Advertisment

ସ୍ଥିତି ଅଣାୟତ୍ତ, ବ୍ୟାରିକେଡ୍‌ ଭାଙ୍ଗିବା ସହ ପଥରମାଡ଼ କଲେ ଚାଷୀ

ସିମେଣ୍ଟ ବ୍ୟାରିକେଡ୍‌ ଭାଙ୍ଗିଛନ୍ତି କୃଷକ। ଏଥିସହ ପୁଲିସ ଉପରକୁ ପଥରମାଡ଼ ମଧ୍ୟ କରିଛନ୍ତି।

Farmer Protest

Farmer Protest

Advertisment

ବିଭିନ୍ନ ଦାବି ନେଇ ଆଜିଠୁ ଆରମ୍ଭ ହୋଇଛି ଚାଷୀ ଆନ୍ଦୋଳନ ୨.୦। ପଞ୍ଜାବ ଓ ହରିଆଣାର ବିଭିନ୍ନ ଚାଷୀ ସଙ୍ଗଠନ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। ଏହାରି ଭିତରେ ପଞ୍ଜାବ-ହରିଆଣାର ଶମ୍ଭୁ ସୀମାରେ ସ୍ଥିତି ଅଣାୟତ ହୋଇଛି। ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛି। ସିମେଣ୍ଟ ବ୍ୟାରିକେଡ୍‌ ଭାଙ୍ଗିଛନ୍ତି କୃଷକ। ଏଥିସହ ପୁଲିସ ଉପରକୁ ପଥରମାଡ଼ ମଧ୍ୟ କରିଛନ୍ତି। ଫଳରେ ପୁଲିସ ଡ୍ରୋନ ସହାୟତାରେ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହ ପାଣି ମାଡ଼ କରିଛି। ଏହା ଦ୍ୱାରା ସ୍ଥିତି ଆହୁରି ବିଗିଡି ଯାଇଛି।

Advertisment

ସେପଟେ କୃକଷମାନେ ପୁଲିସର ଲୁହାବୁହା ଗ୍ୟାସରୁ ବର୍ତ୍ତିବା ପାଇଁ ଉପାୟ ଖୋଜି ବାହାର କିରଛନ୍ତି। ଟ୍ରାକ୍ଟର ଚଳାଥିବା କୃଷକମାନେ ମୁହଁରେ ଗ୍ୟାସ୍‌ ମାସ୍କ ଲଗାଇଛନ୍ତି। ପୁଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। କୃଷକମାନଙ୍କ ଆନ୍ଦୋଳନକୁ ରୋକିବା ପାଇଁ ପୁଲିସ୍‌ ଚେଷ୍ଟା ଜାରି ରଖିଛି। ବିରୋଧ କରିବା ଆମ ଗଣତାନ୍ତ୍ରିକ ଅଧିକାର ବୋଲି କୃଷକମାନେ କହିଛନ୍ତି।

ସୂଚନାନୁସାରେ, ଯେତେବେଳେ କୃଷକମାନେ ଶମ୍ଭୁ ସୀମାରେ ପହଞ୍ଚି ବ୍ୟାରିକେଡକୁ ଘଟଣାସ୍ଥଳରୁ ଉଠାଇ ନେଇଥିଲେ ସେତେବେଳେ ପୁଲିସ ଏହାର ପ୍ରତିରୋଧ କରିଥିଲା। ଏହାପୂର୍ବରୁ କୃଷକମାନେ ଅମ୍ବାଲାର ଶମ୍ଭୁ ସୀମାରେ ପହଞ୍ଚିଥିଲେ। ଟ୍ରାକ୍ଟର ଟ୍ରଲିର କନଭେ ସୀମା ପୂର୍ବରୁ ଏଠାରେ ଅଟକି ରହିଥିଲା।

Advertisment

ସେପଟେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମାଲିୱାଲ ଚାଷୀଙ୍କୁ ଲୁହା କଣ୍ଟା ବିଛାଇ କୃଷକଙ୍କୁ ଅଟକାଇବା ଏବଂ ତାଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ବେଶ୍‌ ଚିନ୍ତାଜନକ ବୋଲି ସେ କରିଛନ୍ତି। ଏଥିରେ ହସ୍ତକ୍ଷେପ କରି ଚାଷୀଙ୍କ ସହ ଆଲୋଚନା କରିବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।

ଦିଲ୍ଲୀ ସୀମାରେ ତେଜୁଛି ଚାଷୀ ଆନ୍ଦୋଳନ। ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨ଶହରୁ ଅଧିକ ଚାଷୀ ସଙ୍ଗଠନ। ହଜାର ହଜାର ଚାଷୀ ଟ୍ରାକ୍ଟର ଓ କାର ମାଧ୍ୟମରେ ଦିଲ୍ଲୀ ମୁହାଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସୀମା ସିଲ୍ କରିଛି ପୁଲିସ ପ୍ରଶାସନ। ପଞ୍ଜାବ, ହରିୟାଣା ଓ ୟୁପି ପଟୁ ଆସୁଥିବା ଚାଷୀଙ୍କୁ ରୋକିବା ଲାଗି ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଇଣ୍ଟରନେଟ୍‌ ସେବା ବି ବନ୍ଦ କରାଯାଇଛି। ସୁରକ୍ଷା ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି।

Stone Pelting Tear Gas Fired Farmer Protest 2.0 Shambhu Border
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe