Advertisment

ତାମିଲନାଡ଼ୁରେ ଥମୁନି ବର୍ଷା, ଗଲାଣି ୩ ଜୀବନ

ଗତ ୨ ଦିନ ହେବ ତାମିଲନାଡ଼ୁରେ ହେଉଥିବା ଲଗାଣ ବର୍ଷାରେ ଗଲାଣି ୩ ଜୀବନ ।

author-image
Niharika Rout
Rain

Rain

ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ତାମିଲନାଡ଼ୁ । ଅସ୍ତବ୍ୟସ୍ତ ହେଲେଣି ଲୋକେ, ଠପ୍‌ ହୋଇଗଲାଣି ସାଧାରଣ ଜୀବନଯାତ୍ରୀ। ଗତ ୨ ଦିନ ହେବ ତାମିଲନାଡ଼ୁରେ ହେଉଥିବା ଲଗାଣ ବର୍ଷାରେ ଗଲାଣି ୩ ଜୀବନ ।

Advertisment

କନ୍ୟାକୁମାରୀ, ତିରୁନେଲବେଲି, ଥୁଥୁକୁଡ଼ି, କନ୍ୟାକୁମାରୀ ଓ ତେନକାସୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇ ଯାଇଛି। ଏଥିସହ ଏହି ୪ ଜିଲ୍ଲାର ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରାଯାଇଛି।

Advertisment

ଚାଷ ଜମି, ରାସ୍ତା, ବ୍ରିଜ ଜଳମଗ୍ନ ହୋଇ ସାରିଥିବା ବେଳେ ବହୁ ଜନବସତିରେ ବି ପାଣି ପଶିଛି । ବହୁ ସ୍ଥାନରେ ବର୍ଷା ଯୋଗୁ ରାସ୍ତା ଧୋଇ ହୋଇ  ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ବହୁ ସ୍ଥାନରେ ବିଦ୍ୟୁତ୍‌ ସରବରାହ କଟି ଯାଇଥିବା ବେଳେ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟର ଦକ୍ଷିଣ ପ୍ରାନ୍ତରେ ୪୦,୪୫ ରୁ ୫୫ କିମି ବେଗରେ ପବନ ବହି ପାରେ । ଏହି ସମୟରେ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଲଗାଣ ବର୍ଷା ଯୋଗୁ ରାଜ୍ୟର ଅବସ୍ଥା ଅସମ୍ଭାଳ ହୋଇଥିବା ବେଳେ ସ୍ଥିତିର ସମୀକ୍ଷା ନିମନ୍ତେ ରାଜ୍ୟପାଳ ଆର. ଏନ୍‌ ରବି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଉଦ୍ଧାର କାର୍ଯ୍ୟକୁ କିପରି ତ୍ୱରାନ୍ୱିତ କରାଯିବ ସେ ନେଇ ଆଲୋଚନା କରାଯିବ ।

ଜଳବନ୍ଦୀ ଅଞ୍ଚଳରେ ଥିବା ଲୋକଙ୍କ ନିକଟରେ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠାଇବାକୁ ୫ଟି ହେଲିକପ୍ଟର ବ୍ୟବହାର କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିସହ ୧୯ଟି ଟ୍ରକ୍‌ରେ ବନ୍ୟା ପ୍ରପୀଡ଼ିତଙ୍କ ନିକଟକୁ ପାଣି ବୋତଲ, ବ୍ରେଡ ପ୍ୟାକେଟ, ବିସ୍କୁଟ, କ୍ଷୀର ଆଦି ଜଳମଗ୍ନ ଅଞ୍ଚଳକୁ ପଠାଯାଉଥିବା ଜଣାଯାଇଛି।

Heavy Rain Tamilnadu