Advertisment

ଆସୁଛି ବାତ୍ୟା ମାଇଚୌଙ୍ଗ, ଜାରି ହେଲା ହାଇଆଲର୍ଟ

ଡିସେମ୍ବର ୫ରେ ବାତ୍ୟା ମାଇଚୌଙ୍ଗ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଓ ମଚ୍ଛିଲପଟନମରେ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ପ୍ରଭାବରେ ୧୦୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।

Cyclone

Cyclone

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶତଃ ଘନୀଭୂତ ହୋଇ ଏବେ ଗଭୀର ଅବପାତର ରୂପ ନେଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ବାତ୍ୟା ମାଇଚୌଙ୍ଗରେ ପରିଣତ ହେବ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବହିବାର ଆଶଙ୍କା ରହିଛି।

Advertisment

ବାତ୍ୟା ମାଇଚୌଙ୍ଗ ଆସୁଥିବାରୁ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ହାଇଆଲର୍ଟ ଜାରି କରାଯାଇଛି। ଏବେ ଠାରୁ ହିଁ ଚେନ୍ନାଇ ଠାରୁ ଆରମ୍ଭ କରି ଆନ୍ଧ୍ରର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଧୀରେଧୀରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ଗଭୀର ଅବପାତଟି ପୁଡୁଚେରୀ ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୪୪୦ କିମି ଓ ଦକ୍ଷିଣ ପୂର୍ବ ଚେନ୍ନାଇ ଠାରୁ ୪୨୦ କିମି ଦୂରରେ ରହିଛି। ଗଭୀର ଅବପାତ ଏଠାରୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପହଞ୍ଚିବ।

Advertisment

ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ। ବାତ୍ୟାରେ ପରିଣତ ହେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ସୋମବାର ପୂବାହ୍ନ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ।

ଡିସେମ୍ବର ୫ରେ ବାତ୍ୟା ମାଇଚୌଙ୍ଗ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଓ ମଚ୍ଛିଲପଟନମରେ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ପ୍ରଭାବରେ ୧୦୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ବାତ୍ୟା ଯୋଗୁ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଉତ୍ତର ତାମିଲନାଡୁ ଓ ପୁଡୁଚେରୀର କିଛି ଅଂଶ ସର୍ବାଧିକ ପ୍ରଭାବିତ ହେବେ।

ବର୍ଷା ପାଇଁ ସତର୍କ ସୂଚନା

ଉତ୍ତର ଉପକୂଳ ତାମିଲନାଡୁ ଓ ପୁଡୁଚେରୀ: ରବିବାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଡିସେମ୍ବର ୪ରେ ମଧ୍ୟ କିଛି ସ୍ଥାନରେ ବର୍ଷାର ଆଶଙ୍କା ରହିଛି। ଏହାପରେ ବର୍ଷାର ପରିମାଣ କମିବ। ଆଗାମୀ ଦିନରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଶନିବାର ରାତି ପାଇଁ ତାମିଲନାଡୁ ଓ ପୁଡୁଚେରୀକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ସାଙ୍ଗକୁ ଏଠାରେ ବିଜୁଳି ମାରିପାରେ।

ଊପକୂଳ ଆନ୍ଧ୍ର ପ୍ରଦେଶ: ରବିବାର ଦକ୍ଷିଣ ଉପକୂଳ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସୋମବାର ଓ ମଙ୍ଗଳବାର ମଧ୍ୟ ଉପକୂଳ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନ ଏବଂ ୟାନାମ ଠାରେ ଅତିରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଡିସେମ୍ବର ୬ରେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ରୟାଲସୀମା ରିଜନରେ ରବିବାର ଓ ସୋମବାର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

ଓଡ଼ିଶା: ସୋମବାରରୁ ବୁଧବାର ଯାଏ ଦକ୍ଷିଣ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।

ତାମିଲନାଡୁରେ ହାଇଆଲର୍ଟ: ବାତ୍ୟା ମାଇଚୌଙ୍ଗ ଉପକୂଳବର୍ତ୍ତୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିପାରେ। ଏଥିପାଇଁ ସମସ୍ତ ସରକାରୀ ଅଧିକାରୀ ଓ ପୁଲିସ୍‌ କର୍ମଚାରୀଙ୍କୁ ହାଇଆଲର୍ଟରେ ରଖାଯାଇଛି। ତାମିଲନାଡୁ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପୁଡୁଚେରୀ ପାଇଁ ଏନଡିଆରଏଫର ୧୮ଟି ଷ୍ଟାଣ୍ତବାଇରେ ରହିଛନ୍ତି। ସେହିପରି ଆଉ ୧୦ଟି ଟିମ ମଧ୍ୟ ବ୍ୟାକଅପରେ ଅଛନ୍ତି।

ସୋମବାର ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଚେନ୍ନାଇ, କାଞ୍ଚିପୁରମ, ଚେଙ୍ଗାଲପେଟ ଓ ଥିରୁଭାଲ୍ଲୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ସୋମବାର ମାଡ୍ରାସ ଓ ଆନ୍ନା ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି।

ଟ୍ରେନ ସେବା ବାତିଲ: ବାତ୍ୟା ମାଇଚୌଙ୍ଗ ପାଇଁ ଦକ୍ଷିଣ ରେଳବାଇ ତାମିଲନାଡୁର ୧୧୮ଟି ଟ୍ରେନକୁ ବାତିଲ କରିଛି। ଡିସେମ୍ବର ୩ରୁ ୬ ତାରିଖ ଯାଏ ଟ୍ରେନ ସେବା ବନ୍ଦ ରହିବ। ନିଜାମୁଦ୍ଦିନ ଚେନ୍ନାଇ ଦୁରୋନ୍ତୋ ଏକ୍ସପ୍ରେସ, କୋଚୁଭେଲି-ଗୋରଖପୁର ଏକ୍ସପ୍ରେସ, ଗୟା ଚେନ୍ନାଇ ଏକ୍ସପ୍ରେସ ସହ ଅନେକ ଦୂରଗାମୀ ଟ୍ରେନକୁ ସୁରକ୍ଷା ଦୃଷ୍ଟିରୁ ବାତିଲ କରାଯାଇଛି।

Cyclone Disaster Management Cyclone Update Cyclone Cyclone Michaung
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe