Advertisment

ଚିନ୍ତା ପ୍ରକଟ କରିଥିଲେ କୋର୍ଟ, ତଥାପି ୧୦ ବିଲ୍‌କୁ ଫେରାଇ ଦେଲେ ରାଜ୍ୟପାଳ

ପଞ୍ଜାବ ଓ ତାମିଲନାଡୁ ସରକାର ବିଧାନସଭାରେ ପାରିତ ହେଉଥିବା ବିଲ୍‌କୁ ଅନୁମୋଦନ ଦେବାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଥିଲା।

S Ravi

S Ravi

Advertisment

ନିର୍ବାଚିତ ସରକାରଙ୍କ ନିଷ୍ପତ୍ତି ବିରୋଧରେ ତାମିଲନାଡୁ ରାଜ୍ୟପାଳ ଏସ୍‌ ରବି କାମ କରୁଥିବା ନେଇ ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ନିକଟରେ ଗଭୀର ଚିନ୍ତା ପ୍ରକଟ କରିଥିଲେ। ତଥାପି ରାଜ୍ୟପାଳ ଏସ୍‌ ରବି ତାମିଲନାଡୁ ବିଧାନସଭା ଦ୍ୱାରା ଗୃହୀତ ହୋଇଥିବା ୧୦ଟି ବିଲ୍‌କୁ ଅନୁମୋଦନ ନ ଦେଇ ଫେରାଇ ଦେଇଛନ୍ତି। ରାଜ୍ୟପାଳ ଫେରାଇ ଦେଇଥିବା ୧୦ ବିଲ୍‌ ମଧ୍ୟରେ ପୂର୍ବରୁ କ୍ଷମତାରେ ଥିବା ଏଆଇଏଡିଏମକେରର ମଧ୍ୟ ୨ଟି ବିଲ ରହିଛି।

Advertisment

ପଞ୍ଜାବ ଓ ତାମିଲନାଡୁ ସରକାର ବିଧାନସଭାରେ ପାରିତ ହେଉଥିବା ବିଲ୍‌କୁ ଅନୁମୋଦନ ଦେବାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ନିକଟରେ ଏହା ଶୁଣାଣି କରି ଉଭୟ ରାଜ୍ୟର ରାଜ୍ୟପାଳଙ୍କ ଉପରେ ବର୍ଷିଥିଲେ। ଏପରି ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କୋର୍ଟ କହିଥିଲେ।

ତଥାପି ରାଜ୍ୟପାଳ ଏସ୍‌ ରବି ଆଜି ୧୦ଟି ବିଲ୍‌କୁ ଅନୁମୋଦନ ନ ଦେଇ ଫେରାଇ ଦେଇଛନ୍ତି। ରାଜ୍ୟପାଳ ବିଲ୍‌ ଫେରାଇ ଦେବାର ମାତ୍ର କିଛି ଘଣ୍ଟା ପରେ ତାମିଲନାଡୁ ବିଧାନସଭାର ବାଚସ୍ପତି ଏମ ଅପ୍ପାଭୂ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି।

Advertisment

ଶନିବାର ଏହି ସ୍ୱତନ୍ତ୍ର ଅଧିବେଶନ ବସିବ। ଏହି ଅଧିବେଶନରେ ବିଲ୍‌ଗୁଡ଼ିକୁ ପୁଣି ପାରିତ କରି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ନିୟମ ଅନୁସାରେ ବିଧାନସଭାରେ ପୁଣି ବିଲ୍ ପାରିତ ହେଲେ, ଏହାକୁ ରାଜ୍ୟପାଳ ଅନୁମୋଦନ ଦେବାକୁ ବାଧ୍ୟ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଯିବ।

Tamilnadu Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe