Advertisment

ସ୍ୱପ୍ନରେ ମୃତ ମା’ଙ୍କୁ ଦେଖିଥିଲେ, ତାଙ୍କ ପାଖକୁ ଯିବାକୁ ଝୁଲି ପଡ଼ିଲେ

ଜଣ୍ଡିସ ଯୋଗୁ ୩ ମାସ ତଳେ ଶିବଶରନଙ୍କ ମା’ ପ୍ରାଣ ହରାଇଥିଲେ। ସେବେଠାରୁ ସେ ତାଙ୍କ ମା’ଙ୍କୁ ଝୁରୁଥିଲେ।

Suicide

Suicide

Advertisment

ବୟସ ମାତ୍ର ୧୬। ଦଶମ ଶ୍ରେଣୀରେ ୯୨% ମାର୍କ ରଖିଥିଲେ। ପାଠପଢ଼ାରେ ସମସ୍ତଙ୍କ ଠାରୁ ଆଗରେ ରହୁଥିଲେ। ଡାକ୍ତର ହେବାକୁ ଚାହୁଁଥିଲେ। ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରୁଥିଲେ। କିନ୍ତୁ ମା’ଙ୍କ ଦେହାନ୍ତ ପରେ ସେ ଭାଙ୍ଗି ପଡ଼ିଥିଲେ। ମା’ଙ୍କୁ ସ୍ୱପ୍ନରେ ଦେଖିବା ଆରମ୍ଭ କରିଥିଲେ। ବାସ୍‌ ମା’ଙ୍କ ପାଖକୁ ଯିବା ପାଇଁ ଛାତ୍ର ଜଣଙ୍କ ଜୀବନ ହାରି ଦେଇଛନ୍ତି। ମହାରାଷ୍ଟ୍ରର ସୋଲାପୁରରୁ ଏଭଳି ଘଟଣା ସାମ୍ନାକୁ ଆସିଛି।

Advertisment

୧୬ ବର୍ଷୀୟ ଶିବଶରନ ଭୁତାଲି ତାଲକୋଟି ନିଜ ମାମୁଙ୍କ ଘରେ ବେକରେ ରଶି ଲଗାଇ ଝୁଲି ପଡ଼ିଛନ୍ତି। ପରିବାର ଲୋକ ଆଜି ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛନ୍ତି। ଜଣ୍ଡିସ ଯୋଗୁ ୩ ମାସ ତଳେ ଶିବଶରନଙ୍କ ମା’ ପ୍ରାଣ ହରାଇଥିଲେ। ସେବେଠାରୁ ସେ ତାଙ୍କ ମା’ଙ୍କୁ ଝୁରୁଥିଲେ।

ଅଧିକାରୀମାନେ ରୁମରୁ ଗୋଟିଏ ସୁଇସାଇଡ ନୋଟ ଜବତ କରିଛନ୍ତି। ଏଥିରେ ପିଲାଟି ରାତିରେ ତାଙ୍କ ମା’ଙ୍କୁ ସ୍ୱପ୍ନରେ ଦେଖିଥିଲେ। ସେ ତାଙ୍କୁ ନିଜ ପାଖକୁ ଡାକୁଥିବା ମଧ୍ୟ ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।

Advertisment

ଏଥିରେ ଲେଖା ହୋଇଛି ଯେ “ମୁଁ ଶିବଶରନ। ମୁଁ ବଞ୍ଚିବାକୁ ଚାହୁଁ ନଥିବାରୁ ମରିବାକୁ ଯାଉଛି। ମୋ ମା’ ଯିବା ଦିନ ମୋତେ ଚାଲି ଯିବାର ଥିଲା। କିନ୍ତୁ ମୁଁ ମୋ ମାମୁ ଓ ଆଈଙ୍କ ମୁହଁ ଦେଖିବାକୁ ବଞ୍ଚି ରହିଥିଲି। ଗତକାଲି ମା’ ମୋ ସ୍ୱପ୍ନରେ ଆସିଥିଲେ। ମୁଁ କାହିଁକି ଏତେ ଭାଙ୍ଗି ପଡ଼ିଛି ବୋଲି ସେ ମୋତେ ପ୍ରଶ୍ନ କରିବା ସହ ନିଜ ପାଖକୁ ଡାକିଥିଲେ। ତେଣୁ ମୁଁ ମରିବାକୁ ନିଷ୍ପତ୍ତି ନେଇଛି। ମୁଁ ମୋର ମାମୁ ଓ ଆଈଙ୍କ ପାଖରେ କୃତଜ୍ଞ। କାରଣ ସେମାନେ ମୋତେ ବହୁତ ସହାୟତା ଓ ସମର୍ଥନ କରିଛନ୍ତି। ସେମାନେ ମୋତେ ବହୁତ ବୁଝାଇଛନ୍ତି।”

ସେ ଆହୁରି ଲେଖିଛନ୍ତି ଯେ “ମାମୁ, ମୁଁ ମରିବାକୁ ଯାଉଛି। ମୁଁ ଚାଲିଯିବା ପରେ ମୋଇ ଭଉଣୀଙ୍କୁ ଖୁସିରେ ରଖିବ। ସମସ୍ତେ ନିଜ ନିଜର ଯତ୍ନ ନେବ। ମୋ ବାପା ମା’ଙ୍କ ଠାରୁ ତୁମେ ମୋ ପାଇଁ ବହୁତ କିଛି କରିଛ।” ଶିବଶରନ ଏହି ନୋଟରେ ନିଜେ ଦସ୍ତଖତ କରିଛନ୍ତି।

୧୦ମ ଶ୍ରେଣୀରେ ୯୨% ମାର୍କ ରଖିଥିବା ଶିବଶରନ ଏବେ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଏବେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।

Suicide Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe