Advertisment

Accident: କୁହୁଡ଼ି ହେଲା କି କାଳ? କେନାଲରେ ପଡ଼ିଗଲା କାର, ଶିକ୍ଷକ ଦମ୍ପତିଙ୍କ ମୃତ୍ୟୁ

ପଞ୍ଜାବ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ସଙ୍ଗତପୁରା ଗାଁରେ କମଲଜୀତ ସିଂହ କୌରଙ୍କ ଡ୍ୟୁଟୀ ପଡ଼ିଥିଲା। ସ୍ୱାମୀ ଯଶ କରଣ ସିଂହ ତାଙ୍କୁ କାରରେ ସେଠାକୁ ଛାଡ଼ିବାକୁ ଯାଉଥିଲେ। ତେବେ ବାଟରେ କାର୍‌ଟି କେନାଲକୁ ଖସି ପଡ଼ିଥିଲା।

Accident1

ମୃତ ଶିକ୍ଷକ ଦମ୍ପତି ଓ ଦୁର୍ଘଟଣାଗ୍ରସ୍ତ କାର

Advertisment

କେନାଲରେ କାର ଖସି ପଡ଼ିବାରୁ ଏକ ଶିକ୍ଷକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ ପଞ୍ଜାବର ମୋଗା ଜିଲ୍ଲାରେ ଘଟିଛି ଏହି ଘଟଣା।

Advertisment

ମୃତକ ଦ୍ୱୟ ହେଉଛନ୍ତି ଯଶ କରଣ ସିଂହ ଓ ତାଙ୍କ ପତ୍ନୀ କମଲଜୀତ ସିଂହ କୌର। ସେମାନଙ୍କ ଘର ମନସା ଜିଲ୍ଲାରେ। ଉଭୟ ସରକାରୀ ସ୍କୁଲରେ ଶିକ୍ଷକ ଥିଲେ। ମୋଗା ଜିଲ୍ଲା ଥିଲା ସେମାନଙ୍କ କର୍ମକ୍ଷେତ୍ର।  

ପଞ୍ଜାବ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ସଙ୍ଗତପୁରା ଗାଁରେ କମଲଜୀତ ସିଂହ କୌରଙ୍କ ଡ୍ୟୁଟୀ ପଡ଼ିଥିଲା। ସ୍ୱାମୀ ଯଶ କରଣ ସିଂହ ତାଙ୍କୁ କାରରେ ସେଠାକୁ ଛାଡ଼ିବାକୁ ଯାଉଥିଲେ। ତେବେ ବାଟରେ କାର୍‌ଟି କେନାଲକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। 

Advertisment

ଆଜି ସକାଳେ ଘନ କୁହୁଡ଼ି ଯୋଗୁ ରାସ୍ତା ଭଲ ଭାବରେ ଦେଖାଯାଉ ନଥିଲା। ସେଥିପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। 

ଅନ୍ୟପକ୍ଷରେ ଆଜି ହରିୟାଣାରେ କୁହୁଡ଼ି ଯୋଗୁ ଏକାଧିକ ଦୁର୍ଘଟଣା ଘଟିଛି। ରୋହତକରେ ମେହାମ ଅଞ୍ଚଳରେ ପ୍ରାୟ ୩୫ରୁ ୪୦ଟି ଗାଡ଼ି ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟିଛି। ଏହି ଗାଡ଼ିଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ଟ୍ରକ। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ପ୍ରଥମେ ଏକ ଟ୍ରକ୍‌ ଓ କାର ମଧ୍ୟ ଧକ୍କା ହୋଇଥିଲା। ତା’ପରେ ଉଭୟ ଗାଡ଼ିରେ ପଛକୁ ପଛ ପିଟି ହୋଇଥିଲେ ବାକି ସବୁ ଗାଡ଼ି।

ଘନ କୁହୁଡ଼ି ଯୋଗୁ ହିସାର ଓ ରେୱାରୀରେ ମଧ୍ୟ ଦୁର୍ଘଟଣା ଘଟିଛି। ହିସାରରେ ସକାଳ ପ୍ରାୟ ୮ଟା ବେଳେ ୫୨ ନମ୍ବର ଜାତୀୟ ରାଜପଥରେ ଦୁଇଟି ସରକାରୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା। ରେୱାରୀରେ ୩୫୨ ନମ୍ବର ଜାତୀୟ ରାଜପଥରେ ତିନି ଚାରିଟି ବସ୍‌ ମଧ୍ୟ ଧକ୍କା ହୋଇଥିଲା। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe