Advertisment

ଟାଟା ଷ୍ଟିଲ୍‌ ସେଲ୍ସ ହେଡ୍‌ଙ୍କୁ ହତ୍ୟା, ଘର ପାଖରୁ ମିଳିଲା ମୃତଦେହ

ଘର ଠାରୁ ୩ କିଲୋମିଟର ଦୂରରେ ଥିବା ଏକ ନାଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
tata-steel-sales-head

tata-steel-sales-head

ଟାଟା ଷ୍ଟିଲ୍‌ର ସେଲ୍ସ ହେଡ୍‌ଙ୍କୁ ହତ୍ୟା। ଲୁଟ୍‌ ପରେ ତାଙ୍କୁ ହତ୍ୟା କରାଯାଇଛି। ଘର ଠାରୁ କିଛି ଦୂରରେ ଥିବା ଏକ ନାଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ସୂଚନା ମୁତାବକ, ମୃତକ ହେଲେ ବିନୟ ତ୍ୟାଗୀ। ସେ ଟାଟା ଷ୍ଟିଲ୍‌ର ସେଲ୍ସ ହେଡ୍‌ ରୂପେ କାମ କରୁଥିଲେ। ସେ ପ୍ରତିଦିନ ମେଟ୍ରୋରେ ଯିବାଆସିବା କରୁଥିଲେ। ଆଜି ଭୋରୁ ଗାଜିଆବାଦର ଶାଲିମାର ଗାର୍ଡେନ୍‌ ଅଞ୍ଚଳରେ ଥିବା ଏକ ନାଳକୁ ତାଙ୍କ ମୃତଦେହ ମିଳିଛି। ଲୁଟ୍‌ ପରେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

ଗାଜିଆବାଦ ଏସ୍‌ପି ସିଦ୍ଧାର୍ଥ ଗୌତମଙ୍କ କହିବା ମୁତାବକ, ବିନୟ ତ୍ୟାଗୀ ଗାଜିଆବାଦର ରାଜେନ୍ଦ୍ର ନଗର ଅଞ୍ଚଳରେ ରହୁଥିଲେ। ସେ ପ୍ରତିଦିନ ମେଟ୍ରୋରେ ଅପ୍‌-ଡାଉନ୍‌ କରୁଥିଲେ। ଶୁକ୍ରବାର ରାତି ସାଢ଼େ ୧୧ଟାରେ ସେ ଶେଷ ଥର ପାଇଁ ନିଜ ପତ୍ନୀଙ୍କ ସହ କଥା ହୋଇଥିଲା। ଏହାପରେ ତାଙ୍କ ଫୋନ୍‌ ବନ୍ଦ ହୋଇଯାଇଥିଲା। ତେବେ ବିନୟ ଘରେ ପହଞ୍ଚିବା ନେଇ ବିଳମ୍ବ ହେବା ପରେ ଘର ଲୋକେ ଚିନ୍ତିତ ହୋଇପଡିଥିଲା।

Advertisment

ଏହାପରେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ଭୋର୍ ୩ଟା ବେଳେ ଘର ଠାରୁ ୩ କିଲୋମିଟର ଦୂରରେ ଥିବା ଏକ ନାଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ଘର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବିନୟଙ୍କ ଛାତି ଓ ପେଟରେ ଗଭୀର କ୍ଷତ ଚିହ୍ନ ଅଛି। ତାଙ୍କୁ ଛୁରା ମାଡ କରାଯାଇଥିବା କୁହାଯାଇଛି। ତାଙ୍କ ମୋବାଇଲ୍‌, ପର୍ସ ଓ ଲାପଟପ୍‌ ମଧ୍ୟ ଗାଏବ ଅଛି। ତେଣୁ ଲୁଟ୍‌ ବେଳେ ତାଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି। ପୁଲିସ ମୃତେଦହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ମାମଲା ତଦନ୍ତ ପୁଲିସ ଜାରି ରଖିଛି।

Ghaziabad Police Vinay Tyagi Tata Steel Tata Steel Sales Head Murder