Advertisment

Techie Dies: ଜୀବନ ହାରିଦେଲେ ସଫ୍ଟୱେୟାର ଇଞ୍ଜିନିୟର, ପୌର ଅଧିକାରୀଙ୍କ ନାଁରେ ଆସିଲା ନିର୍ଯାତନା ଅଭିଯୋଗ

ଜୀବନ ହାରିଥିବା ମୁରଲୀ ଗୋବିନ୍ଦରାଜୁଙ୍କ ମା’ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅଙ୍କୁ ଦୁଇ ଜଣ ନିୟମିତ ହଇରାଣ କରିବା ସହ ମୋଟା ଅଙ୍କର ଟଙ୍କା ମାଗୁଥିଲେ। ଏହାକୁ ସହି ନପାରି ମୁରଲୀ ଜୀବନ ହାରିଥିବା ସେ କହିଛନ୍ତି।

Murali

ମୁରଲୀ

Advertisment

ବେଙ୍ଗାଲୁରୁ(Bengaluru)ର ନାଲ୍ଲୁରାହାଲି ସ୍ଥିତ ଗୋଟିଏ ନିର୍ମାଣଧୀନ କଠୋରରେ ଜୀବନ ହାରିଛନ୍ତି ଜଣେ ସଫ୍ଟୱେୟାର ଇଞ୍ଜିନିୟର। ତାଙ୍କ ମୃତଦେହ ବୁଧବାର ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଆଜି ଅର୍ଥାତ ଗୁରୁବାର ପରିବାର ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପୌର ଅଧିକାରୀମାନଙ୍କ ହଇରାଣ ଓ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। 

Advertisment

ଜୀବନ ହାରିଥିବା ମୁରଲୀ ଗୋବିନ୍ଦରାଜୁଙ୍କ ମା’ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅଙ୍କୁ ଦୁଇ ଜଣ ନିୟମିତ ହଇରାଣ କରିବା ସହ ମୋଟା ଅଙ୍କର ଟଙ୍କା ମାଗୁଥିଲେ। ଏହାକୁ ସହି ନପାରି ମୁରଲୀ ଜୀବନ ହାରିଥିବା ସେ କହିଛନ୍ତି।

ପୁଲିସ୍‌ ନିକଟରେ ମା’ ରୁଜୁ କରିଥିବା ଅଭିଯୋଗରେ କହିଛନ୍ତି ଯେ ତାଙ୍କ ପୁଅ ମୁରଲୀ, ବୋହୂ ଦୁର୍ଗାଦେବୀ ଓ ଦୁଇ ପିଲା ଏକାଠି ରହୁଥିଲେ। ୨୦୧୮ରେ ମୁରଲୀ ନାଲ୍ଲୁରାହାଲ୍ଲି ଠାରେ ଗୋଟିଏ ଜାଗା କିଣିଥିଲେ। ସେଠାରେ ଏବେ ସେ ଘର କରିବାକୁ ବେଶ କିଛି ଦିନ ହେବ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିଲେ।

Advertisment

ଘର କାମ ଚାଲିଥିବା ବେଳେ ଅକ୍ଟୋବର ୨୫ରେ ଉଷା ନାମ୍ବିୟାର ଓ ଶଶି ନାମ୍ବିୟାର ନାମକ ଦୁଇ ଜଣ ମୁରଲୀଙ୍କ ପାଖକୁ ଏକାଧିକ ଥର ଆସିଥିଲେ। ଏଥିସହ ତାଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ।

ଏତେ ପରିମାଣର ଟଙ୍କା ଦେବାକୁ ମୁରଲୀ ମନା କରିବାରୁ ସେମାନେ ଗ୍ରେଟର ବେଙ୍ଗାଲୁରୁ ପ୍ରାଧିକରଣ ଅଧିକାରୀଙ୍କ ନାଁ କହି ତାଙ୍କୁ ଡରାଇଥିଲେ। ଏହାପରେ ଅଧିକାରୀଙ୍କ ସହ ସେମାନେ ନିୟମିତ ମୁରଲୀଙ୍କ ଜାଗାକୁ ଯାଇ ବିଭିନ୍ନ ପ୍ରକାରର କଥା କହୁଥିଲେ। ତାଙ୍କୁ ଟଙ୍କା ପାଇଁ ସବୁବେଳେ ମାନସିକ ନିର୍ଯାତନା ଦେଉଥିଲେ। ଠିକଭାବେ ତାଙ୍କୁ ଘର କାମ କରିବାକୁ ଦେଉ ନଥିଲେ। 

ଘଟଣା ଦିନ ମୁରୀଲଙ୍କୁ ପୁଣି ଟଙ୍କା ଦେବାକୁ ଫୋନ ଆସିଥିଲା। ଏଥିରେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିବା ମୁରଲୀ ସକାଳ ୬ଟାରୁ ଘରୁ ବାହାରି ଯାଇଥିଲେ। ସେ ସିଧା ନିର୍ମାଣଧୀନ ବିଲଡିଂରେ ପହଞ୍ଚିଥିଲେ। ସେଠାରେ ଫ୍ୟାନ ଲାଗିବା ପାଇଁ ଝୁଲିଥିବା ଲୁହା ହୁକରେ ରଶି ବାନ୍ଧି ଝୁଲି ପଡ଼ିଥିଲେ। 

ସକାଳ ପ୍ରାୟ ୯.୩୦ରେ ସେଠାରେ କାଠ କାମ କରିବାକୁ ଆସିଥିବା ଗଣେଶ ପ୍ରଥମେ ମୁରଲୀଙ୍କ ଝୁଲାନ୍ତା ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ମୁରଲୀଙ୍କ ମା’ ଏବେ ଉଷା ଓ ଶଶିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତାଙ୍କ ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe