Gang Rape
ଏକ ଧାର୍ମିକ ଶୋଭାଯାତ୍ରାରେ ଯୋଗ ଦେବାକୁ ଯାଇଥିବା ନାବାଳିକା ହେଲେ ପାଶବିକ ଅତ୍ୟାଚାରର ଶିକାର। ଶୋଭାଯାତ୍ରାର ଗହଳି ମଧ୍ୟରୁ ନାବାଳିକାଙ୍କୁ ଅପହରଣ କରି ନେଇ ଗଣବଳାତ୍କାର କଲେ ୭ ଯୁବକ । ଏପରି ଏକ ଅମାନୁଷିକ ଘଟଣା ତାମିଲନାଡ଼ୁର ବୈଲ୍ଲାକୋବିଲରେ ଘଟିଛି। ପୁଲିସ୍ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।
ତାମିଲନାଡ଼ୁର ବୀରା କୁମାରସ୍ୱାମୀ ମନ୍ଦିରରେ ଆୟୋଜିତ ରଥ ଉତ୍ସବ ଦେଖିବାକୁ ଗତ ୯ ତାରିଖରେ ୧୭ ବର୍ଷୀୟା ପୀଡ଼ିତାଜଣକ ଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ତାଙ୍କୁ ଟାର୍ଗେଟ କରିଥିଲେ। ଏହାପରେ ସେଠାରୁ ତାଙ୍କୁ ଅପହରଣ କରି ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଜଣକ ପରେ ଜଣେ ସମସ୍ତେ ତାଙ୍କୁ ଗଣବଳାତ୍କାର କରିବା ସହ ଘଟଣା ବାହାରେ ପ୍ରଘଟ ନ କରିବାକୁ ଧମକ ଦେଇଥିଲେ।
ଝିଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ତରଫରୁ ତତ୍ପରତା ପ୍ରକାଶ ପାଇ ଘଟଣାର ତଦନ୍ତ କରିବାକୁ ଦୁଇଟି ସ୍ପେଶାଲ ଟିମ୍ ଗଠିତ ହୋଇଥିଲା।
ଏହାପରେ ପୁଲିସ୍ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ପୁଲିସ୍ ତୁରନ୍ତ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us