Advertisment

ଦେଶରେ ପ୍ରଥମ, ତାମିଲନାଡୁ ମନ୍ଦିରରେ ପୁରୋହିତ ହେବେ ମହିଳା

ଦେଶରେ ପ୍ରଥମ କରି ତାମିଲନାଡୁ ମନ୍ଦିରରେ ପୁରୋହିତ ରହିବେ ମହିଳା। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଲେ ସମାନତାର ନୂଆ ଯୁଗ ଆରମ୍ଭ...

ଅଦ୍ୟତନ ହୋଇଛି
One of the three women (in the middle) who will become a temple priest in Tamil Nadu

One of the three women (in the middle) who will become a temple priest in Tamil Nadu

Advertisment

ଦେଶରେ ପ୍ରଥମ କରି ତାମିଲନାଡୁ ମନ୍ଦିରରେ ରହିବେ ମହିଳା ପୂଜକ। ଜାତି, ଲିଙ୍ଗ ନିର୍ବିଶେଷରେ ଏମାନେ ମନ୍ଦିରରେ ପୁରୋହିତ ଦାୟିତ୍ୱରେ ରହିବେ। ତାମିଲନାଡୁ ସରକାର ଆପଣାଇଛନ୍ତି ଏପରି ଏକ ପଦକ୍ଷେପ। 'ଅଲ୍-କାଷ୍ଟ ପ୍ରିଷ୍ଟ୍ସ' ଯୋଜନା ମାଧ୍ୟରେ ଏମାନେ ପୁରୋହିତ ପାଇଁ ପାଠ୍ୟକ୍ରମ ସମାପ୍ତ କରିଛନ୍ତି। 

Advertisment

ରମ୍ୟା, କୃଷ୍ଣାବେଣୀ ଏବଂ ରଞ୍ଜିତା ନାମକ ତିନି ଯୁବତୀ ଏକ ବର୍ଷିୟ ପାଠ୍ୟକ୍ରମ ଶେଷ କରିଛନ୍ତି। ଏମାନେ ତ୍ରିଚିର ଶ୍ରୀରଙ୍ଗମ ମନ୍ଦିରରେ ତାମିଲ ଏବଂ ସଂସ୍କୃତ ଭାଷାରେ ପୂଜାବିଧି ପାଇଁ ପାଠ ପଢିଛନ୍ତି। ସହକାରୀ ପୁରୋହିତ ଭାବରେ ନିଯୁକ୍ତ ହେବା ପୂର୍ବରୁ ଏହି ତିନିଜଣ ମହିଳା ତାମିଲନାଡୁର ବିଭିନ୍ନ ମନ୍ଦିରରେ ଏକ ବର୍ଷ ଧରି ତାଲିମ ନେବେ।

Advertisment

ରମ୍ୟା ଗଣିତରେ ସ୍ନାତକୋତ୍ତର କରିଛନ୍ତି। ତାଙ୍କ ବାପା ଟେଲରିଂ କରନ୍ତି। ଏପରି ଏକ ସୁଯୋଗ ପାଇ ସେ ବେଶ୍ ଖୁସିଥିବା କହିବା ସହ ସର୍ବଦା ମନ୍ଦିରରେ ଭଗବାନଙ୍କ ସେବା କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି। ଯେତେବେଳେ ତାମିଲନାଡୁ ସରକାର ସମସ୍ତ ଜାତିର ଲୋକମାନେ ମନ୍ଦିର ପୁରୋହିତ ହୋଇପାରିବେ ବୋଲି ଘୋଷଣା କରିଥିଲେ ସେବେଠାରୁ ଖୁବ୍ ଉତ୍ସାହିତ ଥିଲେ ବୋଲି ରମ୍ୟା କହିଛନ୍ତି। 

ସେ ଆହୁରି କହିଛନ୍ତି, ମନ୍ଦିରରେ ପ୍ରଥମ ମହିଳା ପୁରୋହିତର ଦାୟିତ୍ୱ ମିଳିଥିବାରୁ ଆମେ ଖୁବ୍ ଗର୍ବିତ। ଅନ୍ୟ ମହିଳାମାନେ ମଧ୍ୟ ଏହି ସୁଯୋଗ ପାଆନ୍ତୁ ବୋଲି ଆମେ ଚାହୁଁଛୁ। ସମସ୍ତ ବିରୋଧ ସତ୍ତ୍ୱେ ସରକାର ଆମକୁ ସମର୍ଥନ କରିଛନ୍ତି। ଆମକୁ ସମର୍ଥନ କରିବା ଉଚିତ ବୋଲି ମୁଁ ମଧ୍ୟ ଲୋକଙ୍କୁ ଅପିଲ୍ କରୁଛି। ସେହିପରି ଅନ୍ୟ ଦୁଇ ମହିଳା ପୁରୋହିତ ମଧ୍ୟ ଏନେଇ ଖୁବ୍ ଉତ୍ସାହୀ ଥିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କହି ରଖୁଛୁ ଯେ, ପୂର୍ବରୁ ତାମିଲନାଡୁର ଡିଏମକେ ସରକାର ସମସ୍ତ ସାମାଜିକ ପ୍ରତିବନ୍ଧକକୁ ବାଦ୍ ଦେଇ ମନ୍ଦିରରେ ସମସ୍ତ ଜାତିର ପୁରୁଷଙ୍କୁ ପୁରୋହିତ ଭାବେ ନିଯୁକ୍ତି ଦେଇଛି। ବର୍ତ୍ତମାନ ମହିଳାମାନେ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି ଯେ, ବର୍ତ୍ତମାନ ମହିଳାମାନଙ୍କୁ ପାଇଲଟ୍ ଏବଂ ମହାକାଶଚାରୀ ଭାବେ ସୁଯୋଗ ମିଳିବା ସତ୍ତ୍ୱେ ସେମାନଙ୍କୁ ମନ୍ଦିର ପୁରୋହିତ ଭଳି ପବିତ୍ର ଭୂମିକା ପାଇଁ ବାରଣ କରାଯାଉଥିଲା।

କିନ୍ତୁ ଶେଷରେ ପରିବର୍ତ୍ତନ ଆରମ୍ଭ ହୋଇଛି... ଏକତା ଏବଂ ସମାନତାର ନୂଆ ଯୁଗ ଆରମ୍ଭ ହୋଇଛି ବୋଲି ଷ୍ଟାଲିନ କହିଛନ୍ତି। 

MK Stalin Tamil Nadu Welcome Priests Temple Priests
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe