Advertisment

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତାମିଲନାଡୁ, ୯୦୦ କୋଟି ଟଙ୍କା ଘୋଷଣା କଲା କେନ୍ଦ୍ର

ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟକୁ ୯୦୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।

Tamil Nadu Rain

Tamil Nadu Rain

Advertisment

ବାତ୍ୟା ପରେ ତାମିଲନାଡୁରେ ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ରିପୋର୍ଟ ଅନୁସାରେ, ଲଗାଣ ବର୍ଷାରେ ୩୧ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଏଥିସହ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟକୁ ୯୦୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।

Advertisment

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ କେନ୍ଦ୍ର ପକ୍ଷରୁ 900 କୋଟି ଟଙ୍କା ଦିଆଯାଇଥିବା ସେ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସୀତାରମଣ କହିଛନ୍ତି ଯେ, ଦୁଇଟି ଇନଷ୍ଟଲମେଣ୍ଟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ତାମିଲନାଡକୁ ୯୦୦ କୋଟି ଟଙ୍କା ଦିଆଯାଇଛି। ଦୁଇଟି ଇନଷ୍ଟଲମେଣ୍ଟରେ ଏହି ସହାୟତା ରାଶି ପ୍ରଦାନ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ସୀତାରମଣ ତାମିଲନାଡୁ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ପ୍ରବଳ ବର୍ଷିଛନ୍ତି। ରାଜ୍ୟରେ ଏପରି ଏକ ବିପଦ ପରିସ୍ଥିତିରେ ଏମକେ ଷ୍ଟାଲିନ ଦିଲ୍ଲୀରେ ଅଛନ୍ତି। ସେ ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଉଥିବା କହି କଟାକ୍ଷ କରିଛନ୍ତି ସୀତାରମଣ। 

Advertisment

ପ୍ରକାଶ ଥାଉ କି, ମିଗଜୋମ୍ ବାତ୍ୟା ପରେ ପରେ ତାମିନଲାଡୁରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ବାତ୍ୟା ସମୟରେ ସହରଠୁ ଗ୍ରାମାଞ୍ଚଳ ସବୁଠି ଜଳମଗ୍ନ ହୋଇଯାଇଥିଲା। ଏଥିରେ ହଜାର ହଜାର ଲୋକ ପ୍ରଭାବିତ ହୋଇଥିଲା। ଚାରିରୁ ପାଞ୍ଚ ଦିନ ଧରି ସହରାଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ତା ପରେ ପୁଣି ଲଗାଣ ବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। 

ଗତକାଲି  ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସର୍ବାଧିକ ପ୍ରଭାବିତ ହୋଇଥିବା ଦୁଇ ଜିଲ୍ଲାବାସୀଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ। ଥୁତୁକୁଡି ଏବଂ ତିରୁନେଲଭେଲି ଜିଲ୍ଲାରେ ପ୍ରଭାବିତ ହୋଇଥିବା ଅଞ୍ଚଳର ଲୋକଙ୍କୁ ୬,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଷ୍ଟାଲିନ ଘୋଷଣା କରିଥିଲେ। 

Tamil Nadu Rain Fury Finance Minister Tamil Nadu Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe