Advertisment

ଗ୍ୟାସରେ ଚା’ ବସିଥିଲା, ସିଲିଣ୍ଡର ଫାଟି ଲାଗିଲା ନିଆଁ

ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର ବ୍ଲାଷ୍ଟ ହୋଇ ହୁହୁ ହୋଇ ଜଳିବାକୁ ଲାଗିଲା।

Cylinder blast

Cylinder blast

Advertisment

ଗ୍ୟାସରେ ଚା’ ବସିଥିଲା। ଆଖପାଖରେ କିଛି ଲୋକ ଗପରେ ମାତିଥିଲେ। ମାତ୍ର ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର ବ୍ଲାଷ୍ଟ ହୋଇ ହୁହୁ ହୋଇ ଜଳିବାକୁ ଲାଗିଲା। ଏହାଦେଖି ଉପସ୍ଥିତ ଲୋକେ ଜୀବନ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଏପରି ଏକ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Advertisment

ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଘର ବାହାରେ ଗ୍ୟାସ୍‌ ଥିବା ବେଳେ ସେଥିରେ ଚା’ ବସିଥିଲା । ପାଖରେ ୫ ଜଣ ବସି ଗପୁଥିଲେ। ଏହି ସମୟରେ ହଠାତ୍‌ ସିଲିଣ୍ଡର ଫାଟି ନିଆଁ ବ୍ୟାପିବାକୁ ଲାଗିଲା। ଘର ବାହାରେ ଏହି ଘଟଣା ହୋଇଥିବାରୁ ସମସ୍ତେ ଦୌଡ଼ି ନିଜ ଜୀବନ ବଞ୍ଚାଇ ପାରିଥିଲେ।

ଏହାପରେ ପାଖ ଘରେ ଥିବା ଟ୍ୟାପରୁ ପାଣି ଆଣି ଗ୍ୟାସ ସିଲିଣ୍ଡର ଉପରେ ପକାଇଥିଲେ। ନିଆଁ ନିୟନ୍ତ୍ରଣକୁ ଆସିବା ସହ ଆସ୍ତେଆସ୍ତେ ଲିଭିଥିଲା। ଫଳରେ ଏକ ବଡ଼ ଅଘଟଣ ଟଳି ଯାଇଛି। 

Advertisment
Gas Cylinder Blast Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe