Advertisment

ଟିକେଟ ନମିଳିବାରୁ କୀଟନାଶକ ପିଇ ଦେଇଥିବା ସାଂସଦଙ୍କ ମୃତ୍ୟୁ

ସେ ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ୭୬ ବର୍ଷ ହୋଇଥିଲା।

A Ganeshamoorthy

A Ganeshamoorthy

Advertisment

ତାମିଲନାଡୁର ଇରୋଡ ସାଂସଦ ତଥା ଏମ୍‌ଡିଏମ୍‌କେ ନେତା ଏ ଗଣେଶମୂର୍ତ୍ତିଙ୍କର ଆଜି ଭୋର ପ୍ରାୟ ୫ଟା ବେଳେ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଚଳିତ ଲୋକସଭା ନିର୍ବାଚନ ପାଇଁ ଟିକେଟ ନମିଳିବାରୁ ସେ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲେ।

Advertisment

ଅଭିଯୋଗ ଅନୁଯାୟୀ, ଗତ ରବିବାର ଏ ଗଣେଶମୂର୍ତ୍ତି କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଇରୋଡର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋଏମ୍ବାଟୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସି ନଥିଲା। ଆଉ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଏ ଗଣେଶମୂର୍ତ୍ତି ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କୁ ଟିକେଟ ଦିଆଯାଇ ନଥିଲା। ତାଙ୍କ ବଦଳରେ ଏମ୍‌ଡିଏମ୍‌କେ ପ୍ରତିଷ୍ଠାତା ଭାଇକୋଙ୍କ ପୁଅ ଦୁରାଇ ଭାଇକୋଙ୍କୁ ଇରୋଡ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଉଭୟ ଏମ୍‌ଡିଏମ୍‌କେ ଓ ଡିଏମ୍‌କେ ମିଳିତ ଭାବେ ଦୁରାଇଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛନ୍ତି।

Advertisment

ଦଳର ଏହି ନିଷ୍ପତ୍ତି ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଏ ଗଣେଶମୂର୍ତ୍ତି। ଏହା ପରେ ସେ କୀଟନାଶକ ପିଇ ଦେଇଥିଲେ। କୀଟନାଶକ ପିଇ ଦେଇଥିବା କଥା ସେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ବୋଲି ଜଣାପଡ଼ିଛି।

DMK 2024 General Election Loka Sabha Election 2024 MDMK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe