Advertisment

ଚାଷୀଙ୍କ ଉପରକୁ ଟିୟର ଗ୍ୟାସ୍‌ ମାଡ଼ କଲା ପୁଲିସ୍‌, ଆଲୋଚନା ପାଇଁ ଡାକିଲେ ସରକାର

ଶତାଧିକ ଚାଷୀ ହରିୟାଣାର ଶମ୍ଭୁ ସୀମାରେ ଲାଗିଥିବା ବ୍ୟାରିକେଡ ଡେଇଁ ଆଗକୁ ବଢ଼ୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇବା ପାଇଁ ଲୁହ ବୁହା ଗ୍ୟାସ ମାଡ଼ କରିଛି।

Farmer

Farmer

Advertisment

ନିଜର ଉତ୍ପାଦ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମସି ଦାବି କରି ଦିଲ୍ଲୀ ଚାଲୋ ଡାକରା ଦେଇଥିବା ଚାଷୀଙ୍କ ଉପରେ ହୋଇଛି ଟିୟର ଗ୍ୟାସ ମାଡ଼। ଆଜି ଶତାଧିକ ଚାଷୀ ହରିୟାଣାର ଶମ୍ଭୁ ସୀମାରେ ଲାଗିଥିବା ବ୍ୟାରିକେଡ ଡେଇଁ ଆଗକୁ ବଢ଼ୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇବା ପାଇଁ ଲୁହ ବୁହା ଗ୍ୟାସ ମାଡ଼ କରିଛି।

Advertisment

ଏହାକୁ ନେଇ ସୀମାନ୍ତରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ବିକ୍ଷୋଭକାରୀ ଚାଷୀ ଓ ପୁଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଚାଷୀମାନେ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି କରିବା ସହ ଋଣ ଛାଡ଼ ଓ ବର୍ଦ୍ଧିତ ବଜୁଳି ଟାରିଫରୁ ସୁରକ୍ଷା ଦାବି କରି ଦିଲ୍ଲୀ ଚାଲୋ ଆନ୍ଦୋଳନର ଡାକରା ଦେଇଛନ୍ତି।

ସେମାନେ ସଂସଦ ନିକଟରେ ପହଞ୍ଚି ବିକ୍ଷୋଭ କରିବାକୁ ଚାହୁଁଥିବା ବେଳେ ଆଜି ପୁଲିସ୍‌ ସେମାନଙ୍କୁ ହରିୟାଣା-ପଞ୍ଜାବ ସୀମାନ୍ତ ଶମ୍ଭୁ ବର୍ଡରରେ ଅଟକାଇଛି। ତଥାପି ସେମାନେ ଆଗକୁ ବଢ଼ିବାରୁ ପୁଲିସ୍‌ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି। ଏଥିରେ କିଛି ଚାଷୀ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।

Advertisment

ଚାଷୀମାନେ ଆନ୍ଦୋଳନକୁ ତୀବ୍ର କରୁଥିବା ବେଳେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ପ୍ରଥମେ ‘ମୋଦି ଗ୍ୟାରେଣ୍ଟୀ’ କଥା କହିଥିଲେ। ହେଲେ ଅପରାହ୍ନ ବେଳକୁ ସରକାରଙ୍କ ସ୍ୱର ବଦଳିଛି। କେନ୍ଦ୍ର ପକ୍ଷରୁ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଆଲୋଚନା ପାଇଁ ଡକାଯାଇଛି।

କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଭାଗିରଥୀ ଚୌଧୁରୀ କହିଛନ୍ତି, “ଯଦି ଚାଷୀମାନଙ୍କର କୌଣସି ସମସ୍ୟା ରହିଛି, ତା’ହେଲେ ସେମାନେ ସରକାରଙ୍କ ସହ ଏହାର ସାମାଧାନ ପାଇଁ ଆଲୋଚନା କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହାନ୍ତି ଯେ କୌଣସି ବି ଲୋକ ସମସ୍ୟାରେ ନ ରୁହନ୍ତୁ।

ଯଦି ସେମାନଙ୍କର କୌଣସି ସମସ୍ୟା ରହିଛି, ଆମେ ଏକାଠି ବସି ଏହା ଉପରେ ଆଲୋଚନା କରିପାରିବା। ପ୍ରତଟି ସମସ୍ୟାର ସମାଧାନ ଆଲୋଚନା ଦ୍ୱାରା ହୋଇପାରିବ। ସେମାନେ ପ୍ରଥମେ ସରକାରଙ୍କ ସହ କଥା ହେବା ଜରୁରୀ। ସେମାନେ ଆମର ଭାଇ।”

ଆଜି ସକାଳେ ଯେତେବେଳେ ଚାଷୀମାନେ ଶମ୍ଭୁ ବର୍ଡର ଅଭିମୁଖ୍ୟ ଦିଲ୍ଲୀ ଚାଲୋ ଅଭିଯାନ ଆରମ୍ଭ କରିଥିଲେ ସେତେବେଳେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ସଂଦସକୁ କହିଥିଲେ ଯେ ନରେନ୍ଦ୍ର ମୋଦି ସରକାର ଉତ୍ପାଦଗୁଡ଼ିକୁ ଏମଏସପିରେ କିଣିବାକୁ ପ୍ରତିଶ୍ରୁତିବଦ୍ଧ।

ସେ କହିଥିଲେ, “ମୁଁ ଏହି ଗୃହକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଚାଷୀମାନଙ୍କ ସମସ୍ତ ଦ୍ରବ୍ୟ ଏମଏସପିରେ କିଣାଯିବ। ଏହା ମୋଦି ସରକାର ଓ ଆମେ ମୋଦିଜୀଙ୍କ ଗ୍ୟାରେଣ୍ଟକୁ ପୂରଣ କରିବୁ। ସରକାର ଉତ୍ପାଦନ ଖର୍ଚ୍ଚର ୫୦%ରୁ ଅଧିକ ଦାମରେ ଚାଷୀଙ୍କ ଉତ୍ପାଦଗୁଡ଼ିକ କିଣୁଛନ୍ତି।”

Farmers Rally Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe