Advertisment

୨ ପିଲାଙ୍କୁ ମାରିବା ପରେ ଜୀବନ ହାରିଲେ ବାପା-ମା’

ଅନୂପଙ୍କ ଘର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ସଫ୍ଟୱେୟାର କନସଲଟାଣ୍ଟ ଭାବେ କାମ କରନ୍ତି।

Bengaluru

Bengaluru

Advertisment

ନିଜର ୫ ବର୍ଷୀୟ ଝିଅ ଓ ୨ ବର୍ଷର ପୁଅକୁ ପ୍ରଥମେ ନିଜ ହାତରେ ହତ୍ୟା କଲେ। ଏହାପରେ ସଫ୍ଟୱେୟାର କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ ଜୀବନ ହାରିଦେଲେ। ବନ୍ଦ ଘର ଭିତରୁ ପୁଲିସ୍‌ ୪ ଜଣଙ୍କ ମୃତଦେହ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ଉଭୟ ହତ୍ୟା-ଆତ୍ମହତ୍ୟା ଘଟଣାକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି।

Advertisment

ପୁଲିସ୍‌ କହିଛି ଯେ ବନ୍ଦ ଘର ଭିତରୁ ୩୮ ବର୍ଷୀୟ ଅନୂପ କୁମାର, ତାଙ୍କ ପତ୍ନୀ ରାକ୍ଷୀ, ୫ ବର୍ଷର ଝିଅ ଅନୁପ୍ରିୟା ଓ ୨ ବର୍ଷର ପୁଅ ପ୍ରିୟାଂଶଙ୍କ ମୃତଦେହ ମିଳିଛି। ଅନୂପଙ୍କ ଘର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ସଫ୍ଟୱେୟାର କନସଲଟାଣ୍ଟ ଭାବେ କାମ କରନ୍ତି। ତେଣୁ ପରିବାର ଧରି ସେ ଏଠାରେ ଭଡ଼ା ଘରେ ରହୁଥିଲେ। ଉକ୍ତ ଘର ଭିତରୁ ହିଁ ସମସ୍ତଙ୍କ ମୃତଦେହ ମିଳିଛି।

ସୋମବାର ସକାଳେ ଅନୂପଙ୍କ ଘରକୁ ଘରୋଇ ସହାୟକ ଆସିଥିଲେ। ସେ କବାଟ ବାଡ଼େଇବା ସହ ଫୋନ କରିଥିଲେ ହେଁ ଭିତରୁ କୌଣସି ଜବାବ ମିଳି ନଥିଲା। ଫଳରେ ଘରୋଇ ସହାୟକ ଜଣଙ୍କ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଟିମ କବାଟ ଭାଙ୍ଗି ଭିତରକୁ ପଶିଥିଲା। ଏହି ସମୟରେ ଘର ଭିତରୁ ୪ ଜଣଙ୍କ ମୃତଦେହ ରହିଥିବା ଦେଖିବାକୁ ମିଳିଥିଲା।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅନୂପ ଓ ରାକ୍ଷୀ ପ୍ରଥମ ନିଜର ଦୁଇ ପିଲାଙ୍କୁ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ। ଏହାପରେ ଉଭୟ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଥିଲେ। ବଡ଼ ଝିଅ ଅନୁପ୍ରିୟାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦମ୍ପତି ସବୁବେଳେ ଚିନ୍ତାରେ ରହୁଥିଲେ। ଅନୁପ୍ରିୟାଙ୍କୁ ପିଲାଟି ବେଳୁ ଅଧିକ ଯତ୍ନର ଆବଶ୍ୟକ ରହିଥିଲା। ଏହାକୁ ନେଇ ଅନୂପ ଓ ରାକ୍ଷୀ ସବୁବେଳେ ଚିନ୍ତାରେ ରହୁଥିଲେ। ସମ୍ଭବତଃ ଏହି କାରଣ ପାଇଁ ସେମାନେ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।

ଘରୋଇ ସହାୟକ କହିଛନ୍ତି ଯେ ଅନୂପ ଓ ରାକ୍ଷୀ ନିଜର ପିଲାଙ୍କୁ ନେଇ ପୁଡୁଚେରୀ ଯିବାର ଥିଲା। ଏଥିପାଇଁ ରବିବାର ପ୍ୟାକିଂ ମଧ୍ୟ ଶେଷ ହୋଇଥିଲା। ଅନୂପ ନିଜର ପିଲା ଓ ଘର କାମ ପାଇଁ ୩ ଜଣଙ୍କୁ ନିଯୁକ୍ତ କରିଥିଲେ। ଏମାନଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏ ଦେଉଥିଲେ।

ପୁଲିସ୍‌ ଘର ଭିତରୁ କୌଣସି ପ୍ରକାରର ସୁଇସାଇଡ ନୋଟ ଜବତ କରିନାହିଁ। ତଥାପି ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Suicide Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe