Advertisment

ସଫ୍ଟଓ୍ୱେୟାର କମ୍ପାନୀଙ୍କୁ ବାଘ ଭୟ, ଓ୍ୱାର୍କ ଫ୍ରମ ହୋମ୍‌ କରିବାକୁ ନିର୍ଦ୍ଦେଶ

ଇନଫୋସିସ୍ ଓ ଟିସିଏସ୍ ତରଫରୁ କର୍ମଚାରୀଙ୍କ ପାଇଁ ନୂଆ ଆଡଭାଇଜରୀ ଜାରି କରାଯାଇଛି।

author-image
Madhupriya Mistry
tcs-and-infosys-issued-advisory

tcs-and-infosys-issued-advisory

ଏବେ ସଫ୍ଟଓ୍ୱେୟାର କମ୍ପାନୀଙ୍କୁ ଘାରିଛି ବାଘ ଭୟ। ବାଘ ଡରରେ ଆତଙ୍କୀତ ହୋଇପଡିଛନ୍ତି କର୍ମଚାରୀ। ଏଥିପାଇଁ ଇନ୍‌ଫୋସିସ୍‌ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛି। ସେହିପରି ଟିସିଏସ୍‌ ମଧ୍ୟ ଏକ ଆଡଭାଇଜରୀ ଜାରି କରିଛି।

Advertisment

ମଧ୍ୟପ୍ରଦେଶର ଇନ୍ଦୋରରେ ଟିସିଏସ୍‌ ଓ ଇନ୍‌ଫୋସିସ୍‌ ପରିସରରେ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିବା ପରେ ଆତଙ୍କ ଖେଳି ଯାଇଛି। ସଫ୍ଟଓ୍ୱେୟାର କମ୍ପାନୀର କମ୍ପାଚାରୀମାନେ ଭୟଭୀତ ହୋଇପଡିଛନ୍ତି। ଇନଫୋସିସ୍ ଓ ଟିସିଏସ୍ ତରଫରୁ କର୍ମଚାରୀଙ୍କ ପାଇଁ ନୂଆ ଆଡଭାଇଜରୀ ଜାରି କରାଯାଇଛି। ଯେଉଁଥିରେ ଇନଫୋସସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଟିସିଏସ୍ କର୍ମଚାରୀଙ୍କୁ ମଙ୍ଗଳବାର ନିର୍ଦ୍ଧାରିତ ସମୟ ଠାରୁ ଭିନ୍ନ ସମୟରେ ଆସିବାକୁ କୁହାଯାଇଛି। ଯେଉଁମାନେ ସକାଳ ସିଫ୍ଟରେ ଆସିବା କଥା ସେମାନଙ୍କୁ ଦିନ ଥାଇ ଅଫିସ ଛାଡିବାକୁ କୁହାଯାଇଛି। ଯେଉଁମାନଙ୍କର ରାତି ସିଫ୍ଟ ସେମାନଙ୍କୁ ସନ୍ଧ୍ୟା ପୁର୍ବରୁ ଅଫିସରେ ପହଞ୍ଚିବାକୁ କୁହାଯାଇଛି। ଏଥିସହ ଅଫିସ କରିଡର୍‌ରେ ବୁଲିବାକୁ ମଧ୍ୟ ମନା କରାଯାଇଛି।

Advertisment

ଅଫିସ ପରିସରରେ ବାଘ ବୁଲୁଥିବା ଖବର ମିଳିବା ପରେ ବନବିଭାଗ ପକ୍ଷରୁ ରେସ୍କ୍ୟୁ ଅପରେସନ୍‌ ଆରମ୍ଭ ହୋଇଛି। ଇନ୍ଦୋରର ସୁପର କରିଡୋର ଅଞ୍ଚଳରେ ମଙ୍ଗଳବାର ସକାଳ ୧୧ଟାରୁ ୧୨ଟା ମଧ୍ୟରେ ଏକ କଳରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ବନ ବିଭାଗର ଏକ ଟିମ୍‌ ବାଘକୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି।

ଜଣେ ବନ ବିଭାଗ କର୍ମଚାରୀଙ୍କ କହିବାକୁ ମୁତାବକ, ସଫ୍ଟଓ୍ୱେୟାର ଅଫିସ ପରିସରରେ ବାଘର ପାଦ ଚିହ୍ନ ପଡିଥିବା ଦେଖିବାକୁ ମିଳିଛି। ତେଣୁ ବାଘ ରେସ୍କ୍ୟୁ ଅପରେସନ୍‌ ପୂରଣ ନହେବା ଯାଏଁ ଉଭୟ ସଫ୍ଟଓ୍ୱେୟାର କମ୍ପାନୀର କର୍ମଚାରୀଙ୍କୁ ଅଫିସରୁ ବାହାରକୁ ନ ବାହାରିବା ପାଇଁ ସତର୍କ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଇନ୍ଦୋରର ସୁପର୍‌ କରିଡୋର୍‌ ଅଞ୍ଚଳରେ ଟିସିଏସ୍‌ ଓ ଇନ୍‌ଫୋସିସ୍‌ ଅଫିସ ଅଛି। ଉଭୟ କମ୍ପାନୀ ବିଶାଳ ପରିସରରେ ପରସ୍ପର ସହ ଲାଗି ରହିଛି। ପ୍ରାୟ ୧୨ ହଜାରରୁ ଅଧିକ କର୍ମଚାରୀ ଏଠାରେ କାମ କରୁଛନ୍ତି।

TCS Leopard Infosys Advisory For Employees