Advertisment

Middle East War: ଖାମେନେଇଙ୍କ ମୃତ୍ୟୁ ପରେ କଶ୍ମୀର ଅଶାନ୍ତ: ପୁଲିସର ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ମାଡ଼

ଖାମେନେଇଙ୍କ ହତ୍ୟା ପ୍ରତିବାଦରେ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଜମ୍ମୁ-କଶ୍ମୀରରେ ବିକ୍ଷୋଭ ଶୋଭାଯାତ୍ରା ଦେଖିବାକୁ ମିଳିଛି। ବିକ୍ଷୋଭ ଯୋଗୁ ପ୍ରଶାସନ ପକ୍ଷରୁ ଶ୍ରୀନଗର ସମେତ ବିଭିନ୍ନ ସ୍ଥାନରେ କଟକଣା ଲାଗୁ କରାଯାଇଛି।

Iran

ବିକ୍ଷୋଭ

Advertisment

ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ପରେ ପୂରା ମଧ୍ୟପ୍ରାଚ୍ୟ(Middle East war updates)ରେ ମହାଯୁଦ୍ଧ ଆରମ୍ଭ ହୋଇଛି। ଏହାର ପ୍ରଭାବ ଭାରତର ଜମ୍ମୁ-କଶ୍ମୀରରେ ମଧ୍ୟ ଦେଖିବାକୁ ମିଳିଛି।

Advertisment

ଶିହା ଧର୍ମର ସର୍ବୋଚ୍ଚ ଧାର୍ମିକ ନେତା ଖାମେନେଇଙ୍କ ହତ୍ୟା ପ୍ରତିବାଦରେ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଜମ୍ମୁ-କଶ୍ମୀରରେ ବିକ୍ଷୋଭ ଶୋଭାଯାତ୍ରା ଦେଖିବାକୁ ମିଳିଛି। ବିକ୍ଷୋଭ ଯୋଗୁ ପ୍ରଶାସନ ପକ୍ଷରୁ ଶ୍ରୀନଗର ସମେତ ବିଭିନ୍ନ ସ୍ଥାନରେ କଟକଣା ଲାଗୁ କରାଯାଇଛି। କଟକଣା ସତ୍ତ୍ୱେ ଆଜି ଶ୍ରୀନଗରରେ ଖାମେନେଇଙ୍କ ଫଟୋ ଧରି ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ପକ୍ଷରୁ ଲାଠିଚାର୍ଜ ସହ ଲୁହବୁହା ଗ୍ୟାସ ମାଡ଼ କରାଯାଇଛି। ବିକ୍ଷୋଭକାରୀମାନେ ମଧ୍ୟ ପୁଲିସ ସହ ଧସ୍ତାଧସ୍ତି କରିଛନ୍ତି। ଏହାକୁ ନେଇ କଶ୍ମୀରରେ ଉତ୍ତେଜନା ଦେଖିବାକୁ ମିଳିଛି। ରବିବାର ମଧ୍ୟ ଶତାଧିକ ଲୋକ ଶ୍ରୀନଗରର ଲାଲଚୌକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦିଲ୍ଲୀର ଯନ୍ତରମନ୍ତରରେ ମଧ୍ୟ ମହିଳା ଓ ଯୁବକମାନେ ଖାମେନେଇଙ୍କ ସମର୍ଥନରେ ବାହାରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଆମେରିକା ଓ ଇସ୍ରାଏଲକୁ କଡ଼ା ଭାଷାରେ ସମାଲୋଚନା ମଧ୍ୟ କରିଛନ୍ତି। 

Advertisment

ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ସାଂପ୍ରଦାୟିକ ଅଶାନ୍ତି ବୃଦ୍ଧି ପାଇବାର ଆଶଙ୍କା ଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମନ୍ତ୍ରଣାଳୟ ଚିଠି ଲେଖି ପ୍ରତିଷେଧକମୂଳକ ବ୍ୟବସ୍ଥା କରିବାକୁ କହିଛି।

ମନ୍ତ୍ରଣାଳୟର ଏପରି ପରାମର୍ଶ ପରେ ଶ୍ରୀନଗର ସମେତ ବିଭିନ୍ନ ସ୍ଥାନରେ କଟକଣା ଲଗାଯାଇଥିଲା। ତଥାପି ଖାମେନେଇଙ୍କ ସମର୍ଥନରେ ବିକ୍ଷୋଭ ଶୋଭାଯାତ୍ରା କଶ୍ମୀର ଠାରୁ ଆରମ୍ଭ କରି ଆଜମେର ଭଳି ସ୍ଥାନରେ ଦେଖିବାକୁ ମିଳିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି।

ବିଭିନ୍ନ ସ୍ଥାନରେ ଲୋକଙ୍କୁ ଶାନ୍ତି ବଜାୟୀ ରଖିବାକୁ ମଧ୍ୟ କୁହାଯାଇଛି। ଲୋକମାନେ କିନ୍ତୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେମାନେ ପୂରା ବିଶ୍ୱକୁ ଇରାନରେ ଘଟିଥିବା ଘଟଣା ଉପରେ ଥରେ ଗୁରୁତ୍ୱର ସହ ବିଚାର କରିବାକୁ ନିବେଦନ କରିଛନ୍ତି। 

https://x.com/ANI/status/2028395183461826689?s=20

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe