Advertisment

ମହିଳା ପୁଲିସଙ୍କ ପାଇଁ ଖୁସି ଖବର, ମାଆ ହେବା ପରେ ନିଜ ଜିଲ୍ଲାରେ ମିଳିବ ପୋଷ୍ଟିଂ

ମାତୃତ୍ୱ ଛୁଟିର ତିନି ବର୍ଷ ପରେ ଏହି ସୁବିଧା ପାଇ ପାରିବେ ମହିଳା ପୁଲିସ।

ଅଦ୍ୟତନ ହୋଇଛି
Policewomen

Policewomen

Advertisment

ସାଧାରଣତଃ କର୍ମଜୀବୀ ମହିଳାଙ୍କ ପାଇଁ ପିଲାମାନଙ୍କ ଦାୟିତ୍ୱ ସମ୍ଭାଳିବା ସାମାନ୍ୟ କଷ୍ଟକର ହୁଏ। ଏହି ସମସ୍ୟାକୁ ସାମାନ୍ୟ ହାଲୁକା କରିବା ପାଇଁ ତାମିଲନାଡୁ ସରକାର ନେଇଛନ୍ତି ଜୁଗାନ୍ତକାରୀ ପଦକ୍ଷେପ। ଏଣିକି ରାଜ୍ୟରେ ମହିଳା ପୁଲିସମାନେ ମାଆ ହେବା ପରେ ନିଜ ପସନ୍ଦରେ ପୋଷ୍ଟିଂ ନେଇପାରିବେ।

Advertisment

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘୋଷଣା କରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ମହିଳା ପୁଲିସମାନେ ମାଆ ହେବା ପରେ ସେମାନଙ୍କ ପସନ୍ଦ ଅନୁସାରେ ପୋଷ୍ଟିଂ ନେଇପାରିବେ। ଏକ ବର୍ଷ ମାତୃତ୍ୱ ଛୁଟିରୁ ଆସିବା ପରେ ପରବର୍ତ୍ତୀ ତିନି ବର୍ଷ ପର୍ଯ୍ୟନ୍ତ ସେମାନେ ଏହି ସୁବିଧା ପାଇ ପାରିବେ। 

ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହି ଘୋଷଣା କରି କହିଛନ୍ତି, "ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ସେମାନଙ୍କ ପିଲାଙ୍କ ଯତ୍ନ ନେବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ନୂତନ ନୀତି ମହିଳା ପୁଲିସମାନଙ୍କୁ ସେମାନଙ୍କ ବାପାମାଆ କିମ୍ବା ଶାଶୁ-ଶ୍ୱଶୁର ରହୁଥିବା ଜିଲ୍ଲାରେ ପୋଷ୍ଟିଂ ବାଛିବାରେ ସକ୍ଷମ ହେବେ।"

Advertisment

ରାଜ୍ୟର ମହିଳା ପୁଲିସମାନେ ଦୀର୍ଘଦିନ ହେବ କରି ଆସୁଥିବା ଦାବି ମଧ୍ୟରେ ଏହି ଘୋଷଣା କରିଛନ୍ତି ସରକାର। ଚେନ୍ନାଇର ରାଜାରଥିନମ୍ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହି ଘୋଷଣା କରିଛନ୍ତି। 

MK Stalin Tamil Nadu Policewomen Maternity Leave Tamil Nadu Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe