/odisha-reporter/media/post_attachments/uploadimage/library/16_9/16_9_0/Tanker_1726850506.jpg)
Tanker
ମହାରାଷ୍ଟ୍ରର ପୁନେର ବୁଧୱାର ପେଠରେ ଥିବା ସିଟି ପୋଷ୍ଟ ଅଫିସ ପରିସରରେ ଏକ ସ୍ଥାନ ହଠାତ୍ ଭୁଶୁଡ଼ି ପଡ଼ିବାରୁ ତା’ ଭିତରେ ଏକ ବଡ଼ ସ୍ୱରେଜ ଟ୍ୟାଙ୍କର ଖସିପଡ଼ିଥିଲା। ତେବେ ଗାଡ଼ିର ଡ୍ରାଇଭର ଅଳ୍ପକେ ଭର୍ତ୍ତି ଯାଇଥିଲେ।
ଏହି ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ ସ୍ୱରେଜ ଟ୍ୟାଙ୍କରଟି ଛିଡ଼ା ହୋଇଛି। କିଛି ସମୟ ପରେ ଜଣେ ବ୍ୟକ୍ତି ହାତରେ ଇସାରେ ଦେଇ ଗାଡ଼ିକୁ ଆଗକୁ ନେବାକୁ ଡ୍ରାଇଭରଙ୍କୁ କହୁଛନ୍ତି। ଡ୍ରାଇଭର ମଧ୍ୟ ଧୀରେ ଧୀରେ ଗାଡ଼ିକୁ ଆଗକୁ ନେଉଛନ୍ତି। ତେବେ ହଠାତ୍ ମାଟି ଧସି ଯାଇଛି। ପାଣି ଟ୍ୟାଙ୍କର ପଛପଟୁ ମାଟି ଧସି ଯାଇଥିଲା। ଦେଖୁ ଦେଖୁ ମାଟି ଧସିବା ସ୍ଥାନଟି ଏକ କୂଆ ଆକାରର ହୋଇଯାଇଥିଲା ଓ ଟ୍ୟାଙ୍କରଟି ସେଥିରେ ଖସି ପଡ଼ିଥିଲା।
ସୌଭାଗ୍ୟକୁ ଟ୍ୟାଙ୍କରର ପଛରୁ ମାଟି ଧସିବାରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ। ତଥାପି ସେ ଗାଡ଼ିର ଡୋର୍ ଖୋଲି ବାହାରକୁ ଆସିବା ବେଳକୁ ତାହା ଉକ୍ତ ଗର୍ତ୍ତ ପୂରା ପଶି ଯାଇଥିଲା।
This really happened?
📍Pune, Maharashtra
pic.twitter.com/ejoYcklyya— Supriya Shrinate (@SupriyaShrinate) September 20, 2024
ଏହି ସ୍ୱରେଜ ଟ୍ୟାଙ୍କରଟି ପୁନେ ମ୍ୟୁନିସିପାଲିଟିର। ଡ୍ରେନେଜ ସଫେଇ କାମ ପାଇଁ ତାହା ସେଠାକୁ ଯାଇଥିଲା। ଘଟଣାର ତଦନ୍ତ କରାଯିବ ବୋଲି ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଉକ୍ତ ସ୍ଥାନରେ ହଠାତ୍ ଏତେ ବଡ଼ ଗର୍ତ୍ତ ହେବା ଦେଖି ଆଖପାଖ ଲୋକେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ଗର୍ତ୍ତଟିକୁ ତୁରନ୍ତ ବନ୍ଦ କରି ଆଖପାଖ ଅଞ୍ଚଳର ମାଟି ତଳର ଅବସ୍ଥା କ’ଣ ରହିଛି ଜାଣିବା ପାଇଁ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ବୋଲି ସେମାନେ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
