Advertisment

Murder: ଘର ଭିତରେ ବାପା ମା’ଙ୍କୁ ନିର୍ମମ ଭାବେ ହତ୍ୟା କଲା ପୁଅ

୩୩ ବର୍ଷୀୟ ପୁଅ ଜଣକ ସୁବ କିଛି ଭୁଲି ନିଜର ବାପା ମା’ଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରିଛି। ବାପା ଜଣେ ଅବସର ପ୍ରାପ୍ତ ନୌସେନା ଅଫିସର ହୋଇଥିବା ବେଳେ ମା’ ଜଣେ ଦାନ୍ତ ଡାକ୍ତର।

author-image
Hemant Lenka
Murder

ଗିରଫ ରୋହନ

ବାପା ମା’ ଜନ୍ମ କଲେ। ଜନ୍ମ କରିବା ପରେ ଛୋଟରୁ ବଡ଼ କଲେ। ପାଠ ପଢ଼ାଇ ମଣିଷ କରିବା ସହ ପୁଅ ସଫ୍ଟୱେୟାର ଇଞ୍ଜିନିୟ ଭାବେ କାମ ବି ଆରମ୍ଭ କଲା। ପୁଅ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିବାରୁ ବାପା ମା’ ମଧ୍ୟ ବେଶ ଖୁସି ଥିଲେ। ଆଶା ଥିଲା ପରିଣତ ବୟସରେ ପୁଅ ସେମାନଙ୍କର ସେବା କରିବ।

Advertisment

ହେଲେ ପୁଅ ଘଟାଇଛି ଜଘନ୍ୟକାଣ୍ଡ। ୩୩ ବର୍ଷୀୟ ପୁଅ ଜଣକ ସୁବ କିଛି ଭୁଲି ନିଜର ବାପା ମା’ଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା(Murder) କରିଛି। ବାପା ଜଣେ ଅବସର ପ୍ରାପ୍ତ ନୌସେନା ଅଫିସର ହୋଇଥିବା ବେଳେ ମା’ ଜଣେ ଦାନ୍ତ ଡାକ୍ତର। ସେମାନଙ୍କୁ ବୁଧବାର ସକାଳରେ ପୁଅ ନିଜର ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟର ରୁମରେ ହତ୍ୟା କରିଛି। ହାଲ୍‌ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ବିଜ୍ଞାନ ନଗର ସ୍ଥିତ ଆପାର୍ଟମେଣ୍ଟରେ ଘଟିଥିବା ଏପରି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ମୃତ ବ୍ୟକ୍ତି ଜଣଙ୍କ ହେଲେ ୬୦ ବର୍ଷୀୟ ନବୀନ ଚନ୍ଦ୍ର ଭଟ୍ଟ ଓ ତାଙ୍କ ପତ୍ନୀ ୫୫ ବର୍ଷୀୟ ଶ୍ୟାମଳା ଭଟ୍ଟ। ନବୀନ ନୌସେନାର ଜଣେ ପୂର୍ବତନ କ୍ୟାପ୍ଟେନ ଓ ଶ୍ୟାମଳା  ଜଣେ ଦାନ୍ତ ଡାକ୍ତର। ପାରିବାରିକ ବିବାଦ ଯୋଗୁ ଦମ୍ପତିଙ୍କୁ ସେମାନଙ୍କ ପୁଅ ଘର ଭିତରେ ହିଁ ଆକ୍ରମଣ କରିଥିଲା।

Advertisment

ଉଭୟଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ୩୩ ବର୍ଷୀୟ ରୋହନ ଚନ୍ଦ୍ର ଭଟ୍ଟ ଛୁରୀ ଭୁଷି ଥିଲା। ଏଥିଯୋଗୁ ସେମାନେ ଗୁରୁତର ଆହତ ହୋଇଥିଲା। ପଡ଼ୋଶୀ ଲୋକଙ୍କ ସହାୟତାରେ ଉଭୟଙ୍କୁ ମଣିପାଲ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସକାଳ ୮.୧୫ରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

ଘଟଣା ପରେ ମଣିପାଲ ହସ୍ପିଟାଲର ଡାକ୍ତର ମାଧବୀ ନାଏରଙ୍କ ଅଭିଯୋଗ ଆଧାରରେ ହାଲ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଛି। ଡାକ୍ତର ମାଧବୀ ଘଟଣା ଘଟିଥିବା ଆପାର୍ଟମେଣ୍ଟରେ ହିଁ ରୁହନ୍ତି। ପୁଲିସ୍‌ ତାଙ୍କ ଅଭିଯୋଗ ପରେ ମାମଲା ରୁଜୁ କରି ଅଭିଯୁକ୍ତ ରୋହନକୁ ଗିରଫ କରିଛି। 

ପୁଲିସ୍‌ର କହିବା କଥା ଯେ ହତ୍ୟା ଘଟଣାର ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। କିନ୍ତୁ ପ୍ରାରମ୍ଭିକ ତଦନ୍ତରୁ ପାରିବାରିକ ବିବାଦ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

ପୁଲିସ୍‌ ଦୁଇ ମୃତଦେହକୁ ଜବତ କରି ବୋୱରିଙ୍ଗ ହସ୍ପିଟାଲର ଶବାଗାରରେ ରଖିଛି। ଦମ୍ପତିଙ୍କ ଝିଅ ଆମେରିକାରେ ରୁହନ୍ତି। ସେ ବେଙ୍ଗାଲୁରୁରରେ ପହଞ୍ଚିବା ପରେ ମୃତଦେହ ଦୁଇଟିକୁ ତାଙ୍କୁ ହସନ୍ତାନ୍ତର କରାଯିବ। ଏହାପୂର୍ବରୁ ଝିଅର ଅନୁମତି ନେଇ ଶବ ଦୁଇଟିର ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି। 

Murder