Advertisment

୩ ଜୋତା ବ୍ୟବସାୟୀଙ୍କ ଘରେ ଚଢାଉ; ୬୦ କୋଟିର ସୁନା-ରୁପା, ନଗଦ ୫୦ କୋଟି ଜବତ

ଖବର ଲେଖା ହେବା ସୁଦ୍ଧା ଅଧିକାରୀମାନେ ୫୦ କୋଟି କୋଟି ଟଙ୍କା ଗଣି ସାରିଥିବା ବେଳେ ଆହୁରି ଗଣନା ଚାଲିଥିଲା।

ଅଦ୍ୟତନ ହୋଇଛି
Seized Money

Seized Money

Advertisment

ଆୟକର ବିଭାଗକୁ ମିଳିଛି ବଡ଼ ସଫଳତା। ଉତ୍ତରପ୍ରଦେଶର ଆଗ୍ରାରେ ତିନି ଜୋତା ବ୍ୟବସାୟୀଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ନଗଦ ଟଙ୍କା ସମେତ ସୁନା, ରୁପା ଜବତ କରିଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ। ଖବର ଲେଖା ହେବା ସୁଦ୍ଧା ଅଧିକାରୀମାନେ ୫୦ କୋଟି କୋଟି ଟଙ୍କା ଗଣି ସାରିଥିବା ବେଳେ ଆହୁରି ଗଣନା ଚାଲିଥିବା କୁହାଯାଉଛି।

Advertisment

ଶନିବାର ଆୟକର ବିଭାଗର ୩୦ରୁ ଅଧିକ ଅଧିକାରୀ ଏକକାଳୀନ ଆଗ୍ରାର ତିନୋଟି ଜୋତା ବ୍ୟବସାୟୀଙ୍କ ଘରେ ଚଢାଉ କରିଥିଲେ। ଜୋତା ଦୋକାନୀ ମାଲିକ ରାମନାଥ ଦଙ୍ଗଙ୍କ ଘରୁ ୪୦ କୋଟିରୁ ଅଧିକ ନଗତ ଜବତ ହୋଇଛି। 

ରାମନାଥଙ୍କ ଅଲମାରି, ବିଛଣା ଏବଂ ବ୍ୟାଗରୁ କୋଟି କୋଟି ଟଙ୍କା ରହିଥିଲା। ଅଧିକାରୀମାନେ ଟଙ୍କା ଗଣିବା ପରେ ବିଛଣା ଏବଂ ଘରେ ଗଦା କରି ରଖିବାର ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Advertisment

ସେହିପରି ଆଇଟି ଟିମ୍ ମଧ୍ୟ ଏମ.ଜି ରୋଡରେ ଥିବା ବି.କେ ଶୁଜ୍ ଓ ଢକରନରେ ଥିବା ମନଶୁ ଫୁଟୱେୟାର୍ ଏବଂ ମାଲିକଙ୍କ ବାସଭବନରେ ଚଢାଉ କରି ନଗଦ ଟଙ୍କା ସମେତ ୬୦ କୋଟି ଟଙ୍କାର ସୁନା, ରୁପା ଏବଂ ଜମି କାଗଜପତ୍ର ଜବତ କରିଛି। 

Income Tax Income Tax Raid Raid Raid On Shoe Traders
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe