Advertisment

ସହି ପାରିଲେନି ରିଲ୍ସର ହେଟ୍‌ କମେଣ୍ଟ, ଝୁଲି ପଡ଼ିଲେ ନାବାଳକ

ପୁଅ ହୋଇଥିବା ସତ୍ତ୍ୱେ ଝିଅ ଗେଟ୍‌ଅପ୍‌ରେ ଇନ୍‌ଷ୍ଟାଗ୍ରାମରେ ରଲ୍ସ ଭିଡିଓ କରୁଥିଲେ।

ଅଦ୍ୟତନ ହୋଇଛି
Artist dies by suicide

Artist dies by suicide

Advertisment

ଆଜିକାଲି ସମସ୍ତଙ୍କୁ ଘାରିଛି ଇନ୍‌ଷ୍ଟାଗ୍ରାମର ରିଲ୍ସ ଭିଡିଓ ନିଶା। ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତେ ଏହି ରିଲ୍ସ ଭିଡିଓ ପିଛରେ ପାଗଳ। ବିଶେଷ କରି ଯୁବପିଢ଼ିଙ୍କୁ ଏହି ଇନ୍‌ଷ୍ଟାଗ୍ରାମ ରିଲ୍ସ କିମିଆ କରିଛି। ସୋଶାଲ ମିଡିଆରେ ପପୁଲାର ହେବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଇ କରୁଛନ୍ତି ରିଲ୍ସ ଭିଡିଓ। କିନ୍ତୁ ବେଳେବେଳେ ଏହି ରିଲ୍ସ ଭିଡିଓ ପାଇଁ ଜୀବନ ମଧ୍ୟ ହାରି ଦେଉଛନ୍ତି ଯୁବପିଢ଼ି। ଏଭଳି ହିଁ ଏକ ମାମଲା ସାମ୍ନାକୁ ଆସିଛି। ଇନ୍‌ଷ୍ଟାଗ୍ରାମ ରିଲ୍ସ ଭିଡିଓରେ ହେଟ୍‌ କମେଣ୍ଟ ଆସିବା ପରେ ଜଣେ ନାବାଳକ ଆତ୍ମହତ୍ୟା କରିଛନ୍ତି।

Advertisment

ମଧ୍ୟପ୍ରଦେଶ ଉଜୈନ୍‌ର ଜଣେ ୧୬ ବର୍ଷୀୟ ନାବାଳକ। ସେ ପୁଅ ହୋଇଥିବା ସତ୍ତ୍ୱେ ଝିଅ ଗେଟ୍‌ଅପ୍‌ରେ ଇନ୍‌ଷ୍ଟାଗ୍ରାମରେ ରଲ୍ସ ଭିଡିଓ କରୁଥିଲେ। ସେ ଝିଅମାନଙ୍କ ଗୀତରେ ନାଚୁଥିଲା। ଦୀପାବଳି ଅବସରରେ ନାବାଳକ ଜଣକ ଶାଢ଼ି ପିନ୍ଧି ଇନଷ୍ଟାଗ୍ରାମ ଟ୍ରାଞ୍ଜିସନ୍‌ ରିଲ୍ସ ପୋଷ୍ଟ କରିଥିଲେ। ତେବେ ଏହି ଭିଡିଓକୁ ନେଇ ଉକ୍ତ ନାବାଳକ ଜଣକ ଜୋରଦାର ଟ୍ରୋଲର ଶିକାର ହୋଇଥିଲେ। ଉକ୍ତ ଭିଡିଓରେ ଶତାଧିକ ୟୁଜର୍ସ ହେଟ୍‌ କମେଣ୍ଟ ଦେଇଥିଲେ। ଏହାକୁ ସହିପାରିନଥିଲେ ନାବାଳକ। ଶେଷରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

୪୦୦୦ରୁ ଅଧିକ ହେଟ୍‌ କମେଣ୍ଟରେ ଭରି ହୋଇ ରହିଥିଲା। ଏହାକୁ ସହିପାରିନଥିଲେ ନାବାଳକ । ଏହି କମେଣ୍ଟରେ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇ ଥିଲେ ଅନେକ ୟୁଜର୍ସ। ଶେଷରେ ସେ ଜୀବନ ହାରିଥିବା ମେଡ୍‌ ଇନ୍‌ ହେବେନ୍‌ ଓ୍ୱେବ୍‌ ସିରିଜର ଅଭିନେତା ତ୍ରିନେତ୍ର ହଳଦର ଗୁମ୍ମାରାଜୁ ଦାବି କରିଛନ୍ତି। ଉକ୍ତ ନାବାଳକଙ୍କର ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୧୬ ହଜାରରୁ ବି ଅଧିକ ଫଲୋଅର୍ସ ଥିଲେ।

Advertisment

ମେଟା ମାଲିକାନା ଥିବା ଇନଷ୍ଟାଗ୍ରାମ ପରି ଅନଲାଇନ୍ ପ୍ଲାଟଫର୍ମଗୁଡିକ LGBTQ ସମ୍ପ୍ରଦାୟର ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନ ଯୋଗାଇବାରେ ବାରମ୍ବାର ବିଫଳ ହୋଇଛି। ଏଥିସହ ଦାବି କରାଯାଇଛି ଯେ #JusticeForPranshu ରେ କୌଣସି ପୋଷ୍ଟ ନାହିଁ କାରଣ କେତେକ ସମ୍ପ୍ରଦାୟର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଛନ୍ତି ବୋଲି ଅଭିନେତା ତ୍ରିନେତ୍ର କହିଛନ୍ତି।

ରିପୋର୍ଟ ମୁତାବକ, ପୁଲିସ ମୃତଦେହକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନାଗଜିରୀ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା କେ.ଏସ୍ ଗେହଲୋଟ୍ କହିଛନ୍ତି ଆତ୍ମହତ୍ୟା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମାମଲାର ତଦନ୍ତ ଚାଲିଛି।

Suicide Instagram Reel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe