/odisha-reporter/media/media_files/2025/09/30/ajya-2025-09-30-13-09-03.jpg)
ଅଜୟ ଓ ସ୍ୱିଟୀ
ପତ୍ନୀଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା(Crime) କଲେ। ତା’ପରେ ସାଙ୍ଗକୁ ଭିଡିଓ ବାର୍ତ୍ତା ପଠାଇ ପତ୍ନୀଙ୍କ ସହ ହୋଇଥିବା ଝଗଡ଼ା ସମ୍ପର୍କରେ ସବୁ କଥା କହିଲେ। ଶେଷରେ ନିଜେ ବେକରେ ରଶି ବାନ୍ଧି ଝୁଲି ପଡ଼ିଥିଲେ। ଗୁରୁଗ୍ରାମର ଗୋଟିଏ ଆବାସିକ ସୋସାଇଟୀର ଆପାର୍ଟମେଣ୍ଟରେ ରହୁଥିବା ଜଣେ ୩୦ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ଏପରି ଘଟଣା ଘଟାଇଛନ୍ତି। ସେ ପତ୍ନୀଙ୍କୁ ମାରିବା ସହ ନିଜେ ଆତ୍ମହତ୍ୟା(Suicide) କରିଛନ୍ତି।
ସଫ୍ଟୱେୟାର ଇଞ୍ଜିନିୟର ଜଣଙ୍କ ହେଲେ ୩୦ ବର୍ଷୀୟ ଅଜୟ କୁମାର। ରବିବାର ମଧ୍ୟାହ୍ନରେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଭିଡିଓ ମେସେଜ ପଠାଇଥିଲେ। ଏଥିରେ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିବା କହିଥିଲେ। ଏହି ବାର୍ତ୍ତାକୁ ଦେଖି ବିଚଳିତ ହୋଇପଡ଼ିଥିବା ବନ୍ଧୁ ଜଣଙ୍କ ଦିନ ପ୍ରାୟ ୩.୧୫ରେ ପୁଲିସ୍କୁ ଜଣାଇଥିଲେ।
ପୁଲିସ୍ ଖବର ପାଇ ତୁରନ୍ତ ଅଜୟ ରହୁଥିବା ସେକ୍ଟର ୩୭ର ମିଲେନିୟମ ସିଟି ସୋସାଇଟୀର ୧୩ତମ ମହଲାରେ ପହଞ୍ଚିଥିଲା। କବାଟ ଭିତରୁ ବନ୍ଦ ଥିବାରୁ ଏହାକୁ ଭାଙ୍ଗି ପୁଲିସ୍ ଭିତରେ ପ୍ରବେଶ କରିଥିଲା। ଏହି ସମୟରେ ଅଜୟ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ରହିଥିଲେ। ତାଙ୍କ ପତ୍ନୀ ୨୮ ବର୍ଷୀୟ ସ୍ୱିଟୀ ଶର୍ମାଙ୍କ ମୃତଦେହ ଚଟାଣରେ ପଡ଼ି ରହିଥିଲା।
ପୁଲିସ୍ର କହିବା କଥା ଯେ ଅଜୟ ତାଙ୍କ ପତ୍ନୀଙ୍କୁ ଗୋଟିଏ ସ୍କାର୍ପ ଦ୍ୱାରା ତଣ୍ଟି ଚିପି ପ୍ରଥମେ ହତ୍ୟା କରିଥିଲେ। ଏହାପରେ ନିଜେ ବେକାର ଦୌଡ଼ି ବାନ୍ଧି ଫ୍ୟାନରେ ଝୁଲି ପଡ଼ିଥିଲେ। ପାରିବାରି କଳହରୁ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତଥାପି ପୁଲିସ୍ ସବୁ ଦିଗରୁ ଘଟଣାର ତଦନ୍ତ କରୁଛି।
ଉଭୟ ଅଜୟ ଓ ସ୍ୱିଟୀ ଗୁରୁଗ୍ରାମରେ ଥିବା ଗୋଟିଏ ଆଇଟି କମ୍ପାନୀରେ ଚାକିରି କରିଥିଲେ। ୩ ବର୍ଷ ତଳେ ସେମାନଙ୍କର ବାହାଘର ହୋଇଥିଲା। ଅଜୟଙ୍କ ଘର ଉତ୍ତର ପ୍ରଦେଶ(Uttar Pradesh)ର ପ୍ରୟାଗରାଜରେ ଓ ସ୍ୱିଟୀ ହେଉଛନ୍ତି ପଶ୍ଚିମବଙ୍ଗର ଆସନସୋଲର ମୂଳବାସିନ୍ଦା। ବାହାଘର ପରଠାରୁ ଏହି ଦମ୍ପତି ସୋସାଇଟୀର ଆପାର୍ଟମେଣ୍ଟରେ ରହୁଥିଲେ।
ଘଟଣାର କିଛି ସମୟ ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ବନ୍ଧୁଙ୍କୁ ପଠାଇଥିବା ଭିଡିଓ ବାର୍ତ୍ତାରେ ଅଜୟ ଝଗଡ଼ା ସମ୍ପର୍କରେ କିଛି କହିବା ସହ ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲେ।
ଭିଡିଓ ମେସେଜକୁ ଦେଖିବା କ୍ଷଣି ବନ୍ଧୁ ଜଣଙ୍କ ପୁଲିସ୍କୁ ଖବର କରିଥିଲେ। କିନ୍ତୁ ପୁଲିସ୍ ପହଞ୍ଚିଲା ବେଳକୁ ଅଜୟ ଓ ସ୍ୱିଟୀଙ୍କ ମୃତ୍ୟୁ ହୋଇସାରିଥିଲା। ଏବେ ପୁଲିସ୍ ଗୋଟିଏ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
