Advertisment

Bengaluru: ଯୌନ ଭୋକ ମେଣ୍ଟାଇବାକୁ ରାଜି ହେଲେନି ୩୪ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର, ଜୀବନ ନେଇଗଲା ୧୮ ବର୍ଷୀୟ ଛାତ୍ର

ରୁମରେ ପଶି ସେ ଶର୍ମିଲାଙ୍କୁ ପଛ ପଟୁ କୁଣ୍ଢାଇ ଧରିବା ସହ ତାଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ହେଲେ ଏହାକୁ ଶର୍ମିଲା ବିରୋଧ କରିବା ସହ କ୍ରିଷ୍ଣାୟାର ବାହୁରୁ ଖସିବାକୁ ଚେଷ୍ଟା କରିଥିଲେ।

Softwear

ଶର୍ମିଲା ଓ ଗିରଫ ଅଭିଯୁକ୍ତ

Advertisment

ନିଜର ଯୌନ ଭୋକ ପାଇଁ ହତ୍ୟା କରିବାକୁ ପଛାଇ ନାହିଁ ଜଣେ ୧୮ ବର୍ଷୀୟ ଛାତ୍ର। ସେ ଜଣେ ୩୪ ବର୍ଷୀୟ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ହତ୍ୟାକାରୀ ଛାତ୍ର ଜଣକ ମହିଳାଙ୍କ ଘର ସାମ୍ନାରେ ଭଡ଼ାରେ ରହୁଥିଲା। ମହିଳା ଜଣଙ୍କ ତା’ କଥାରେ ଯୌନ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ସେ ତାଙ୍କୁ ହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। 

Advertisment

ପ୍ରଥମେ ମହିଳାଙ୍କ ମୃତ୍ୟୁ ଅଗ୍ନିକାଣ୍ଡ ଯୋଗୁ ହୋଇଥିବା ପୁଲିସ୍‌ ଆଶଙ୍କା କରିଥିଲା। ହେଲେ ଘଟଣାର ତଦନ୍ତ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମହିଳାଙ୍କ ମୃତଦେହ ସେ ରହୁଥିବା ବେଙ୍ଗାଲୁରୁ(Bengaluru) ସ୍ଥିତ ଭଡ଼ା ଘରୁ ଜାନୁଆରୀ ୩ରେ ମିଳିଥିଲା। ପୁଲିସ୍‌ ଏହି ଘଟଣାରେ ଜଣେ ୧୮ ବର୍ଷୀୟ ଛାତ୍ରଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। 

ଜାନୁଆରୀ ୩ରେ ୩୪ ବର୍ଷୀୟ ଶର୍ମିଲା ଡିକେଙ୍କ ମୃତଦେହ ସେ ଭଡ଼ାରେ ରହୁଥିବା ଆପାର୍ଟମେଣ୍ଟର ରୁମରୁ ମିଳିଥିଲା। ଏହି ସଫ୍ଟୱେୟାର ଇଞ୍ଜିନିୟର ଜଣଙ୍କ ଆସେଞ୍ଚରରେ କାମ କରୁଥିଲେ ଓ ରାମମୂର୍ତ୍ତୀ ନଗର ସ୍ଥିତ ସୁବ୍ରମଣ୍ୟ ଲେ ଆଉଟ ଆପାର୍ଟମେଣ୍ଟର ଗୋଟିଏ ରୁମରେ ରହୁଥିଲେ। ଘଟଣା ଦିନ ତାଙ୍କ ରୁମରେ ଅଗ୍ନିକାଣ୍ଡ ଘଟିଥିବାରୁ ଏଥିରେ ଅଣନିଃଶ୍ୱାସୀ ହୋଇ ଶର୍ମିଲା ପ୍ରାଣ ହରାଇଥିବା କୁହାଯାଇଥିଲା। 

Advertisment

ପୁଲିସ୍‌ ମୃତଦେହକୁ ଜବତ କରି ଗୋଟିଏ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଥିଲା। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଜ୍ଞାନ ଭିତ୍ତିକ ଓ ବୈଷୟିକ ଯାଞ୍ଚ ବେଳେ ଶର୍ମିଲାଙ୍କ ରୁମ ସାମ୍ନାରେ ଥିବା ଘରେ ଭଡ଼ାରେ ଥିବା ୧୮ ବର୍ଷୀୟ କର୍ଣ୍ଣାଲ କୁରାଇ ସନ୍ଦେହ ଘେରକୁ ଆସିଥିଲା। କର୍ଣ୍ଣାଲ କୁରାଇ ଓରଫ କ୍ରିଷ୍ଣାୟା କେରଳର ଜଣେ ପିୟୁସି ଛାତ୍ର।

ଶର୍ମିଲା ଏକାକୀ ରହୁଥିବାରୁ କ୍ରିଷ୍ଣାୟା ଏକତରଫା ଭାବେ ତାଙ୍କୁ ଭଲ ପାଉଥିଲା। ଏଥିସହ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା। ଜାନୁଆରୀ ୨ ତାରିଖ ରାତିରେ ବାଲକୋନୀର ଝରକା ଦେଇ ଶର୍ମିଲାଙ୍କ ରୁମ ଭିତରେ ପଶି ଯାଇଥିଲା। 

ରୁମରେ ପଶି ସେ ଶର୍ମିଲାଙ୍କୁ ପଛ ପଟୁ କୁଣ୍ଢାଇ ଧରିବା ସହ ତାଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ହେଲେ ଏହାକୁ ଶର୍ମିଲା ବିରୋଧ କରିବା ସହ କ୍ରିଷ୍ଣାୟାର ବାହୁରୁ ଖସିବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ରାଗରେ କ୍ରିଷ୍ଣାୟା ତାଙ୍କ ବେକ ମୁଣ୍ଡାକୁ ପିଟି ଦେଇଥିଲା। ଫଳରେ ସେ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ଶର୍ମିଲା ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ କ୍ରିଷ୍ଣାୟା ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। 

ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଓ ପ୍ରମାଣ ନଷ୍ଟ କରିବା ପାଇଁ ଶର୍ମିଲାଙ୍କ ବେଡ ରୁମରେ କ୍ରିଷ୍ଣାୟା ନିଆଁ ଲଗାଇ ଦେଇଥିଲେ। ଫଳରେ ଧୂଆଁ ଘରର ଅନ୍ୟ ରୁମକୁ ବ୍ୟାପୀ ଯାଇଥିଲା। ତଦନ୍ତକୁ ବାଟମାରଣା କରି ଶର୍ମିଲା ଧୂଆଁରେ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିବା ସମସ୍ତଙ୍କୁ ଜଣାଇବା ପାଇଁ କ୍ରିଷ୍ଣାୟା ଏପରି କରିଥିଲା। 

ହେଲେ ପୁଲିସ୍‌ ଘଟଣାର ତଦନ୍ତ କରି କ୍ରିଷ୍ଣାୟାକୁ ଉଠାଇ ନେଇଥିଲା। ଜେରା ବେଳେ ସେ ତା’ର ଅପରାଧକୁ ସ୍ୱୀକାର କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ଶର୍ମିଲା  ଓ କ୍ରିଷ୍ଣାୟା ପରସ୍ପରକୁ ଜାଣିଥିଲେ। ହେଲେ ଶର୍ମିଲା ପ୍ରାୟତଃ କ୍ରିଷ୍ଣାୟା ସହ କଥା ହୁଅନ୍ତି ନାହିଁ।

ତଥାପି କ୍ରିଷ୍ଣାୟା ତାଙ୍କୁ ମନେମନେ ପସନ୍ଦ କରୁଥିଲା। ବୟସରେ ଶର୍ମିଲା ବଡ଼ ହୋଇଥିଲେ ହେଁ କ୍ରିଷ୍ଣାୟା ତାଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଚାହୁଁଥିଲା। ଏଥିରେ ବିଫଳ ହେବାରୁ ସେ ତାଙ୍କ ଜୀବନ ନେଇ ଯାଇଛି। 

ପୁଲିସ୍‌ କ୍ରିଷ୍ଣାୟାକୁ ଗିରଫ କରି ୩ ଦିନିଆ ରିମାଣ୍ଡରେ ନେଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। 

Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe