Advertisment

ଗ୍ୟାସ୍‌ ଲିକ୍‌ରୁ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ୩ ଶିଶୁ

ରୋଷେଇ କରିବାକୁ ଗ୍ୟାସ ଚୁଲା ଲଗାଇବା ବେଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

author-image
Madhupriya Mistry
gas explosion

gas explosion

ଗ୍ୟାସ୍‌ ଲିକ୍‌ରୁ ଲାଗିଲା ନିଆଁ। ରୋଷେଇ ପାଇଁ ଗ୍ୟାସ୍‌ ଚୁଲା ଜଳାଇବା ବେଳେ ଘଟିଛି ଏଭଳି ଅଘଟଣ। ଫଳରେ ଗୋଟିଏ ପରିବାରର ତିନି ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିପରି ଏହି ଘଟଣାରେ ମା' ଗୁରୁତର ଥିବା କୁହାଯାଇଛି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚେନ୍ନାଇର ଚେଙ୍ଗଲପଟ୍ଟୁରେ ଘଟିଛି ଏହି ଅଗ୍ନିକାଣ୍ଡ।

Advertisment

ପୁଲିସ କହିବା ମୁତାବକ, ପୀଡିତ ପରିବାର ବିହାରର ବାସିନ୍ଦା। କାମ ସନ୍ଧାନରେ ଆସି ଏମାନେ ଏହି ଅଞ୍ଚଳରେ ପ୍ରାୟ ଗତ ୬ ବର୍ଷ ହେଲା ରହୁଥିଲେ। ମହିଳା ଜଣକ ଚେଙ୍ଗଲପଟ୍ଟୁ ରେଳ ଷ୍ଟେସନରେ ନିଜ ସ୍ୱାମୀଙ୍କଚୁ ଭେଟିବା ପରେ ୩ ପିଲାଙ୍କ ସହ ଘରକୁ ଫେରିଥିଲେ। ଏହାପରେ ରୋଷେଇ କରିବାକୁ ଗ୍ୟାସ ଚୁଲା ଲଗାଇଥିଲେ । ତେବେ ଗ୍ୟାସ୍‌ ଲିକ୍‌ ଯୋଗୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

ଦେଖୁ ଦେଖୁ ନିଆଁ ପୂରା ଘରକୁ ବ୍ୟାପି ଯାଇଥିଲା। ଫଳରେ ଏହି ଅଗ୍ନିକାଣ୍ଡରେ ୩ ପିଲା ଜୀବନ୍ତ ଜଳି ଯାଇଥିଲେ। ସେହିପରି ମହିଳା ଜଣକ ଗୁରୁତର ଥିବା ଜଣାପଡିଛି। ତାଙ୍କ ଶରୀର ପ୍ରାୟ ୬୦ ପ୍ରତିଶତ ପୋଡି ଯାଇଛି। ମହିଳାଙ୍କୁ ପିଲପୌକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଚେଙ୍ଗଲପଟ୍ଟୁ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Advertisment
Tamilnadu Gas Cylinder Blast Chennai LPG Gas Leak