Advertisment

ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ ମନ୍ତ୍ରୀ ସେନ୍ଥିଲ ବାଲାଜୀ

ବାଲାଜୀଙ୍କ ପାଇଁ ବରିଷ୍ଠ ଆଇନ ମୁକୁଲ ରୋହତଗୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆବେଦନର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ।

Minister

Minister

Advertisment

ମନିଲଣ୍ଡରିଂ ମାମଲାରେ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ। ସେ ସ୍ୱାସ୍ଥ୍ୟଗତ କାରଣ ପାଇଁ ପ୍ରଥମେ ମାଡ୍ରାସ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିବାରୁ ସେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

Advertisment

ବାଲାଜୀଙ୍କ ପାଇଁ ବରିଷ୍ଠ ଆଇନ ମୁକୁଲ ରୋହତଗୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆବେଦନର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ। କୋର୍ଟ ମଧ୍ୟ ଏହାକୁ ଗ୍ରହଣ କରି ଅକ୍ଟୋବର ୩୦ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

ଚାକିରି ପାଇଁ ଟଙ୍କା କାରବାର କରିଥିବା ଅଭିଯୋଗରେ ବାଲାଜୀଙ୍କୁ ଗିରଫ କରାଯାଇଥିଲା। ତେବେ ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ଆଜି ହିଁ ମାଡ୍ରାସ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

Advertisment

ଜୁନ୍ ୧୪ରେ ସେନ୍ଥିଲ ବାଲାଜୀଙ୍କୁ ଇଡି ଗିରଫ କରିଥିଲା। ଏହାପରେ ତାଙ୍କ ଭାଇ ମଧ୍ୟ ଗିରଫ ହୋଇଥିଲେ। ବାଲାଜୀଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିବାର ଦିନକ ପରେ ଇଡି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ମନି ଲଣ୍ଡରିଂ ମାମଲାରେ ଡିଏମକେ ବିଧାୟକଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଇଡି।

Tamilnadu ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe