MK Stalin and RN Ravi
ରାଜ୍ୟପାଳ ଆରଏନ୍ ରବିଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍। ତାମିଲନାଡ଼ୁର ରାଜ୍ୟପାଳ ଆରଏନ୍ ରବିଙ୍କ ବିରୋଧରେ ସେ ଅଭିଯୋଗ ଦେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ବୟାନ ଜାରି କରାଯାଇଛି। ରାଜ୍ୟପାଳଙ୍କ ବିରୋଧରେ ସେ ସରକାରୀ ନୀତି, ନିୟମ ଉଲ୍ଲଂଘନର ଅଭିଯୋଗ ଆଣିଛନ୍ତି। ରାଜ୍ୟପାଳ ପଦରୁ ଆରଏନ୍ ରବିଙ୍କୁ ହଟାଇବାକୁ ସେ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ରାଜ୍ୟର ଲୋକ, ସେମାନଙ୍କ ହିତ ଓ ସମ୍ୱିଧାନ ବିରୋଧରେ ଆରଏନ୍ ରବି କାମ କରିଥିବା ଷ୍ଟାଲିନ୍ ଅଭିଯୋଗ କରିଛନ୍ତି।
ସେ ଅଭିଯୋଗ କରିଛନ୍ତି, ଗିରଫ ହୋଇଥିବା ମନ୍ତ୍ରୀ ଏସ୍ ବାଲାଜୀଙ୍କୁ ବରଖାସ୍ତ କରିବା ଓ ଏହି ନିର୍ଣ୍ଣୟର କିଛି ଘଣ୍ଟା ପରେ ଏହାକୁ ରଦ୍ଦ କରି ରାଜ୍ୟପାଳ ନିୟମ ଭାଙ୍ଗିଛନ୍ତି। ମନ୍ତ୍ରୀ ନିଯୁକ୍ତି ଓ ନିର୍ଣ୍ଣୟ ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଅଧିକାର, ଏହା ରାଜ୍ୟପାଳଙ୍କର ନୁହେଁ।
ରାଜ୍ୟପାଳ କେବଳ କେନ୍ଦ୍ରର ଏଜେଣ୍ଟ ଭାବେ କାମ କରୁଛନ୍ତି ଓ ଅଣବିଜେପି ଶାସିତ ରାଜ୍ୟରେ ସରକାର ଭାଙ୍ଗିବା ଅବସର ଖୋଜୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପାରିତ ବିଧାୟକକୁ ସୁପାରିଶ କରିବାରେ ଆରଏନ୍ ରବି ବିଳମ୍ୱ କରୁଥିବା ଓ ସରକାରଙ୍କ ନୀତି ବିରୋଧରେ କାମ କରୁଥିବା ମଧ୍ୟ ଷ୍ଟାଲିନ୍ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
