Advertisment

ପୁଣି ଟାର୍ଗେଟ୍‌ କିଲିଂ, ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼

ଗତ କିଛି ଦିନ ହେଲା କଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍ କରାଯାଉଛି। ସପ୍ତାହେ ଭିତରେ ଏହା ତୃତୀୟ ଘଟଣା।

author-image
Madhupriya Mistry
Target Killing

Target Killing

ଜମ୍ମୁ କଶ୍ମୀରରେ ଥମୁନି ଟାର୍ଗେଟ୍‌ କିଲିଂ ମାମଲା। ନିକଟରେ ୭ ଜଣଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରି ହତ୍ୟା କରିଥିବା ବେଳେ ଏବେ ପୁଣି ଥରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଜଣେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି।

Advertisment

ପୁଲଓ୍ୱାମାର ତ୍ରାଲ ଅଞ୍ଚଳରେ ଏହି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି। ଶ୍ରମିକ ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶର ଶୁଭମ କୁମାର। ତାଙ୍କ ବୟସ ୧୯ ବର୍ଷ। ସେ ବିଜନୌରର ବାସିନ୍ଦା। ତାଙ୍କ ହାତରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁଭମଭ୍ର ସ୍ୱାସ୍ଥ୍ୟାବସ୍ତା ସ୍ଥିର ଥିବା ଡାକ୍ତର କହିଛନ୍ତି।

ଗତ କିଛି ଦିନ ହେଲା କଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍ କରାଯାଉଛି। ସପ୍ତାହେ ଭିତରେ ଏହା ତୃତୀୟ ଘଟଣା। ଆତଙ୍କବାଦୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବାହାର ରାଜ୍ୟର ପ୍ରବାସୀ ଶ୍ରମିକ।

Advertisment

ରବିବାର ଗାନ୍ଦରବାଲ ଜିଲ୍ଲାରେ ଏକ ନିର୍ମାଣସ୍ଥଳରେ ଆତଙ୍କବାଦୀମାନେ ୬ ଜଣ ପ୍ରବାସୀ ଶ୍ରମିକ ଏବଂ ଜଣେ ସ୍ଥାନୀୟ ଡାକ୍ତରଙ୍କୁ ହତ୍ୟା କରିଥିଲେ। ଏହା ପୂର୍ବରୁ ୧୮ ଅକ୍ଟୋବରରେ ସୋଫିଆନ୍ ଜିଲ୍ଲାରେ ଆତଙ୍କବାଦୀମାନେ ବିହାର ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଜାମ୍ମୁ କାଶ୍ମୀରରେ ସଂଗଠିତ ଆତଙ୍କବାଦ ହ୍ରାସ ପାଇବା ପରେ ଟାର୍ଗେଟ କିଲିଂ ଘଟଣା ଲଗାତାର ଭାବେ ସାମ୍ନାକୁ ଆସୁଛି। ଗତ ବର୍ଷ ମଧ୍ୟ ଆତଙ୍କବାଦୀମାନେ ବିଭିନ୍ନ ଅଞ୍ଚଳରେ ଅଣ-କାଶ୍ମୀରବାସୀଙ୍କୁ ଟାର୍ଗେଟ୍‌ କରି ହତ୍ୟା କରିଥିଲେ। ଅନନ୍ତନାଗ, ପୁଲୱାମା ଏବଂ ପୁଞ୍ଚରେ ଟାର୍ଗେଟ କିଲିଂର  ଅନେକ ଘଟଣା ସାମ୍ନାକୁ ଆସିଥିଲା। 

Jammu Kashmir Target Killing