Advertisment

ବରଦାସ୍ତ ହେଲାନି ରିଜେକ୍ଟ! ଛୁରୀ ଭୁଷିବା ପରେ ନାବାଳିକାଙ୍କୁ ଚୁଟି ଧରି ବିଚ୍‌ ରାସ୍ତାରେ ଚଲାଇଲେ ୪୭ ବର୍ଷୀୟ ବ୍ୟକ୍ତି

ବାହା ହେବାକୁ ମନା କରିବାରୁ ଜଣେ ୧୬ ବର୍ଷୀୟ ଝିଅକୁ ବିଚ୍‌ ରାସ୍ତାରେ ଛୁରୀରେ ଆକ୍ରମଣ କରାଯାଇଛି। ସେହିପରି ନାବାଳିକାଙ୍କୁ ବିଚ୍‌ ରାସ୍ତାରେ ଚୁଟି ଧରି ଚଲାଇ ଚଲାଇ ନେଇଛନ୍ତି ଜଣେ ୪୭ ବର୍ଷୀୟ ବ୍ୟକ୍ତି।

Stabbed By Man

Stabbed By Man

Advertisment

ବାହା ହେବାକୁ ମନା କରିବାରୁ ଜଣେ ୧୬ ବର୍ଷୀୟ ଝିଅକୁ ବିଚ୍‌ ରାସ୍ତାରେ ଛୁରୀରେ ଆକ୍ରମଣ କରାଯାଇଛି। ସେହିପରି ନାବାଳିକାଙ୍କୁ ବିଚ୍‌ ରାସ୍ତାରେ ଚୁଟି ଧରି ଚଲାଇ ଚଲାଇ ନେଇଛନ୍ତି ଜଣେ ୪୭ ବର୍ଷୀୟ ବ୍ୟକ୍ତି। ନାବାଳିକାଙ୍କୁ ବ୍ୟକ୍ତି ଜଣଙ୍କ ବିବାହ କରିବାକୁ ଚାହୁଁଥିଲେ। ହେଲେ ସେ ତାଙ୍କୁ ରିଜେକ୍ଟ କରି ଦେବାରୁ ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି। ଛତିଶଗଡ଼ର ରାଜଧାନୀ ରାୟପୁରରେ ଏପରି ଘଟଣା ଘଟିଛି। ପୁଲିସ୍‌ ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଅଭିଯୁକ୍ତ ଓମକାର ତିୱାରୀ ଗୁରୁତର ଆହତ ହୋଇଥିବା ନାବାଳିକାଙ୍କୁ ବିଚ୍‌ ରାସ୍ତାରେ ଚୁଟି ଧରି ଟାଣି ଟାଣି ନେଉଛନ୍ତି। ଓମକାର ଗୋଟିଏ ହାତରେ ନାବାଳିକାଙ୍କ ଚୁଟି ଧରିଥିବା ବେଳେ ଆଉ ଗୋଟିଏ ହାତରେ ଛୁରୀ ଧରିଥିଲେ। ସମସ୍ତେ ଏହାକୁ ଦେଖୁଥିଲେ ମଧ୍ୟ ଓମକାରଙ୍କ ହାତରେ ଛୁରୀ ଥିବାରୁ ସେମାନେ କୌଣସି ପ୍ରକାରର ପ୍ରତିବାଦ କରି ନଥିଲେ। କିନ୍ତୁ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ଏଥିସହ ଅଭିଯୁକ୍ତ ଓମକାରଙ୍କୁ ଗିରଫ କରିଥିଲା।

ଅନ୍ୟପକ୍ଷରେ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ନାବାଳିକା ଜଣଙ୍କ ଏବେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ରାୟପୁର ଏସଏସପି ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, ପୀଡ଼ିତା ଜଣଙ୍କ ଓମକାରଙ୍କ ଗ୍ରୋସରୀ ଦୋକାନରେ କାମ କରୁଥିଲେ। ଗୁଧିୟାରି ଅଞ୍ଚଳରେ ଏହି ଦୋକାନଟି ରହିଛି। ଏହି ରହଣୀ ଭିତରେ ଓମକାନ ନାବାଳିକାଙ୍କୁ ମନେମନେ ଭଲ ପାଇବା ସହ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ।

Advertisment

କିନ୍ତୁ ନାବାଳିକା ଜଣଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଚାକିରି ଛାଡ଼ି ଦେଇଥିଲେ। ଏହି ରିଜେକ୍ଟକୁ ସେ ସହଜରେ ଗ୍ରହଣ କରି ପାରି ନଥିଲେ। ଶନିବାର ସନ୍ଧ୍ୟାରେ ଓମକାର ପ୍ରବଳ ମଦ ପିଇବା ସହ ନାବାଳିକା ରହୁଥିବା ଘରେ ପହଞ୍ଚିଥିଲେ। ସେଠାରେ ସେ ପାଟିତୁଣ୍ଡ କରିବା ସହ ପରିବାର ଲୋକଙ୍କୁ ଧମକଚମକ ଦେଇଥିଲେ।

ପାଟୁତୁଣ୍ଡ ଭିତରେ ସେ ନାବାଳିକାଙ୍କୁ ଛୁରୀରେ ଆକ୍ରମଣ କରିବାରୁ ତାଙ୍କ ବେକରେ ଆଘାତ ଲାଗିଥିଲା। ଆକ୍ରମଣରେ ଆହତ ପୀଡ଼ିତା ଜଣଙ୍କ ଭୟରେ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ଓମକାର ତାଙ୍କ ପିଛା କରି ଧରି ପକାଇଥିଲେ। ଏଥିସହ ତାଙ୍କ ଛୁଟିକୁ ଧରି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ। ତେବେ ଆକ୍ରମଣ ଯୋଗୁ କିଛି ସମୟ ପରେ ନାବାଳିକା ଜଣଙ୍କ ଅଚେତ ହୋଇଯାଇଥିଲେ। ଏହା ଦେଖି ଓମକାର ସେଠାରୁ ଚାଲି ଯାଇଥିଲେ। ଘଟଣାର ଦିନକ ପରେ ଓମକାରଙ୍କୁ ଗିରଫ କରାଯାଇଥିବା ଶ୍ରୀ ଅଗ୍ରୱାଲ କହିଛନ୍ତି।

Chhattisgarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe