Advertisment

ସିଗାରେଟ ଟାଣିବାରୁ ୧୫ ବର୍ଷୀୟ ଛାତ୍ରଙ୍କୁ ପିଟିଲେ ଶିକ୍ଷକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ସେଠାରୁ ମୋବାଇଲ ଆଣି ଘରକୁ ଫେରିବା ବେଳେ ସେ ଓ ତାଙ୍କର ଜଣେ ବନ୍ଧୁ ହରଦିୟା ବ୍ରିଜ୍ ତଳେ ସିଗାରେଟ ଟାଣିଥିଲେ। ଶନିବାର ସକାଳ ପ୍ରାୟ ୧୧.୩୦ରେ ଏହି ଘଟଣା ଘଟିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Smoke

Smoke

ସିଗାରେଟ ଟାଣିବା ବେଳେ ଶିକ୍ଷକ ହାତରେ ଧରା ପଡ଼ି ପ୍ରବଳ ମାଡ଼ ଖାଇଥିବା ଜଣେ ୧୫ ବର୍ଷୀୟ ଛାତ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବିହାରର ପୂର୍ବ ଚମ୍ପାରନରେ ରହୁଥିବା ୧୫ ବର୍ଷୀୟ ଛାତ୍ର ବଜରଙ୍ଗୀ କୁମାର ମା’ଙ୍କ ମୋବାଇଲ ଆଣିବା ପାଇଁ ମଧୁବନ ଅଞ୍ଚଳକୁ ଯାଇଥିଲେ।

Advertisment

ସେଠାରୁ ମୋବାଇଲ ଆଣି ଘରକୁ ଫେରିବା ବେଳେ ସେ ଓ ତାଙ୍କର ଜଣେ ବନ୍ଧୁ ହରଦିୟା ବ୍ରିଜ୍ ତଳେ ସିଗାରେଟ ଟାଣିଥିଲେ। ଶନିବାର ସକାଳ ପ୍ରାୟ ୧୧.୩୦ରେ ଏହି ଘଟଣା ଘଟିଥିଲା।

କୁମାର ସିଗାରେଟ ଟାଣୁଥିବା ବେଳେ ସେ ପଢ଼ୁଥିବା ଘରୋଇ ଆବାସିକ ସ୍କୁଲ Madhuban Rising Star Prep Schoolର ଅଧ୍ୟକ୍ଷ ବିଜୟ କୁମାର ଯାଦବ ଦେଖି ଦେଇଥିଲେ। ୧୦ମରେ ପଢ଼ୁଥିବା ବଜରଙ୍ଗୀ ସିଗାରେଟ ଟାଣୁ ଥିବାରୁ ବିଜୟ ପୂରା ରାଗି ଯାଇଥିଲେ। ଏହି ସମୟରେ ତାଙ୍କ ସହ ଉକ୍ତ ସ୍କୁଲର ଆଉ ଜଣେ ଶିକ୍ଷକ ତଥା ବଜରଙ୍ଗୀଙ୍କ ସମ୍ପର୍କୀୟ ମଧ୍ୟ ରହିଥିଲେ।

Advertisment

ଘଟଣା ପରେ ଅଧ୍ୟକ୍ଷ ବିଜୟ ବଜରଙ୍ଗୀଙ୍କୁ ସ୍କୁଲ ପରିସରରେ ଘୋଷାଡ଼ି ଆଣି ପ୍ରବଳ ମାଡ଼ ମାରିଥିଲେ। ଅନ୍ୟ ଶିକ୍ଷକମାନେ ମଧ୍ୟ ବଜରଙ୍ଗୀଙ୍କୁ ପିଟି ଥିଲେ। ତାଙ୍କ ପ୍ୟାଣ୍ଟଶାର୍ଟ ଖୋଲି ସେମାନେ ବେଲ୍ଟରେ ବାଡ଼େଇ ଥିବା ବଜରଙ୍ଗୀଙ୍କ ମା’ ଓ ଭଉଣୀ ଅଭିଯୋଗ କରିଛନ୍ତି।

ପ୍ରବଳ ମାଡ଼ ଯୋଗୁ ବଜରଙ୍ଗୀ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ମଧୁବନରେ ଥିବା ଗୋଟିଏ ଘରୋଇ ନର୍ସିଂ ହୋମକୁ ପଠାଯାଇଥିଲା। ସେଠାରୁ ତାଙ୍କୁ ମୁଜାଫରପୁର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ବଜରଙ୍ଗୀଙ୍କ ବେକ ଓ ବାହୁରେ ଗଭୀର କ୍ଷତଚିହ୍ନ ରହିଛି। ସେହିପରି ତାଙ୍କ ଗୁପ୍ତାଙ୍ଗରୁ ମଧ୍ୟ ରକ୍ତ ବାହାରୁ ଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

Biharପ୍ରାଣ ହରାଇଥିବା ଛାତ୍ର

ତେବେ ପରିବାର ଲୋକଙ୍କ ମାଡ଼ ମରା ଅଭିଯୋଗକୁ ଅଧ୍ୟକ୍ଷ ବିଜୟ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପିଲାଟିକୁ ଆଦୌ ମାଡ଼ ମରାଯାଇନି। ସିଗାରେଟ ଟାଣିବା ସମ୍ପର୍କରେ କାଳେ ଘର ଲୋକ ଜାଣିଦେବେ, ସେହି ଭୟରେ ସେ ବିଷ ପିଇ ଆତ୍ମହତ୍ୟା କରିଛି। ତାକୁ ମୁଜାଫରପୁର ନିଆ ଯାଇଥିଲା। କିନ୍ତୁ ସେଠାରେ ତା’ର ମୃତ୍ୟୁ ଘଟିଥିବା ବିଜୟ ସଫେଇ ଦେଇଛନ୍ତି।

ଦୁଇ ମାସ ତଳେ ବଜରଙ୍ଗୀ ଏହି ଘରୋଇ ସ୍କୁଲର ହଷ୍ଟେଲରେ ଆଡମିସନ ନେଇଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

Bihar Students