Advertisment

ଝିଅର ଭିଡିଓ ଭାଇରାଲର ଧମକ ଦେଲେ ସାଇବର ଲୁଟେରା, ଟଳି ପଡ଼ିଲେ ମା’

୧୫ ମିନିଟ୍‌ରେ ଲକ୍ଷେ ଟଙ୍କା ନ ଦେଲେ ଫଟୋ ସୋଶାଲ ମିଡିଆରେ ଅଶ୍ଳୀଳ ଫଟୋ ଛାଡ଼ିବାର ଧମକ ଦେଲେ। ଏପରି ଶକ୍ତ ଝଟକାକୁ ସହି ନ ପାରି ଟଳି ପଡ଼ିଲେ ଶିକ୍ଷୟିତ୍ରୀ ।

author-image
Niharika Rout
ଅଦ୍ୟତନ ହୋଇଛି
Teacher Dead

Teacher Dead

ସାଇବର କ୍ରାଇମ୍‌ର ସାଂଘାତିକ ରୂପ ସାମନାକୁ ଆସିଛି। ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିବାର ଧମକ ଦେଇ ଜଣେ ଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ଆରେଷ୍ଟ କଲେ। ୧୫ ମିନିଟ୍‌ରେ ଲକ୍ଷେ ଟଙ୍କା ନ ଦେଲେ ଫଟୋ ସୋଶାଲ ମିଡିଆରେ ଛାଡ଼ିବାର ଧମକ ଦେଲେ। ଏପରି ଶକ୍ତ ଝଟକାକୁ ସହି ନ ପାରି ଟଳି ପଡ଼ିଲେ ଶିକ୍ଷୟିତ୍ରୀ । 

Advertisment

ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି। ମୃତା ଶିକ୍ଷୟିତ୍ରୀଜଣକ ୫୮ ବର୍ଷୀୟା ମାଳତୀ ବର୍ମା ହୋଇଥିବା ବେଳେ ସେ ରାଜକୀୟ କନ୍ୟା ଜୁନିୟର ହାଇସ୍କୁଲରେ ପାଠ ପଢ଼ାଉଥିଲେ।

ମାଳତୀ ବର୍ମା ସ୍କୁଲରେ ଥିବା ବେଳେ ତାଙ୍କ ନମ୍ବରକୁ ଏକ ହ୍ୱାଟସ୍‌ ଆପ୍‌ କଲ୍‌ ଆସିଥିଲା। ଡିପିରେ ପୁଲିସ୍‌ ବର୍ଦ୍ଦିରେ ଥିବା ଜଣଙ୍କ ଫଟୋ ଲାଗିଥିଲା। ଶିକ୍ଷୟିତ୍ରୀଜଣକ ଫୋନ୍‌ ଉଠାଇବାରୁ ତୁମ ଝିଅ ସେକ୍ସ ରାକେଟରେ ଧରା ପଡ଼ିଛି ଓ ତା’ର ଅଶ୍ଳୀଳ ଭିଡିଓ ଆମ ପାଖରେ ଅଛି ବୋଲି ଶୁଣିବାକୁ ମିଳିଥିଲା। ଏଥିସହ ୧୫ ମିନଟ୍‌ରେ ଲକ୍ଷେ ଟଙ୍କା ନ ଦେଲେ ଉକ୍ତ ଭିଡିଓ ଭାଇରାଲ କରିବାର ଧମକ ବି ମିଳିଥିଲା। ଏହି କଥାକୁ ମହିଳାଜଣକ ଯେପରି ବିଶ୍ୱାସ କରିବେ, ତେଣୁ ଅପରପାର୍ଶ୍ୱରୁ ତାଙ୍କ ଝିଅ ସ୍ୱରରେ ମମି ମୋତେ ବଞ୍ଚାଇ ଦିଅ ବୋଲି ଶୁଣିବାକୁ ମିଳିଥିଲା।

Advertisment

ଏପରି କଲ୍‌ ଆସିବା ପରେ ଭୟଭୀତ ହୋଇ ପଡ଼ିଥିବା ମାଳତୀ ନିଜ ପୁଅ ଦିବ୍ୟାଶୁଂଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ ଓ ତୁରନ୍ତ ଲକ୍ଷେ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ। ମାତ୍ର ଏଥିରେ ବିଶ୍ୱାସ ନ କରି ଦିବ୍ୟାଶୁଂ ମା’ଙ୍କୁ ଉକ୍ତ ନମ୍ବର ମାଗିଥିଲେ ଓ ତାହା ପାକିସ୍ତାନ ନମ୍ବର ବୋଲି ଜାଣି ପାରିଥିଲେ।

ଏହା ଏକ ଫର୍ଜି କଲ୍‌ ଓ ଏହାକୁ ନେଇ ବ୍ୟସ୍ତ କିମ୍ବା ଚିନ୍ତିତ ନ ହେବାରୁ ସେ ମା’ଙ୍କୁ ବୁଝାଇଥିଲେ। ଏପରିକି ଭଉଣୀକୁ କଲ୍‌ କରି ମା’ ସହ କଥା କରାଇଥିଲେ। ଏହାପରେ ବି ମାଳତୀ ଦେବୀ ଅଜଣା ଆଶଙ୍କାରେ ଛଟପଟ ହେଉଥିଲେ।

ଏପରିକି ସାଇବର ଠକମାନେ ମାଳତୀ ଦେବୀଙ୍କୁ ୪ ଘଣ୍ଟା କାଳ ଡିଜିଟାଲ ଆରେଷ୍ଟ କରିଥିବା ବେଳେ ୮ ଥର କଲ୍‌ କରିଥିଲେ। ଏହା ମଧ୍ୟରେ ଗଭୀର ମାନସିକ ଆଘାତ ପାଇଥିବା ମାଳତୀ ଦେବୀ ଘରକୁ ଫେରି ଅସୁସ୍ଥତା ଅନୁଭବ କରିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ କହିଛନ୍ତି ଡାକ୍ତର। 

 ପୁଲିସ୍‌ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ତୁରନ୍ତ ଅଭିଯୁକ୍ତଙ୍କୁ ଖୋଜି ବାହାର କରାଯିବ ବୋଲି ଅଧିକାରୀ କହିଛନ୍ତି।

Uttar Pradesh Cyber Attack Hearth Attack