Advertisment

ହୃଦ୍‌ଘାତରେ ପ୍ରାଣ ହରାଇବା ପୂର୍ବରୁ ୨୦ ଜଣ ଶିକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇ ଦେଲେ ଡ୍ରାଇଭର

ସବୁ ଦିନ ଭଳି ଜୁଲାଇ ୨୪ ତାରିଖରେ ସ୍କୁଲ ଛୁଟି ହେବା ପରେ ସେ ୨୦ ଜଣ ଶିକ୍ଷାର୍ଥୀଙ୍କୁ ସେମାନଙ୍କ ଘରେ ଛାଡ଼ିବା ପାଇଁ ବସ୍‌ରେ ନେଇ ଯାତ୍ରା ଆରମ୍ଭ କରିଥିଲେ।

School Bus

School Bus

Advertisment

ହୃଦ୍‌ଘାତରେ ପ୍ରାଣ ହରାଇବା ପୂର୍ବରୁ ୨୦ ଜଣ ଶିକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇ ଦେଇଥିବା ଜଣେ ଡ୍ରାଇଭରଙ୍କୁ ନେଇ ଏବେ ପୂରା ତାମିଲନାଡୁରେ ଚର୍ଚ୍ଚା ହେଉଛି। ସମସ୍ତେ ସେହି ଦିବଂଗତ ଡ୍ରାଇଭରଙ୍କୁ ସଲାମ କରିଛନ୍ତି। 

Advertisment

ମୃତ ଡ୍ରାଇଭରଙ୍କ ନାଁ ସେମାଲାଇୟାପ୍ପାନ। ତାଙ୍କୁ ୪୯ ବର୍ଷ ହୋଇଥିଲା। ସେ ତାମିଲନାଡୁର ତିରୁପ୍ପୁର ଜିଲ୍ଲାର ବେଲ୍ଲାକୋଇଲ ସ୍ଥିତ ଏଏନ୍‌ଭି ମାଟ୍ରିକ୍ ସ୍କୁଲର ବସ୍ ଚଲାଉଥିଲେ। 

ସବୁ ଦିନ ଭଳି ଜୁଲାଇ ୨୪ ତାରିଖରେ ସ୍କୁଲ ଛୁଟି ହେବା ପରେ ସେ ୨୦ ଜଣ ଶିକ୍ଷାର୍ଥୀଙ୍କୁ ସେମାନଙ୍କ ଘରେ ଛାଡ଼ିବା ପାଇଁ ବସ୍‌ରେ ନେଇ ଯାତ୍ରା ଆରମ୍ଭ କରିଥିଲେ। ତେବେ ବାଟରେ ତାଙ୍କ ଛାତିରେ ଖୁବ୍ ଯନ୍ତ୍ରଣା ହୋଇଥିଲା। ଅଘଟଣ ଆଶଙ୍କା କରି ଖୁବ୍ କଷ୍ଟରେ ସେ ପ୍ରଥମେ ବସ୍‌କୁ ରାସ୍ତା ପାର୍ଶ୍ୱରେ ସୁରକ୍ଷିତ ଭାବେ ଅଟକାଇ ଦେଇଥିଲେ। 

Advertisment

ଏହାର କିଛି କ୍ଷଣ ପରେ ସେ ଚେତାଶୂନ୍ୟ ହୋଇଗଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ସେମାଲାଇୟାପ୍ପାନଙ୍କ ପତ୍ନୀ ମଧ୍ୟ ଏଏନ୍‌ଭି ମାଟ୍ରିକ୍ ସ୍କୁଲରେ କାମ କରନ୍ତି। ଘଟଣା ଦିନ ସେ ଉକ୍ତ ବସ୍‌ରେ ଥିଲେ। ସେମାଲାଇୟାପ୍ପାନ ବସ୍‌ରେ ଡ୍ରାଇଭର ସିଟ୍‌ରେ ଅଚେତ ଅବସ୍ଥାରେ ବସିଥିବାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। 

ସେମାଲାଇୟାପ୍ପାନଙ୍କ ଉପସ୍ଥିତ ବୁଦ୍ଧି ଓ ସାହସକୁ ସମସ୍ତେ ପ୍ରଶଂସା କରୁଛନ୍ତି। ସମସ୍ତେ ତାଙ୍କୁ ସାଲ୍ୟୁଟ କରୁଛନ୍ତି। ଏମିତିକି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ମଧ୍ୟ ସେମାଲାଇୟାପ୍ପାନଙ୍କୁ ସଲାମ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ଜୀବନ ବିପଦରେ ଥିବା ସତ୍ତ୍ୱେ ସେ ସ୍କୁଲ ଶିକ୍ଷାର୍ଥୀଙ୍କୁ ବଞ୍ଚାଇ ଦେଇଛନ୍ତି। ଆମେ ସମସ୍ତେ ତାଙ୍କୁ ସାଲ୍ୟୁଟ କରୁଛୁ। ସବୁଦିନ ପାଇଁ ତାଙ୍କୁ ସମସ୍ତେ ମନେ ରଖିବେ। 

ଏହା ସହିତ ସେମାଲାଇୟାପ୍ପାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ନିର୍ଦ୍ଦେଶକ୍ରମେ ଡିଏମ୍‌କେ ମନ୍ତ୍ରୀ ଏମ୍‌ପି ସମିନାଥନ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। 

 

Sudden Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe