସଭାର ୨୦୨୫ ବର୍ଷର ପ୍ରଥମ ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ନିୟମ ଅନୁଯାୟୀ, ରାଜ୍ୟପାଳ ଆର.ଏନ ରବିଙ୍କ ସମ୍ବୋଧିତ ସହିତ ବିଧାନସଭା ଅଧିବେଶନ ଆରମ୍ଭ ହେବାର ଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଧାନସଭା ଅଧିବେଶନ ଆରମ୍ଭରେ ତାମିଲନାଡୁ ସରକାରଙ୍କ ରାଜ୍ୟ ସଙ୍ଗୀତ ‘ତାମିଲ ଥାଇ ଭାଜାଥୁ’ ଗାନ କରାଯାଇଥିଲା।

Advertisment

ଏହାପରେ ରାଜ୍ୟପାଳ ଆର୍‌ଏନ୍‌ ରବି ଜାତୀୟ ସଙ୍ଗୀତ ବଜାଇବାକୁ ଦାବି କରିଥିଲେ। ତେବେ ତାଙ୍କର ଏହି ଦାବିକୁ ଗ୍ରହଣ କରାଯାଇନଥିଲା। ବାସ୍‌ ଏତିକିରେ ରାଗି ଯାଇଥିଲେ ରାଜ୍ୟପାଳ। ସେ ବିଧାନସଭା ଅଧିବେଶନକୁ ସମ୍ବୋଧିତ ନକରି କକ୍ଷ ତ୍ୟାଗ କରିଥିଲେ।

ଏ ସମଗ୍ର ବିବାଦ ଉପରେ ତାମିଲନାଡୁ ରାଜଭବନ ତରଫରୁ ଏକ ବିବୃତ୍ତି ଜାରି ହୋଇଛି। ସୋଶାଲ ମିଡିଆରେ ସେୟାର କରାଯାଇଥିବା ବିବୃତ୍ତିରେ ରାଜ ଭବନ ତରଫରୁ କୁହାଯାଇଛି ଯେ, ତାମିଲନାଡୁ ବିଧାନସଭାରେ 'ଭାରତର ସମ୍ବିଧାନ ଏବଂ ଜାତୀୟ ସଙ୍ଗୀତ ପୁଣି ଥରେ ଅପମାନିତ ହୋଇଛି।

ସମ୍ବିଧାନର ପ୍ରଥମ ମୌଳିକ କର୍ତ୍ତବ୍ୟ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ବୋଲି କୁହାଯାଇଛି। ସମସ୍ତ ରାଜ୍ୟ ସଭାରେ ଅଧିବେଶନ ଆରମ୍ଭ ଏବଂ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଉଛି। ଆଜି ଯେତେବେଳେ ରାଜ୍ୟପାଳ ଗୃହରେ ପହଞ୍ଚିଥିଲେ ସେତେବେଳେ କେବଳ ତାମିଲ ଥାଇ ଭାଜଥୁ ଗାନ କରାଯାଇଥିଲା।

ରାଜ୍ୟପାଳ ସମ୍ମାନର ସହିତ ଗୃହକୁ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ବିଷୟରେ ମନେ ପକାଇ ଜାତୀୟ ସଙ୍ଗୀତ ବଜାଇବାକୁ ଦାବି କରିଥିଲେ, କିନ୍ତୁ ତାଙ୍କ ଆବେଦନକୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଗୃହର ବାଚସ୍ପତି ପ୍ରତ୍ୟାଖ୍ୟାନ କରିଥିଲେ। ଏହା ଏକ ଗୁରୁତର ଚିନ୍ତାର ବିଷୟ। ଏଭଳି ପରିସ୍ଥିତିରେ ଜାତୀୟ ସଙ୍ଗୀତ ତଥା ଭାରତର ସମ୍ବିଧାନର ଅପମାନର ଅଂଶ ନ ହୋଇ ରାଜ୍ୟପାଳ ନିଜର ଅସନ୍ତୋଷ ବ୍ୟକ୍ତ କରି ଗୃହ ଛାଡିଥିଲେ ବୋଲି ରାଜଭବନ ତରଫରୁ ଜାରି ବିବୃତ୍ତିରେ କୁହାଯାଇଛି।

କହିରଖୁ ଯେ, ଗତ ଦୁଇ ବର୍ଷ ହେଲା ତାମିଲନାଡୁ ବିଧାନସଭା ଅଧିବେଶନ ବେଳେ ରାଜ୍ୟପାଳଙ୍କ ସମ୍ବୋଧନ ବେଳେ ବିବାଦ ଦେଖିବାକୁ ମିଳୁଛି। ଗତ ଥର ମଧ୍ୟ ରାଜ୍ୟପାଳ ନିଜ ଅଭିଭାଷଣ ବେଳେ ସରକାରଙ୍କ ବୟାନର କିଛି ଧାଡ଼ି ପଢ଼ିବାକୁ ମନା କରିଦେଇଥିଲେ। ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।

ଚଳିତ ବର୍ଷ ମଧ୍ୟ ବିଧାନସଭା ଅଧିବେଶନରେ ଉତ୍ତେଜନା ଆଶଙ୍କା କରାଯାଉଛି। କାରଣ ତାମିଲନାଡୁର ଆନ୍ନା ୟୁନିର୍ଭସିଟିରେ ଜଣେ ଛାତ୍ରଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ମାହୋଲ ଗରମ ରହିଛି। ବିରୋଧୀ ଦଳ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି। ବର୍ତ୍ତମାନ ରାଜ୍ୟପାଳଙ୍କ ଅସନ୍ତୋଷ ହେତୁ ହଙ୍ଗମା ଆହୁରି ବଢ଼ିବା ସମ୍ଭାବନା ରହିଛି।

National Anthem Controversy Tamil Nadu Assembly Governor RN Ravi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe