Advertisment

‘ଅତର ଆଇଇଡି’ ସହ ଶିକ୍ଷକରୁ ଆତଙ୍କୀ ହୋଇଥିବା ଆରିଫ ଗିରଫ

ଜାନୁଆରୀ ୨୧ରେ ଜମ୍ମୁର ନରୱାଲ ଅଞ୍ଚଳରେ ୨ଟି ବିସ୍ଫୋରଣ ହୋଇଥିଲା। ଏଥିରେ ୯ ଜଣ ଆହତ ହୋଇଥିଲେ। ଏହାର ତଦନ୍ତ ଚାଲିଥିବା ବେଳେ ଅତର ଆଇଇଡି ସହ ଆରିଫକୁ ପୁଲିସ୍‌ କାବୁ କରିଛି।

Terrorist

Terrorist

Advertisment

ସରକାରୀ ଶିକ୍ଷକରୁ ଆତଙ୍କବାଦୀ ବନିଥିବା ଜଣେ ବ୍ୟକ୍ତିକୁ ଜମ୍ମୁ-କଶ୍ମୀର ପୁଲିସ୍‌ ଗିରଫ କରିଛି। ତା’ ଠାରୁ ଅତର ବୋତଲରେ ତିଆରି ହୋଇଥିବା ଆଇଇଡି ଜବତ ହୋଇଛି। ଗିରଫ ବ୍ୟକ୍ତି ଜଣକ ହେଲା ଆରିଫ। ତା’ ଘର ଜମ୍ମୁ-କଶ୍ମୀରର ରେଇସି ଜିଲ୍ଲାରେ ବୋଲି ପୁଲିସ୍‌ କହିଛି। ଜାନୁଆରୀ ୨୧ରେ ଜମ୍ମୁର ନରୱାଲ ଅଞ୍ଚଳରେ ୨ଟି ବିସ୍ଫୋରଣ ହୋଇଥିଲା। ଏଥିରେ ୯ ଜଣ ଆହତ ହୋଇଥିଲେ। ଏହାର ତଦନ୍ତ ଚାଲିଥିବା ବେଳେ ଅତର ଆଇଇଡି ସହ ଆରିଫକୁ ପୁଲିସ୍‌ କାବୁ କରିଛି।

Advertisment

ଗତବର୍ଷ ମା’ ମାସରେ ବୈଷ୍ଣୋ ଦେବୀ ଯାଉଥିବା ଗୋଟିଏ ତୀର୍ଥଯାତ୍ରୀ ବସ୍‌କୁ ଟାର୍ଗେଟ କରି ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ। ଏହି ବିସ୍ଫୋରଣ ପଛରେ ଆରିଫ ଥିବା ପୁଲିସ୍‌ ଦାବି କରିଛି।

ଜମ୍ମୁ-କଶ୍ମୀର ପୁଲିସ୍‌ ଡିଜି ଦିଲବାଗ ସିଂହ କହିଛନ୍ତି, ଆରିଫର ଲିଙ୍କ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବା ସହ ରହିଛି। ତା’ ପାଖରୁ ଗୋଟିଏ ଅତର ବୋତଲ ମିଳିଛି। ଏହାକୁ ଆଇଇଡିରେ ପରିଣତ କରାଯାଇଥିଲା। ବାହାରକୁ ଏହା ଅତର ବୋତଲ ଭଳି ଦିଶୁଥିବା ବେଳେ ଏହା ଭିତରେ ବିସ୍ଫୋରକ ରହିଥିଲା।

Advertisment

ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରରୁ ଏପରି ବୋମା ବା ବିସ୍ଫୋରକ ଜବତ ହୋଇଛି। ଏହା ପୂର୍ବରୁ କେବେ ବି କୌଣସି ଆତଙ୍କବାଦୀଙ୍କ ପାଖରୁ ଏପରି ଅତର ଆଇଇଡି ଜବତ ହୋଇନଥିଲା। ଯଦି କେହି ଏହାକୁ ଅତର ଭାବି ପ୍ରେସ କରିବ, ତା’ହେଲେ ଏହା ବିସ୍ଫୋରଣ ହୋଇଯିବ। ପୁଲିସ୍‌ର ସ୍ୱତନ୍ତ୍ର ଟିମ ଏହି ଆଇଇଡିକୁ ନିଷ୍କ୍ରିୟ କରିବ ବୋଲି ସେ କହିଛନ୍ତି।

ଶ୍ରୀ ସିଂହ ଆହୁରି କହିଛନ୍ତି, ଆରିଫ ପାକିସ୍ତାନୀ ହ୍ୟାଣ୍ଡେଲର୍ସମାନଙ୍କ କଥାରେ ପରିଚାଳିତ ହେଉଥିଲା ଓ ଗତବର୍ଷ ବସ ବିସ୍ଫୋରଣରେ ସେ ସାମିଲ ଥିଲା ବୋଲି ସ୍ୱୀକାର କରିଛି। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବାର ପ୍ରମାଣ ସମସ୍ତ ପାଖରେ ରହିଛି। ଜମ୍ମୁ-କଶ୍ମୀରର ଲୋକଙ୍କୁ ସାଂପ୍ରଦାୟିକ ହିଂସା ଦ୍ୱାରା ଭାଗ କରିବାକୁ ପାକିସ୍ତାନ ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି।

Terror Attack Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe