Advertisment

ପ୍ରଚାର ବେଳେ ଯାଞ୍ଚ ହେଲା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର୍‌

ତାମିଲନାଡୁର ନିଲଗୀରି ନିର୍ବାଚନ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି।

author-image
Madhupriya Mistry
Rahul-gandhi-s-helicopter-investigated

Rahul-gandhi-s-helicopter-investigated

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ନିଜ ନିଜ ଷ୍ଟାଇଲ୍‌ରେ ପ୍ରଚାରରେ ଲାଗି ପଡିଛନ୍ତି ସମସ୍ତ ଦଳର ନେତା। ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଜୋରସୋର୍‌ରେ ପ୍ରଚାର କରୁଛନ୍ତି। ତେବେ ସୋମାବାର ହଠାତ୍‌ ପ୍ରଚାର ବେଳେ ତାଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଲ୍ୟାଣ୍ଡ କରିବା ପରେ ଫ୍ଲାଇଂ ସ୍କ୍ୱାଡ ଅଧିକାରୀମାନେ ତାଙ୍କ ହେଲିକପ୍ଟରର ତଲାସୀ ନେଇଛନ୍ତି।

Advertisment

ରାହୁଲ ଗାନ୍ଧି ସୋମବାର ତାଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟନାଡ ଅଭିମୁଖେ ଯାଉଥିଲେ, ଯେଉଁଠାରେ ତାଙ୍କର ସାଧାରଣ ସଭା ସମେତ ଅନେକ କାର୍ଯ୍ୟକଳାପ ରହିଛି। ତେବେ ହେଲିକପ୍ଟର ଏଠାରେ ଅବତରଣ କରିବା ତାମିଲନାଡୁର ନିଲଗୀରି ନିର୍ବାଚନ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି। ଫ୍ଲାଇଂ ସ୍କ୍ୱାଡ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଭିତରେ ପଶି ଖୋଳତାଢ଼ କରିଥିବା  ପୁଲିସ ସୂଚନା ଦେଇଛି।

ରାହୁଲ ଲଗାରତ ଭାବେ ୱାୟନାଡରୁ ନିର୍ବାଚନ ଲଢୁଛନ୍ତି। ଏଥର ମଧ୍ୟ ରାହୁଲ ଏପ୍ରିଲ୍‌ ୨୬ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୱାୟନାଡାରୁ ପ୍ରତିଦ୍ୱନ୍ଦ୍ୱିତ କରୁଛନ୍ତି।

Advertisment

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁରେ ଚାଲିଥିବା ନିର୍ବାଚନ ପ୍ରଚାରରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ରାତିରେ ବିରତି ନେଇ ମିଠା କିଣିବାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ସେ ଏକ ମିଠା ଦୋକାନରେ ପଶି ମିଠା କିଣିଥିଲେ। ମିଠା ଦୋକାନର ମାଲିକ ରାହୁଲ ଗାନ୍ଧି ତାଙ୍କ ଦୋକାନକୁ ଆସିଥିବାର ଦେଖି ବେଶ୍ ଖୁସି ହୋଇ ପଡିଥିଲେ। ଏଠାରୁ ରାହୁଲ ଏକ କିଲୋ ଗୁଲାବ ଜାମୁନ କିଣିଥିଲେ।

Tamilnadu Rahul Gandhi Congress Election Officials