Advertisment

ସରକାରଙ୍କ ବିନା ଅନୁମତିରେ ଏଣିକି ତାମିଲନାଡୁରେ ତଦନ୍ତ କରିପାରିବନି ସିବିଆଇ

ଏହାପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, କେରଳ, ଝାରଖଣ୍ଡ, ମେଘାଳୟ, ମିଜୋରାମ, ପଞ୍ଜାବ ଓ ରାଜସ୍ଥାନ ଭଳି ୯ଟି ରାଜ୍ୟ ମଧ୍ୟ ସିବିଆଇ ସହ ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଥିଲେ। ଏବେ ଏଥିରେ ତାମିଲନାଡୁ ଯୋଡ଼ି ହୋଇଛି।

CBI

CBI

Advertisment

ତଦନ୍ତ ପାଇଁ ସିବିଆଇ ସହ ଥିବା ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଛନ୍ତି ତାମିଲନାଡୁ ସରକାର। ଏହାର ଅର୍ଥ ଏଣିକି ବିନା ଅନୁମତିରେ ସିବିଆଇ ତାମିଲନାଡୁରେ କୌଣସି ପ୍ରକାରର ତଦନ୍ତ କରିପାରିବ ନାହିଁ। ତଦନ୍ତ ପାଇଁ ପ୍ରଥମେ ସିବିଆଇକୁ ତାମିଲନାଡୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ରାଜ୍ୟ କିମ୍ବା ରାଜ୍ୟରେ ରହୁଥିବା ଲୋକଙ୍କ ବିରୋଧରେ ସିବିଆଇ ନିଜ ଇଚ୍ଛାରେ ଆଉ ତଦନ୍ତ କରିପାରିବ ନାହିଁ।

Advertisment

ଏହାପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, କେରଳ, ଝାରଖଣ୍ଡ, ମେଘାଳୟ, ମିଜୋରାମ, ପଞ୍ଜାବ ଓ ରାଜସ୍ଥାନ ଭଳି ୯ଟି ରାଜ୍ୟ ମଧ୍ୟ ସିବିଆଇ ସହ ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଥିଲେ। ଏବେ ଏଥିରେ ତାମିଲନାଡୁ ଯୋଡ଼ି ହୋଇଛି।

କେନ୍ଦ୍ରରେ କ୍ଷମତାସୀନ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ବ୍ୟବହାର ରାଜନୀତିକ ଆକ୍ରୋଶ ରଖି କରୁଥିବାରୁ ରାଜ୍ୟଗୁଡ଼ିକ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ମନି ଲଣ୍ଡରିଂ ମାମଲାରେ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ମନ୍ତ୍ରୀ ଥିବା ସେନଥିଲ ବାଲାଜୀଙ୍କୁ ଇଡି ଗିରଫ କରିଥିଲା।

Advertisment

ଏହାକୁ ନେଇ ଆଜି ରାଜନୀତିକ ଆରୋପପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା। ଗିରଫଦାରୀ ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଡିଏମକେ ଅଭିଯୋଗ କରିଥିଲା। ବିବାଦ ବଢ଼ୁଥିବା ବେଳେ ତାମିଲନାଡୁ ସରକାର ସିବିଆଇ ତଦନ୍ତକୁ ନେଇ ରହିଥିବା ସାଧାରଣ ସହମତି ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେଇଛନ୍ତି।

୨୦୨୦ ମସିହା ନଭେମ୍ବର ୧୮ରେ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟଗୁଡ଼ିକର ବିନା ଅନୁମତିରେ ସିବିଆଇ ନିଜ ଇଚ୍ଛାରେ କୌଣସି ପ୍ରକାରର ତଦନ୍ତ କରିପାରିବ ନାହିଁ ବୋଲି କହିଥିଲେ। ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ ରାଜ୍ୟର ସହମତି ପ୍ରକାଶ ନକଲେ ସିବିଆଇ କୌଣସି ପ୍ରକାରରରେ ତଦନ୍ତ ପାଇଁ ଅଧିକାର ପାଇବ ନାହିଁ। ସଂଘୀୟ ବ୍ୟବସ୍ଥାରେ ଡିଏସପିଇ ଆକ୍ଟର ଧାରା ୬ରେ ସମାନ କଥା ଦର୍ଶାଯାଇଛି। ଧାରା ୬ ଅନୁଯାୟୀ ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ କୌଣସି ମାମଲାର ତଦନ୍ତ ପାଇଁ କେନ୍ଦ୍ର ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇପାରିବେ।

ଏହାପରେ ବି ଗୋଟିଏ ସାଧାରଣ ସହମତି ନିୟମ ରହିଛି। ଏହାବାଦ୍ ସିବିଆଇ କୌଣସି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କର ଅନୁମତି ମଧ୍ୟ ମାଗିପାରିବ। ସିବିଆଇ ତଦନ୍ତ ପାଇଁ ସରକାରଙ୍କ ସହିତ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ। ଏହି ସମୟରେ ସହମତି ଧାରାକୁ ଅଗ୍ରାହ୍ୟ କରି ସିବିଆଇ ତଦନ୍ତ କରି ପାରିବ ବୋଲି ସୁପ୍ରିମକୋର୍ଟ କହିଥିଲେ।

Tamilnadu CBI Cbi Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe